ସିଙ୍ଗାପୁର ଓପନ: ସେମିରେ ସିନ୍ଧୁ, ସାଇନା ଓ ପ୍ରଣୟଙ୍କ ଅଭିଯାନ ଶେଷ

ସିଙ୍ଗାପୁର: ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ସାଇନା ନେହ୍ୱାଲ ଓ ଏଚ୍‌ଏସ୍‌ ପ୍ରଣୟ କ୍ୱାର୍ଟରଫାଇନାଲରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ତୃତୀୟ ସିଡ ସିନ୍ଧୁଙ୍କୁ କ୍ୱାର୍ଟରଫାଇନାଲ ମୁକାବିଲାରେ ତୀବ୍ର ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା । ସେ ଚୀନ ପ୍ରତିପକ୍ଷ ଫାନ ୟୁଙ୍କୁ ୧୭-୨୧, ୨୧-୧୧, ୨୧-୧୯ ଗେମ୍‌ରେ ପରାଜିତ […]

Samaya Live Picture
Published On

ସିଙ୍ଗାପୁର: ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ସାଇନା ନେହ୍ୱାଲ ଓ ଏଚ୍‌ଏସ୍‌ ପ୍ରଣୟ କ୍ୱାର୍ଟରଫାଇନାଲରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟର ତୃତୀୟ ସିଡ ସିନ୍ଧୁଙ୍କୁ କ୍ୱାର୍ଟରଫାଇନାଲ ମୁକାବିଲାରେ ତୀବ୍ର ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା । ସେ ଚୀନ ପ୍ରତିପକ୍ଷ ଫାନ ୟୁଙ୍କୁ ୧୭-୨୧, ୨୧-୧୧, ୨୧-୧୯ ଗେମ୍‌ରେ ପରାଜିତ କରି ପାଖାପାଖି ଅଢ଼େଇ ମାସ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଶେଷଥର ପାଇଁ ଗତ ମେ’ ମାସରେ ଅନୁଷ୍ଠିତ ଥାଇଲାଣ୍ଡ ଓପନର ସେମିଫାଇନାଲ ଖେଳିଥିଲେ । ଫାଇନାଲରେ ପ୍ରବେଶ କରିବା ପାଇଁ ସିନ୍ଧୁ ସେମିରେ ଅଣସିଡେଡ ଜାପାନର ସାଇନ କାୱାକାମିଙ୍କୁ ଭେଟିବେ । କାୱାକାମି କ୍ୱାର୍ଟରରେ ଥାଇଲାଣ୍ଡର ପର୍ଣ୍ଣପାୱି ଚୋଚୁଓଙ୍ଗ’ଙ୍କୁ ୨୧-୧୭, ୨୧-୧୯ ଗେମ୍‌ରେ ପରାଜିତ କରି ବିପର୍ଯ୍ୟୟ ଘଟାଇଥିଲେ ।

ସିଙ୍ଗାପୁର ଓପନ: ସେମିରେ ସିନ୍ଧୁ, ସାଇନା ଓ ପ୍ରଣୟଙ୍କ ଅଭିଯାନ ଶେଷ
ସିନ୍ଧୁ

ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଦେଶ ପାଇଁ ଟାଇଟଲ୍ସ ସମ୍ଭାବନା ଜାରି ରଖିଛନ୍ତି । ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଭାରତୀୟ ପ୍ରତିଯୋଗୀ ପରାଜିତ ହୋଇ ଅଭିଯାନ ଶେଷ କରିସାରିଛନ୍ତି । ଆସନ୍ତା ସପ୍ତାହରେ ଭାରତୀୟ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ବର୍ମିଂହାମ ଯିବେ ।

ସିଙ୍ଗାପୁର ଓପନ: ସେମିରେ ସିନ୍ଧୁ, ସାଇନା ଓ ପ୍ରଣୟଙ୍କ ଅଭିଯାନ ଶେଷ
ସାଇନା ନେହ୍ୱାଲ

ସିନ୍ଧୁ ଓ ସାଇନୀ ପରସ୍ପରକୁ ଦୁଇଥର ଭେଟିଛନ୍ତି । ଏଥିରେ ସିନ୍ଧୁ ୨ଟି ଯାକ ମ୍ୟାଚ୍‌ ଜିତି ଦବଦବା ଜାରି ରଖିଛନ୍ତି । ଏହି ଚୀନ ପ୍ରତିଯୋଗୀଙ୍କ ବିପକ୍ଷରେ ସିନ୍ଧୁ ୩-୦ରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଲଣ୍ଡନ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ୱାଲ ୧୩-୨୧, ୨୧-୧୫, ୨୦-୨୧ ଗେମ୍‌ରେ ବିଶ୍ୱର ନଂ.୯ ଖେଳାଳି ଜାପାନର ଆୟା ଓହରିଙ୍କ ଠାରୁ କ୍ୱାର୍ଟର ମୁକାବିଲାରେ ହାରିଯାଇଛନ୍ତି । ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଏଚ୍‌ଏସ୍‌ ପ୍ରଣୟ ୧୨-୨୧, ୨୧-୧୪, ୨୧-୧୮ ଗେମ୍‌ରେ କୋଡାଇ ନାରାଓକାଙ୍କ ଠାରୁ ହାରି ଯାଇଥିଲେ । ଡବଲ୍ସରେ ଏମ୍‌ଆର୍‌ ଅର୍ଜୁନ ଓ ଧୃବ କପିଳାଙ୍କ ଯୋଡି ୧୦-୨୧, ୨୧-୧୮, ୨୧-୧୭ ଗେମରେ ଇଣ୍ଡୋନେସିଆର ମହମ୍ମଦ ଏହସାନ ଓ ହେନ୍ଦ୍ରା ସିଟାଇୱା’ଙ୍କ ନିକଟରୁ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି ।