କ୍ରୀଡା ସୂଚୀ

କ୍ରୀଡା ସୂଚୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୪୦ ଭାରତୀୟ ବଂଶୋଦ୍ଭବ

ଶୀତକାଳୀନ ଅଲିମ୍ପିକ୍ସ ହେଉଛି ବରଫ ଏବଂ ହିମପାତରେ ଖେଳାଯାଉଥିବା ବିଭିନ୍ନ ରୋମାଞ୍ଚକର ଖେଳର ଏକ ମହାକୁମ୍ଭ। ଏଥିରେ ଅନେକ ପ୍ରକାରର ଖେଳ ଅନ୍ତର୍ଭୁକ୍ତ, ଯାହାକୁ ମୁଖ୍ୟତଃ କିଛି ଶ୍ରେଣୀରେ ବିଭକ୍ତ କରାଯାଇଛି। ଆସନ୍ତୁ ଜାଣିବା ଏହି ଅଲିମ୍ପିକ୍ସରେ କେଉଁକେଉଁ ବିଭାଗରେ ଖେଳାଯାଇଥାଏ ।

ସମ୍ବନ୍ଧିତ ଖବର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ

ଆଲପାଇନ୍ ସ୍କିଇଂ

ସମ୍ବନ୍ଧିତ ଖବର ଅଣ୍ଡର ୧୯ ୱାର୍ଲଡ କପ ମହାମୁକାବିଲା...

ଏହି ଖେଳରେ କ୍ରୀଡ଼ାବିତ୍ମାନେ ପାହାଡ଼ରୁ ତଳକୁ ବରଫ ଉପରେ ଦ୍ରୁତ ଗତିରେ ଖସିଥାନ୍ତି। ଏଥିରେ ବିଭିନ୍ନ ବଙ୍କାବଙ୍କି ରାସ୍ତା ଦେଇ ସର୍ବନିମ୍ନ ସମୟ ମଧ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପଡ଼ିଥାଏ ।

ଫିଗର ସ୍କେଟିଂ

ଏହା ବରଫ ଉପରେ କରାଯାଉଥିବା ଏକ କଳାତ୍ମକ ପ୍ରଦର୍ଶନ, ଯେଉଁଥିରେ ବ୍ୟକ୍ତିଗତ କିମ୍ବା ଯୋଡ଼ିରେ ଖେଳାଳିମାନେ ସଙ୍ଗୀତର ତାଳେ ତାଳେ ନାଚିଥାନ୍ତି । ଏଥିରେ ସେମାନଙ୍କର ସନ୍ତୁଳନ, ଶୈଳୀ ଏବଂ କଠିନ କୌଶଳକୁ ଆଧାର କରି ନମ୍ବର ଦିଆଯାଏ ।

ଆଇସ୍ ହକି

ଏହା ଏକ ଦଳଗତ ଖେଳ ଯାହା ବରଫ ରିଙ୍କ୍ ଉପରେ ଖେଳାଯାଏ । ଦୁଇଟି ଦଳ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଏକ ଷ୍ଟିକ୍ ସାହାଯ୍ୟରେ ପକକୁ ବିପକ୍ଷ ଦଳର ଗୋଲ୍ ପୋଷ୍ଟରେ ପହଞ୍ଚାଇବାକୁ ଚେଷ୍ଟା କରାଯାଏ । ଏହା ଦେଖିବାକୁ ଖୁବ ମଜାଦାର ହୋଇଥାଏ । ସେହିଭଳି ଖେଳାଳିଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡିଥାଏ ।

ସ୍କି ଜମ୍ପିଂ

ଏହି ଖେଳରେ ସ୍କିୟର୍ସମାନେ ଏକ ଢାଲୁ ପାହାଡ଼ରୁ ବହୁତ ଦ୍ରୁତ ଗତିରେ ଖସି ଶୂନ୍ୟରେ ବହୁତ ଦୂରକୁ ଲମ୍ଫ ପ୍ରଦାନ କରନ୍ତି । ଏଥିରେ ଲମ୍ଫର ଦୂରତା ଏବଂ ଖେଳାଳିଙ୍କର ହାୱାରେ ରହିବାର ଶୈଳୀ ଉପରେ ପଏଣ୍ଟ ମିଳେ ।

କର୍ଲିଂ

ଏଥିରେ ଖେଳାଳିମାନେ ବରଫ ଉପରେ ବଡ଼ ବଡ଼ ପଥରକୁ ଘୁଷୁରି ଘୁଷୁରି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥଳ ପାଖକୁ ପଠାନ୍ତି। ଏହା ଏକ ରଣନୀତି ଭିତ୍ତିକ ଖେଳ ଏବଂ ଏଥିରେ ଟିମ୍ ୱାର୍କର ବହୁତ ଆବଶ୍ୟକତା ଥାଏ ।

ସ୍ନୋବୋର୍ଡିଂ

ଏଥିରେ ଖେଳାଳିମାନେ ଏକ ବୋର୍ଡ ସାହାଯ୍ୟରେ ବରଫର ଢାଲୁ ଉପରୁ ତଳକୁ ଆସନ୍ତି । ଏହି ଇଭେଣ୍ଟରେ ଖେଳାଳିମାନେ ବିଭିନ୍ନ ପ୍ରକାରର କଳାକୌଶଳ ଓ ଷ୍ଟଣ୍ଟ ପ୍ରଦର୍ଶନ କରନ୍ତି ।

ବବ୍ସ୍ଲେଡ୍  

ଏହା ଏକ ଅତ୍ୟନ୍ତ ଦ୍ରୁତ ଗତିଶୀଳ ଖେଳ ଯେଉଁଥିରେ ଦୁଇ ବା ଚାରିଜଣ ଖେଳାଳି ଏକ ସ୍ଲେଜ୍ ଭିତରେ ବସି ବରଫର ସଂକୀର୍ଣ୍ଣ ଓ ବଙ୍କା ପଥ ଦେଇ ତଳକୁ ଖସନ୍ତି । ଏଥିରେ ସମୟର ସଠିକତା ଏବଂ ଗତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥାଏ ।

ସ୍ପିଡ୍ ସ୍କେଟିଂ

ଏହା ବରଫ ଉପରେ ହେଉଥିବା ଏକ ପ୍ରକାରର ଦୌଡ଼ ପ୍ରତିଯୋଗିତା । ଖେଳାଳିମାନେ ସ୍କେଟ୍ ପିନ୍ଧି ଏକ ଓଭାଲ୍ ଟ୍ରାକ୍ରେ ପରସ୍ପର ସହ ପ୍ରତିଯୋଗିତା କରି ସର୍ବନିମ୍ନ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ।

ବାୟାଥଲନ  

ଏହା କ୍ରସ-କଣ୍ଟ୍ରି ସ୍କିଇଂ ଏବଂ ରାଇଫଲ ସୁଟିଂର ଏକ ମିଶ୍ରଣ। ଖେଳାଳିମାନଙ୍କୁ ଦୂର ପଥ ସ୍କିଇଂ କରିବା ସହିତ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ରାଇଫଲ ସାହାଯ୍ୟରେ ଲକ୍ଷ୍ୟଭେଦ କରିବାକୁ ପଡ଼େ ।

Tags: