ସିଙ୍ଗାପୁର ଓପନ: ସିନ୍ଧୁ, ପ୍ରଣୟ, ମିଥୁନ, ଅସ୍ମିତା ବିଜୟୀ
ସିଙ୍ଗାପୁର : ସିଙ୍ଗାପୁର ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ବିଗୁଲ ବାଜିଛି । ଦୁଇ ନବାଗତ ଭାରତୀୟ ମିଥୁନ ମଞ୍ଜୁନାଥ ଓ ଅସ୍ମିତା ଚାଲିହା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ଅନ୍ୟ ଭାରତୀୟଙ୍କ ମଧ୍ୟରେ ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ମଧ୍ୟ ଜମାଣିଆ ବିଜୟ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ମିଥୁନ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜୟୀ କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୭, ୧୫-୨୧, ୨୧-୧୮ ଗେମ୍ରେ […]
ସିଙ୍ଗାପୁର : ସିଙ୍ଗାପୁର ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ବିଗୁଲ ବାଜିଛି । ଦୁଇ ନବାଗତ ଭାରତୀୟ ମିଥୁନ ମଞ୍ଜୁନାଥ ଓ ଅସ୍ମିତା ଚାଲିହା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ଅନ୍ୟ ଭାରତୀୟଙ୍କ ମଧ୍ୟରେ ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ମଧ୍ୟ ଜମାଣିଆ ବିଜୟ ହାସଲ କରିଛନ୍ତି ।

ପୁରୁଷ ସିଙ୍ଗଲ୍ସରେ ମିଥୁନ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜୟୀ କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୭, ୧୫-୨୧, ୨୧-୧୮ ଗେମ୍ରେ ପରାଜିତ କରିଥିଲେ । ସେହିଭଳି ଅସ୍ମିତା ଥାଇଲାଣ୍ଡର ବିଶ୍ୱ ମାନ୍ୟତାର ୧୨ ନମ୍ବର ଖେଳାଳି ବୁଶାନନ ଅଙ୍ଗବାମରନଫାଙ୍ଗ ୨୧-୧୬, ୨୧-୧୧ ଗେମ୍ରେ ପରାଜିତ କରି ମହିଳା ସିଙ୍ଗଲ୍ସ ଅଭିଯାନ ଆରମ୍ଭ କରିଛନ୍ତି ।

ବିଶ୍ୱ ମାନ୍ୟତାର ୭୭ ନମ୍ବର ସ୍ଥାନରେ ଥିବା ମିଥୁନ ପ୍ରକାଶ ପାଦୁକୋନ ବ୍ୟାଡ୍ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଇ ନିଜକୁ ବିକଶିତ କରିପାରିଛନ୍ତି । ସେ ପରବର୍ତ୍ତୀ ରାଉଣ୍ଡରେ ଆୟର୍ଲାଣ୍ଡର ନହତ ଗୁଏନଙ୍କୁ ଭେଟିବେ । ସେହିଭଳି ଅସ୍ମିତା ଚୀନ୍ର ହାନ ୟୁ’ଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ ।

ଦୁଇଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଓ ଜମାଣିଆ ଫର୍ମରେ ଥିବା ଏଚ୍ଏସ୍ ପ୍ରଣୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସିନ୍ଧୁ ୨୧-୧୫, ୨୧-୧୧ ଗେମ୍ରେ ବେଲ୍ଜିୟମର ଲିଆନେ ତାନ୍ଙ୍କୁ ହରାଇ ଥିଲେ । ପ୍ରଣୟ ୨୧-୧୩, ୨୧-୧୬ ଗେମ୍ରେ ଥାଇଲାଣ୍ଡର ସିଥିକମ୍ ଥାମାସିନ୍ଙ୍କୁ ହରାଇଥିଲେ ।

ପରବର୍ତ୍ତୀ ମୁକାବିଲାରେ ତୃତୀୟ ସିଡେଡ୍ ଚୌ ତିୟେନ ଚେନ୍ଙ୍କୁ ଭେଟିବାକୁ ଯାଉଛନ୍ତି । ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହୱାଲ ୨୧-୧୮, ୨୧-୧୪ ଗେମ୍ରେ ଭାରତୀୟ ପ୍ରତିଯୋଗୀ ମାଲବିକା ବନସୁଦଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।




