ବିରାଟଙ୍କ ବିରାଟ ରେକର୍ଡ

ସମୟ ଲାଇଭ,୨୧/୧୦: ରାଞ୍ଚିରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଧିନାୟକ ବିରାଟ କୋହୋଲି ଆଉ ଏକ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି। ଅଧିନାୟକ ଭାବେ ୮ମ ଥର କୈାଣସି ଦଳକୁ ଫୋଲୋଅନ ଦେବାରେ ବିରାଟ ଭାଙ୍ଗିଛନ୍ତି ଏହି ରେକର୍ଡ। ପୂର୍ବରୁ ଆଝାରଉଦ୍ଦିନଙ୍କ ନାମରେ ଏହି ରେକର୍ଡ ଥିଲା। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ ହେବା ପରେ ଏହି ରେକର୍ଡ ହାସଲ କରିଛି ଭାରତ। ଫଳରେ ଫଲୋଅନ ଖେଳିଥିଲା ଦକ୍ଷିଣ […]

Samaya Live Picture
Published On

ସମୟ ଲାଇଭ,୨୧/୧୦: ରାଞ୍ଚିରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଧିନାୟକ ବିରାଟ କୋହୋଲି ଆଉ ଏକ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି। ଅଧିନାୟକ ଭାବେ ୮ମ ଥର କୈାଣସି ଦଳକୁ ଫୋଲୋଅନ ଦେବାରେ ବିରାଟ ଭାଙ୍ଗିଛନ୍ତି ଏହି ରେକର୍ଡ। ପୂର୍ବରୁ ଆଝାରଉଦ୍ଦିନଙ୍କ ନାମରେ ଏହି ରେକର୍ଡ ଥିଲା। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ ହେବା ପରେ ଏହି ରେକର୍ଡ ହାସଲ କରିଛି ଭାରତ। ଫଳରେ ଫଲୋଅନ ଖେଳିଥିଲା ଦକ୍ଷିଣ ଆଫ୍ରିକା। ଆଉ ଆଜି ଦ୍ୱତୀୟ ପାଳିରେ ଖେଳ ଶେଷ ହେବା ବେଳକୁ ୧୩୨ ରନ କରି ୮ ୱିକେଟ ହରାଇଛି ଭ୍ରମଣକାରୀ ଦଳ। ଫଳରେ ୨୦୩ ରନରେ ଆଗୁଆ ରହିଛି ଭାରତ। ପୂର୍ବରୁ ୨ଟି ଯାକ ମ୍ୟାଚ ଜିତି ଭାରତ ସିରିଜ କବ୍ଚା କରିସାରିଥିବାବେଳେ ଏ ମ୍ୟାଚ ଜିତି କ୍ଲିନ୍‍ ସୁଇପ୍‍ ଲକ୍ଷରେ ଅଛି ବିରାଟ ବାହୀନି।

Tags: