ମିଡ଼ିଆ ମୋ ବିଷୟରେ ଖରାପ ଲେଖିଥା’ନ୍ତା : ରୋହିତ ଶର୍ମା

ସମୟ ଲାଇଭ୍‍,୨୧/୧୦:ରାଞ୍ଚିଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ୨୦୦ରୁ ଅଧିକ ରନ କରି ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ଅଦ୍ୱିତୀୟ ରେକର୍ଡ଼ ନିଜ ନାମରେ କରିନେଇଛନ୍ତି। ଅନ୍ୟପଟେ ସଫଳତା ବିଷୟରେ ମିଡ଼ିଆର ପ୍ରଶ୍ନର ସେ ରୋଚକ ଉତ୍ତର ରଖିଛନ୍ତି। ଭଲ ପ୍ରଦର୍ଶନ ନ କରିଥିଲେ ମିଡ଼ି ତାଙ୍କ ବିଷୟରେ ଖରାପ ଲେଖିଥା’ନ୍ତା ତେଣୁ ସେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି। ଅଭ୍ୟାସ ବଳରେ ସେ ଏହି ସଫଳତା ପାଇଛନ୍ତି ଏବଂ […]

Samaya Live Picture
Published On

ସମୟ ଲାଇଭ୍‍,୨୧/୧୦:ରାଞ୍ଚିଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ୨୦୦ରୁ ଅଧିକ ରନ କରି ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ଅଦ୍ୱିତୀୟ ରେକର୍ଡ଼ ନିଜ ନାମରେ କରିନେଇଛନ୍ତି। ଅନ୍ୟପଟେ ସଫଳତା ବିଷୟରେ ମିଡ଼ିଆର ପ୍ରଶ୍ନର ସେ ରୋଚକ ଉତ୍ତର ରଖିଛନ୍ତି। ଭଲ ପ୍ରଦର୍ଶନ ନ କରିଥିଲେ ମିଡ଼ି ତାଙ୍କ ବିଷୟରେ ଖରାପ ଲେଖିଥା’ନ୍ତା ତେଣୁ ସେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି। ଅଭ୍ୟାସ ବଳରେ ସେ ଏହି ସଫଳତା ପାଇଛନ୍ତି ଏବଂ ମିଡ଼ିଆ ଏବେ ତାଙ୍କ ବିଷୟରେ ଭଲ ଲେଖିବ ବୋଲି ସେ ଜାଣିଥିବା କହିଛନ୍ତି।
ଓପନିଂଙ୍ଗ ବ୍ୟାଟ୍ସମ୍ୟାନ ଭାବେ ମୈଦାନକୁ ଓହ୍ଲାଇଥିବା ରୋହିତ ଏହି ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍‍ ହାସଲ କରିଛନ୍ତି। ତେବେ ଗୋଟିଏ ଟେଷ୍ଟ ସିରିଜରେ ୫୦୦ରୁ ଊର୍ଦ୍ଧ୍ବ ରନ୍‍ ଅକ୍ତିଆର କରିବାରେ ରୋହିତ ୫ମ ବ୍ୟାଟ୍ସମ୍ୟାନ ଅଟନ୍ତି। ସେହିପରି ଟେଷ୍ଟମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ରୋହିତ ହେଉଛନ୍ତି ୪ର୍ଥ କ୍ରିକେଟ ତାରକା। ତେବେ କେବଳ ସେତିକି ନୁହେଁ ଏହି ରନ୍‍ ହାସଲ ଫଳରେ ସେ ସଚିନ୍‍ ତେନ୍ଦୁଲକର, ବୀରେନ୍ଦ୍ର ସେୱାଗ୍‍ ଓ କ୍ରୀସ୍‍ ଗେଲଙ୍କ ସମକକ୍ଷ ରେକର୍ଡ଼ ସହ ଯୋଡ଼ି ହୋଇଯାଇଛନ୍ତି। ୨୪୯ ବଲ୍‍ରେ ବଲ୍‍ ୨୮ଥର ବାଉଣ୍ଡାରୀ ଛୁଇଁଥିବାବେଳେ ୪ଟି ଛକା ମାରିଛନ୍ତି ରୋହିତ।
ତେବେ ଓଡ଼ିଆଇ କ୍ରିକେଟରେ ଦ୍ୱିଶତକ ହାସଲ କରିବା ପରେ ଟେଷ୍ଟ ମ୍ୟାଚ୍‍ରେ ଦ୍ୱିଶତକ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍‍।
ଏହା ସହ ଅନେକ ପୁରୁଣା ରେକର୍ଡ଼ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ରୋହିତ।

Tags: