ମାଦ୍ରିଦ୍ ଜିତିଲା ୟୁରୋପିଆନ କପ୍
ପ୍ୟାରିସ: ଚାମ୍ପିଅନ୍ସ ଲିଗର ଶନିବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲରେ ଲିଭରପୁáୁ ୧-୦ ଗୋଲରେ ପରାସ୍ତ କରି ରିଅଲ ମାଦ୍ରିଦ୍ ଚତୁର୍ଦଶ ଥର ପାଇଁ ୟୁରୋପିଆନ କପ୍ ବିଜେତା ହୋଇଛି । ଷ୍ଟାଡିୟମରେ ପ୍ରବେଶ ପାଇଁ ପ୍ରବଳ ଜନଗହଳିକୁ ନିୟଂତ୍ରଣ କରିବାରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଯାହା ଫଳରେ ଫାଇନାଲ୍ ମ୍ୟାଚ୍ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ବିଜେତା ଦଳ ପକ୍ଷରୁ ଏକମାତ୍ର ଗୋଲଫି ଭିନିସିଅସ ଜୁନିୟର ସ୍କୋର କରିଥିଲେ । ଅନ୍ୟପକ୍ଷରେ ମାଦ୍ରିଦ୍ […]
ପ୍ୟାରିସ: ଚାମ୍ପିଅନ୍ସ ଲିଗର ଶନିବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲରେ ଲିଭରପୁáୁ ୧-୦ ଗୋଲରେ ପରାସ୍ତ କରି ରିଅଲ ମାଦ୍ରିଦ୍ ଚତୁର୍ଦଶ ଥର ପାଇଁ ୟୁରୋପିଆନ କପ୍ ବିଜେତା ହୋଇଛି । ଷ୍ଟାଡିୟମରେ ପ୍ରବେଶ ପାଇଁ ପ୍ରବଳ ଜନଗହଳିକୁ ନିୟଂତ୍ରଣ କରିବାରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଯାହା ଫଳରେ ଫାଇନାଲ୍ ମ୍ୟାଚ୍ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ବିଜେତା ଦଳ ପକ୍ଷରୁ ଏକମାତ୍ର ଗୋଲଫି ଭିନିସିଅସ ଜୁନିୟର ସ୍କୋର କରିଥିଲେ । ଅନ୍ୟପକ୍ଷରେ ମାଦ୍ରିଦ୍ ଗୋଲରକ୍ଷକ ଥିବାଉଟ କୋର୍ଟିସ୍ ଲିଭରପୁଲର ଏକାଧିକ ପ୍ରୟାସକୁ ନିସ୍ପଳ କରିଦେଇ ମାଦ୍ରିଦକୁ ବିଜୟ ଭେଟି ଦେଇଥିଲେ । ଲିଭରପୁଲ ଚଳିତ ଋତୁରେ ଦୁଇଟି ଘରୋଇ ଟ୍ରଫି ଜିତିଥିଲେ ମଧ୍ୟ ପ୍ରିମୟର ଲିଗ୍ ଜିତିବାରେ ବିଫଳ ହୋଇଥିଲା ।




