ବିଶ୍ୱକପ୍‌ ଖେଳିବେନି ଜାଡେଜା

ନୂଆଦିଲ୍ଲୀ : ଅକେଫାବରରୁ ଆରମ୍ଭ ହେବାକୁଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ତାରକା ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଖେଳିବେ ନାହିଁ । ଏସିଆ କପ୍‌ର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିବା ଜାଡେଜା ଆଣ୍ଠୁ ଜନୀତ ସମସ୍ୟା ଯୋଗୁଁ ସୁପର-୪ରୁ ବାଦ ପଡ଼ିଥିଲେ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ତୁରନ୍ତ ଦୁବାଇରୁ ମୁମ୍ବାଇ ଆସି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିଲେ ମଧ୍ୟ ସେ କେବେ ସୁସ୍ଥ ହେବେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ […]

Samaya Live Picture
Published On

ନୂଆଦିଲ୍ଲୀ : ଅକେଫାବରରୁ ଆରମ୍ଭ ହେବାକୁଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ତାରକା ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଖେଳିବେ ନାହିଁ । ଏସିଆ କପ୍‌ର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିବା ଜାଡେଜା ଆଣ୍ଠୁ ଜନୀତ ସମସ୍ୟା ଯୋଗୁଁ ସୁପର-୪ରୁ ବାଦ ପଡ଼ିଥିଲେ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ତୁରନ୍ତ ଦୁବାଇରୁ ମୁମ୍ବାଇ ଆସି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିଲେ ମଧ୍ୟ ସେ କେବେ ସୁସ୍ଥ ହେବେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।

 ବିଶ୍ୱକପ୍‌ ଖେଳିବେନି ଜାଡେଜା

ତେଣୁ ସେ ଟି-୨୦ ବିଶ୍ୱକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇପାରିବେ ନାହିଁ ।
ଏସିଆ କପ୍‌ ଚାଲିଥିବା ବେଳେ ଜାଡେଜା କେମିତି ଆହତ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଜାଡେଜା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ସାଥୀ ଖେଳାଳିଙ୍କ ସହ ଦୁବାଇର ସମୁଦ୍ରରେ ଜଳକ୍ରୀଡା କରୁଥିଲେ । ଏହି ସମୟରେ ଜାଡେଜାଙ୍କ ଗୋଡ ଖସି ଯିବାରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।

ସେ ଅତ୍ୟନ୍ତ ଗୁରୁତର ଥିବାରୁ ସେ ସର୍ଜରୀ କରାଇଛନ୍ତି । ବିସିସିଆଇ ଏପରି ଅବହେଳକୁ ନେଇ ଟିମ ମ୍ୟାନେଜମେଣ୍ଟ ଉପରେ କ୍ରୋଧାନ୍ୱିତ ହୋଇଛି । ଜାଡେଜା ଓ ଅନ୍ୟମାନେ ଦୁଶାହସିକ ଇଭେଣ୍ଟରେ ଭାଗ ନେଇଥିଲେ । ଏହି ସମୟରେ ଜାଡେଜାଙ୍କ ସ୍କିକ ବୋର୍ଡ ଉପରେ ନିଜର ସ;ୁଳନ କରିବାକୁ ପଡିଥିଲା । ତାଙ୍କ ଗୋଡ ଖସିଯିବାରୁ ସେ ତଳେ ଜୋରରେ ପଡିଯାଇଥିଲେ । ତେଣୁ ଆଣ୍ଠୁରେ ଆଘାତ ଲାଗିଥିଲା । ଏହା କୌଣସି ପ୍ରକାର ଟ୍ରେନିଂ ଅଂଶବିଶେଷ ନଥିଲା । ଏହା ସମ୍ପୂର୍ଣ୍ଣ ଅନାବଶ୍ୟକ ଥିଲା ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

 ବିଶ୍ୱକପ୍‌ ଖେଳିବେନି ଜାଡେଜା

ବିସିସିଆଇ କର୍ତ୍ତୃପକ୍ଷ କୋଚ୍‌ ରାହୁଲ ଦ୍ରାବିଡ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ସେମାନେ କେମିତି ଜାଡେଜାଙ୍କୁ ଏତେ ବଡ଼ ରିକ୍ସ ନେବାକୁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଥିଲେ । ଅବହେଳା ଯୋଗୁଁ ଜାଡେଜାଙ୍କ ଭଳି ଜଣେ ଖେଳାଳି ଟି-୨୦ ବିଶ୍ୱକପ୍‌ରୁ ବଞ୍ଚିତ ହେବେ । ଏହା ଦଳର ଏକତା ଉପରେ ପ୍ରଭାବ ପକାଇବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ପ୍ରଥମ ମ୍ୟାଚରେ ଜାଡେଜା ଭଲ ବ୍ୟାଟିଂ କରିଥିଲେ । ସୁପର-୪ରେ ଜାଡେଜା ନଥିବାରୁ ଦଳର ସ;ୁଳନ ବିଗିଡି ଯାଇଥିଲା । ତେଣୁ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ।