ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ହେବେ ଦୌଡ଼ ରାଣୀ ପି ଟି ଉଷା

ଦିଲ୍ଲୀ: ବିନା ପ୍ରତିଦ୍ୱନ୍ଦିରେ ଭାରତୀୟ ଅଲମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଦୌଡ଼ ରାଣୀ ପି ଟି ଉଷା । ୯୫ ବର୍ଷର ଇତିହାସରେ ପି ଟି ଉଷା ଆଇଓଏର ଅଧ୍ୟକ୍ଷ ପଦବୀ ସମ୍ଭାଳିବାରେ ପ୍ରଥମ ଅଲମ୍ପିଆନ୍‌ ହେବା ସହ ପ୍ରଥମ ମହିଳା ଅଧ୍ୟକ୍ଷ ହେବେ । With the warm support of my Fellow Athletes and National Federations I am humbled and honoured to accept and file for […]

Samaya Live Picture
Published On

ଦିଲ୍ଲୀ: ବିନା ପ୍ରତିଦ୍ୱନ୍ଦିରେ ଭାରତୀୟ ଅଲମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଦୌଡ଼ ରାଣୀ ପି ଟି ଉଷା । ୯୫ ବର୍ଷର ଇତିହାସରେ ପି ଟି ଉଷା ଆଇଓଏର ଅଧ୍ୟକ୍ଷ ପଦବୀ ସମ୍ଭାଳିବାରେ ପ୍ରଥମ ଅଲମ୍ପିଆନ୍‌ ହେବା ସହ ପ୍ରଥମ ମହିଳା ଅଧ୍ୟକ୍ଷ ହେବେ ।

ଗତ ରବିବାର ଦିନ ଆଇଓଏ ଅଧ୍ୟକ୍ଷ ପଦବୀ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା । ଏହି ପଦବୀ ପାଇଁ କେବଳ ପି ଟି ଉଷା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ଅଧ୍ୟକ୍ଷ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ତେବେ ଆଇଓଏର ବିଭିନ୍ନ ପଦବୀ ଲାଗି ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହି ସବୁ ପଦବୀ ପାଇଁ ନିର୍ବାଚନ ହେବ ।

 PT Usha is all set to become the first woman President of the Indian Olympic Association (IOA)

ପିଲଭୁଲାକାଣ୍ଡି ଠେକେରାପରାମ୍ବିଲ୍‌ ଉଷା ‘ପାୟୋଲି ଏକ୍ସପ୍ରେସ’ ଓ ‘ଦୌଡ଼ ରାଣୀ’ ଭାବେ ପରିଚିତ । ସେ ଜଣେ ଅବସର ପ୍ରାପ୍ତ ଭାରତୀୟ ଦୌଡ଼କୁଦ ଖେଳାଳି । ୧୯୭୯ ମସିହାରୁ ସେ ଭାରତୀୟ ଆଥ୍ଲେଟିକ୍ସ ସହ ଜଡ଼ିତ । ୧୯୮୨ରୁ ୧୯୯୪ ମସିହା ପର୍ଯ୍ୟନ୍ତ ଏସିଆନ୍‌ ଗେମ୍ସରେ ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୧ଟି ପଦକ ହାସଲ କରିଥିଲେ ପିଟି ଉଷା । ସେ ୧୯୮୬ ମସିହାରେ ସିଓଲ ଏସିଆନ୍‌ ଗେମ୍ସରେ ୪ଟି ଯାକ ସ୍‌ର୍ଣ୍ଣ ପଦକ ଜିତିଥିଲେ । ୧୯୮୩ରୁ ୧୯୯୮ ମସିହା ମଧ୍ୟରେ ଏସିଆନ ଚାମ୍ପିୟନସିପରେ ମୋଟ ୨୩ଟି ପଦକ ବିଜେତା ହୋଇଥିଲେ ପିଟି ଉଷା । ବର୍ତ୍ତମାନ ସେ କେରଳର କୋଝିକୋଡ୍‌ ନିକଟସ୍ଥ କୋଇଲାଣ୍ଡିରେ, ଉଷା ସ୍କୁଲ୍‌ ଅଫ୍‌ ଆଥ୍ଲେଟିକ୍ସ ଚଲାଉଛନ୍ତି ।