ବାରବାଟୀରେ ଦ.ଆଫ୍ରିକା ଅପରାଜେୟ
କଟକ : ଘରୋଇ ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ବାଜି ମାରି ଦ.ଆଫ୍ରିକା । ବାରବାଟୀରେ ଦ.ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ଅପରାଜେୟ ରହିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ୨୦୧୫ରେ ଦ.ଆଫ୍ରିକା ଜମାଣିଆ ବିଜୟ ହାସଲ କରିଥିଲା । ପୁଣି ୭ ବର୍ଷ ପରେ ବିଜୟ କୀ ର୍ମାନକୁ ଦୋହରାଇବାରେ ସଫଳ ହୋଇଛି ଦ.ଆଫ୍ରିକା । ଉଭୟ ବ୍ୟାଟିଂ ଓ ବୋଲିଂ ଡିପାର୍ଟମେ ରେ ଭାରତ ଫେଲ ମାରିଥିବା ବେଳେ ହେନରିଚ୍ […]
କଟକ : ଘରୋଇ ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ବାଜି ମାରି ଦ.ଆଫ୍ରିକା । ବାରବାଟୀରେ ଦ.ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ଅପରାଜେୟ ରହିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ୨୦୧୫ରେ ଦ.ଆଫ୍ରିକା ଜମାଣିଆ ବିଜୟ ହାସଲ କରିଥିଲା । ପୁଣି ୭ ବର୍ଷ ପରେ ବିଜୟ କୀ ର୍ମାନକୁ ଦୋହରାଇବାରେ ସଫଳ ହୋଇଛି ଦ.ଆଫ୍ରିକା ।

ଉଭୟ ବ୍ୟାଟିଂ ଓ ବୋଲିଂ ଡିପାର୍ଟମେ ରେ ଭାରତ ଫେଲ ମାରିଥିବା ବେଳେ ହେନରିଚ୍ କ୍ଲାସେନ୍ ଏକାକୀ ଜମାଣିଆ ଇନିଂସ୍ ଖେଳି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ପୂର୍ବ ମ୍ୟାଚ୍ ଭଳି ଅଧିନାୟକ ରିଷଭ ପନ୍ତ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୪୮/୬ରନ କରିବାକୁ ସମର୍ଥ ହୋଇଥିଲା । ଜବାବରେ ଦ.ଆଫ୍ରିକା ୧୮.୨ ଓଭରରେ ୧୪୯/୬ରନ କରି ଲକ୍ଷ୍ୟସ୍ଥଳରେ ପହିଥିଲା । ଜମାଣିଆ ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦ.ଆଫ୍ରିକା ୨-୦ରେ ଅଗ୍ରଣୀ ହାସଲ କରିଛି । ଉଭୟ ଦଳ ଆଗାମୀ ୧୪ ତାରିଖରେ ଭାଇଜାଗ୍ରେ ପରସ୍ପରକୁ ତୃତୀୟ ମ୍ୟାଚରେ ଭେଟିବେ ।
ଦର୍ଶକଙ୍କ ଉତ୍କଣwା, ଦୀର୍ଷ ବର୍ଷର ପ୍ରତୀକ୍ଷା ଟିମ୍ ଇଣ୍ଡିଆର ପରାଜୟ ସହ ପାଣି ଫୋଟକ ପରି ମିଳାଇ ଯାଇଛି । ଏହାସେ ୍ୱ ମ୍ୟାଚର ଭବ୍ୟ ଆୟୋଜନ ପାଇଁ ଓସିଏ ସବୁ ବନ୍ଦୋବସ୍ତ କରିଥିଲା । ଇଂଲଣ୍ଡର ଲର୍ଡ୍ସ ଓ କୋଲକାତାର ଇଡେନ ଗାର୍ଡେନ୍ଭଳି ବାରବାଟୀରେ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ କରିବାର ପ୍ରଥା ଆରମ୍ଭ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘି ବଜାଇ ମ୍ୟାଚ୍ ଶୁଭାରମ୍ଭର ବିଗୁଲ ବଜାଇଥିଲେ ।

ଆତସବାଜୀ ସହ ଶଙ୍ଖ ଧ୍ୱନୀରେ ସାରା ଷ୍ଟାଡିୟମ ଗୁଞ୍ଜରୀ ଭଠିଥିଲା । ପୁଣି ଭାରତୀୟ କ୍ରିକେଟ୍ କେ ୍ରାଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଗମନ ସହ, ବହୁ ମାନ୍ୟଗଣ୍ୟ ବଚ୍ଛି, ରାଜନେତା, ସେଲିବ୍ରିଟି ମ୍ୟାଚର ମଜା ନେବକୁ ଷ୍ଟାଡିୟମ ଆସିଥିଲେ । ୨୦୧୯ ପରେ ବାରବାଟୀ ନବବଧୂପରୀ ସଜେଈ ହୋଇଥିବା ବେଳେ ଘରୋଇ ଦଳ କ୍ରିକେଟ ପ୍ରେମୀଙ୍କୁ ବିଜୟ ସ୍ୱାଦ ଚଖାଇବାରେ ସଫଳ ହୋଇପାରି ନାହିଁ ।




