ଗିଲ୍‌ଙ୍କୁ କାହିଁକି ମିଳିଲା ଦାୟିତ୍ୱ

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଟିମ୍‌ ଘୋଷଣା କରିଥିଲା । ଶୁବମନ ଗିଲଙ୍କୁ ଟେଷ୍ଟ ପରେ ଦିନିକିଆ ଟିମର ଅଧିନାୟକ କରାଯାଇଛି୤ ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ ଦଳର ସଦସ୍ୟ ଅଛନ୍ତି, କିନ୍ତୁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ବିରାଟ କୋହଲିଙ୍କ ପରି ରୋହିତ ଶର୍ମାଙ୍କୁ ବି ଭଲ ରେକର୍ଡ ଥିବା ସତ୍ତ୍ବେ ଅଧିନାୟକ ପଦ ହରାଇବାକୁ ପଡ଼ିଛି । ଇଂଲଣ୍ଡ […]

ଗିଲ୍‌ଙ୍କୁ କାହିଁକି ମିଳିଲା ଦାୟିତ୍ୱ
Samaya Live Picture
Published On

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଟିମ୍‌ ଘୋଷଣା କରିଥିଲା । ଶୁବମନ ଗିଲଙ୍କୁ ଟେଷ୍ଟ ପରେ ଦିନିକିଆ ଟିମର ଅଧିନାୟକ କରାଯାଇଛି୤ ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ ଦଳର ସଦସ୍ୟ ଅଛନ୍ତି, କିନ୍ତୁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ବିରାଟ କୋହଲିଙ୍କ ପରି ରୋହିତ ଶର୍ମାଙ୍କୁ ବି ଭଲ ରେକର୍ଡ ଥିବା ସତ୍ତ୍ବେ ଅଧିନାୟକ ପଦ ହରାଇବାକୁ ପଡ଼ିଛି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା ହେବାର କିଛି ଦିନ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ରୋହିତ୍‌ ଶର୍ମା ସେହି ସମୟରେ ଟେଷ୍ଟ ଟିମର ଅଧିନାୟକ ଥିଲେ, କିନ୍ତୁ ଚୟନକର୍ତ୍ତା ଶୁବମନ ଗିଲଙ୍କୁ ଅଧିନାୟକ କରିବା ଇଚ୍ଛାକୁ ରୋହିତ ଶର୍ମାଙ୍କୁ ଜଣାଇ ଦେଇଥିଲେ ।
ଏହା ପୂର୍ବରୁ ୨୦୨୧ରେ ବିରାଟ କୋହଲିଙ୍କୁ ମଧ୍ୟ ସମାନ ସ୍ଥିତିର ସାମନା କରିବାକୁ ପଡ଼ିଥିଲା । କୋହଲି ଟି-୨୦ ଫର୍ମାଟରେ କ୍ୟାପେଫନ୍ସି ଛାଡ଼ିବା ପାଇଁ ମନସ୍ଥ କରିଥିଲେ, ଏହାପରେ ବିସିସିଆଇ ତାଙ୍କୁ ଦିନିକିଆ ଟିମର କ୍ୟାପେଫନ୍ସି ପଦରୁ ହଟାଇ ଦେଇଥିଲା । ପରେ ବିନା କୌଣସି କାରଣରେ ତାଙ୍କଠାରୁ ଟେଷ୍ଟ ଦାୟିତ୍ୱ ମଧ୍ୟ ଛଡାଇ ନିଆଯାଇଥିଲା । ଏବେ ଶୁଭମନ ଗିଲ ସଫଳ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ଦେଇଛନ୍ତି ।

Tags: