ଋଷି କପୁରଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ

ସମୟ ଲାଇଭ,୧/୫: ଭେଟେରାନ୍‍ ବଲିଉଡ଼୍‍ ଅଭିନେତା ଋଷି କପୁରଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସିନେପ୍ରେମୀ କ୍ରୀଡ଼ାବିତ୍‍ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଅଭିନେତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଯୁବରାଜ ସିଂ ମଧ୍ୟ ଋଷିଙ୍କୁ ମନେ ପକାଇଛନ୍ତି। ଋଷିଙ୍କୁ ସେ ଗ୍ରେଟ ଆଇକନ୍‍ କହି ସମ୍ବୋଧନ କରିଛନ୍ତି। ପିଲାଦିନରୁ ସେ ଋଷିଙ୍କର ଅନେକ ଫିଲ୍ମ ଦେଖିଛନ୍ତି ଏବଂ ତାହା ଏବେ ସ୍ମୃତି ହୋଇ ରହିଛି ବୋଲି ଯୁବରାଜ କହିଛନ୍ତି। ଋଷି […]

Samaya Live Picture
Published On

ସମୟ ଲାଇଭ,୧/୫: ଭେଟେରାନ୍‍ ବଲିଉଡ଼୍‍ ଅଭିନେତା ଋଷି କପୁରଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସିନେପ୍ରେମୀ କ୍ରୀଡ଼ାବିତ୍‍ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଅଭିନେତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଯୁବରାଜ ସିଂ ମଧ୍ୟ ଋଷିଙ୍କୁ ମନେ ପକାଇଛନ୍ତି। ଋଷିଙ୍କୁ ସେ ଗ୍ରେଟ ଆଇକନ୍‍ କହି ସମ୍ବୋଧନ କରିଛନ୍ତି। ପିଲାଦିନରୁ ସେ ଋଷିଙ୍କର ଅନେକ ଫିଲ୍ମ ଦେଖିଛନ୍ତି ଏବଂ ତାହା ଏବେ ସ୍ମୃତି ହୋଇ ରହିଛି ବୋଲି ଯୁବରାଜ କହିଛନ୍ତି। ଋଷି ହସି ହସି କର୍କଟରୋଗ ସହ ଲଢ଼ିଥିବା ସେ କହିଛନ୍ତି।
କ୍ରିକେଟର ହରଭଜନ ସିଂ ସକାଳୁ ଏହି ଖବର ପାଇଥିବା ଜଣାଇବା ସହ ଋଷିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ୍‍ ତେନ୍ଦୁଲକର ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ଋଷି ସ୍ୱଭାବରେ ଦୟାଳୁ ଥିଲେ ଏବଂ ସେ ତାଙ୍କ ଫିଲ୍ମ ଦେଖି ଛୋଟରୁ ବଡ଼ ହୋଇଥିବା କହିଛନ୍ତି।
ସେହିପରି ଭାରତୀୟ କ୍ରିକେଟଦଳର ଅଧିନାୟକ ବିରାଟ କୋହଲି ଋଷିଙ୍କ ଦେହାନ୍ତକୁ ଅବାସ୍ତବ ଓ ଅବିଶ୍ୱସନୀୟ କହିଛନ୍ତି। ଦିନକ ପୂର୍ବରୁ ଅଭିନେତା ଇରଫାନ୍‍ ଓ ପରେ ଋଷିଙ୍କ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁନଥିବା କହିଛନ୍ତି। ଏହା ସହ ସେ ଋଷିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: