ରଣଜୀ ଟ୍ରଫି ସେମିଫାଇନାଲ: ଦୃଢ଼ ସ୍ଥିତିରେ ମୁମ୍ବାଇ, ମଧ୍ୟପ୍ରଦେଶ
ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ସେମିଫାଇନାଲ ମୁକାବିଲା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଲୁରରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବେଙ୍ଗଲକୁ ପଛରେ ପକାଇ ମଧ୍ୟପ୍ରଦେଶ ଇନିଂସ ଅଗ୍ରଣୀ ହେଉଥିବା ବେଳେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟପ୍ରଦେଶ ବିପକ୍ଷରେ ମୁମ୍ବାଇର ମଜଭୁତ ରହିଛି । ମଧ୍ୟପ୍ରଦେଶ-ବେଙ୍ଗଲ ଆଲୁରରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲରେ ଇନିଂସ ଅଗ୍ରଣୀ ହାସଲ କରିଛି ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୩୪୧ […]
ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ସେମିଫାଇନାଲ ମୁକାବିଲା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଲୁରରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବେଙ୍ଗଲକୁ ପଛରେ ପକାଇ ମଧ୍ୟପ୍ରଦେଶ ଇନିଂସ ଅଗ୍ରଣୀ ହେଉଥିବା ବେଳେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟପ୍ରଦେଶ ବିପକ୍ଷରେ ମୁମ୍ବାଇର ମଜଭୁତ ରହିଛି ।
ମଧ୍ୟପ୍ରଦେଶ-ବେଙ୍ଗଲ

ଆଲୁରରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲରେ ଇନିଂସ ଅଗ୍ରଣୀ ହାସଲ କରିଛି ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୩୪୧ ରନ୍ କରିଥିବା ବେଙ୍ଗଲ ୨୭୩ ରନ୍ କରି ଅଲ୍ଆଉଟ ହୋଇଥିଲା । ତୃତୀୟ ଦିବସ ଷ୍ଟମ୍ପଅପସାରଣ ସୁଦ୍ଧା ମଧ୍ୟପ୍ରଦେଶ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୬୩ ଓଭରରେ ୧୬୩/୨ ରନ୍ କରି ୨୩୧ ରନ୍ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ରଜତ ପଟିଦାର ୬୩ ଓ ଆଦିତ୍ୟ ଶ୍ରୀଭଟ୍ଟଭା ୩୪ ରନ୍ କରି ଅପରାଜିତ ଥିଲେ । ମ୍ୟାଚ୍ର ଆଉ ଦୁଇ ଦିନ ଖେଳ ବାକିଥିବାରୁ ଫଳାଫଳ ଆଶା କରାଯାଉଛି ।
ମୁମ୍ବାଇ-ଉତ୍ତରପ୍ରଦେଶ

ବେଙ୍ଗାଲୁରୁରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ମୁମ୍ବାଇ ଦଳ ଉତ୍ତରପ୍ରଦେଶ ବିପକ୍ଷରେ ଇନିଂସ ଅଗ୍ରଣୀ ସହ ଆଧିପତ୍ୟ ବିସ୍ତାର କରିଛି । ମୁମ୍ବାଇ ପ୍ରଥମ ଇନିଂସରେ ୩୯୩ ରନ୍ କରିଥିଲା । ଉତ୍ତରପ୍ରଦେଶ ୧୮୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ତୃତୀୟ ଦିବସ ଷ୍ଟମ୍ପଅପସାରଣ ସୁଦ୍ଧା ମୁମ୍ବାଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୪୨ ଓଭରରେ ୧ ୱିକେଟ୍ ହରାଇ ୧୬୩ ରନ୍ କରିଛି । ଏଥିସହ ମୁମ୍ବାଇ ୩୪୬ ରନର ଅଗ୍ରଣୀ ହାସଲ କରିଛି । ମୁମ୍ବାଇର ଜଶସଭି ଜୟସ୍ୱାଲ ୩୫ ଓ ଅର୍ମାନ ଜାଫର ୩୨ ରନ୍ କରି ଅପରାଜିତ ଥିଲେ । ଅଧିନାୟକ ପୃଥ୍ୱୀ ଶ’ ୬୪ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।




