ମ୍ୟାଚ ପରେ ଭାରତୀୟ ଦଳ ହାତ ନମିଳାଇବାରୁ ପାକିସ୍ତାନ କ୍ରିକେଟରଙ୍କ ଫେରାଦ

ନୂଆଦିଲ୍ଲୀ : ପଡିଆରେ ଦୁଇ ଦୁଇଥର ଲଜ୍ଜିତ ହୋଇଛି ପାକିସ୍ତାନ କ୍ରିକେଟ ଦଳ । ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପରାଜିତ ଏବଂ ଲଜ୍ଜିତ । ମ୍ୟାଚ ପରେ ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇ ନଥିଲେ ଭାରତୀୟ କ୍ରିକେଟ ଟିମ ସଦସ୍ୟ । ଉଭୟ ଟସ ଏବଂ ମ୍ୟାଚ ପରବର୍ତ୍ତୀ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ହାତ ମିଳାଇ ନଥିଲେ କି କଥା ବି ହୋଇନଥିଲେ ।ଏହାକୁ ନେଇ କ୍ଷୁବ୍ଧ ହୋଇଛି ପାକିସ୍ତାନୀ କ୍ରିକେଟ […]

ମ୍ୟାଚ ପରେ ଭାରତୀୟ ଦଳ ହାତ ନମିଳାଇବାରୁ ପାକିସ୍ତାନ କ୍ରିକେଟରଙ୍କ ଫେରାଦ
Samaya Live Picture
Published On

ନୂଆଦିଲ୍ଲୀ : ପଡିଆରେ ଦୁଇ ଦୁଇଥର ଲଜ୍ଜିତ ହୋଇଛି ପାକିସ୍ତାନ କ୍ରିକେଟ ଦଳ । ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପରାଜିତ ଏବଂ ଲଜ୍ଜିତ । ମ୍ୟାଚ ପରେ ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇ ନଥିଲେ ଭାରତୀୟ କ୍ରିକେଟ ଟିମ ସଦସ୍ୟ । ଉଭୟ ଟସ ଏବଂ ମ୍ୟାଚ ପରବର୍ତ୍ତୀ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ହାତ ମିଳାଇ ନଥିଲେ କି କଥା ବି ହୋଇନଥିଲେ ।ଏହାକୁ ନେଇ କ୍ଷୁବ୍ଧ ହୋଇଛି ପାକିସ୍ତାନୀ କ୍ରିକେଟ ଟିମ । ଏସିଆନ କ୍ରିକେଟ କାଉନସିଲ ନିକଟରେ କଲା ଫେରାଦ । ଏସିଆ କପରେ ପାକିସ୍ତାନ ବିରୋଧରେ ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଛି । ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ପହଲଗାଓଁ ପୀଡିତଙ୍କ ପରିବାର ସହିତ ଛିଡା ହୋଇଛୁ । ତେବେ ଭାରତୀୟ କ୍ରିକେଟ ଦଳର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପହଁଲଗାଓଁ ବାସୀ । ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଆଶା କରୁଛି ଯେ ଆମ ଦେଶର ବୀର ଯବାନମାନେ ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଥିବେ ।

ଗତକାଲି ଦୁବାଇରେ ଅନୁଷ୍ଠିତ ହୋଇଥିଲା ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁ ମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକ୍ । ତେବେ ପହଲଗାମ ଆତଙ୍କୀ ହମଲା ପରେ ଦେଶରେ ପାକିସ୍ତାନ ପ୍ରତି ଲୋକଙ୍କ ଘୃଣାଭାବ ବଢ଼ିଛି । ଯାହାକି ଗତକାଲି ମ୍ୟାଚରେ ବି ଦେଖିବାକୁ ମିଳିଛି । ଆତଙ୍କୀଙ୍କୁ ସେମାନଙ୍କ ଭାଷାରେ ଦେଶର ସେନା ଜବାବ ଦେଇସାରିଥିବା ବେଳେ, ପାକ କ୍ରିକେଟ୍ ଟିମକୁ ମଧ୍ୟ ପଡ଼ିଆରେ ପରାଜୟର ସ୍ବାଦ ଚଖାଇସାରିଛି ଭାରତ । ପାକ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଛି । ପାକକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

କ୍ରିକେଟ୍‌ ମ୍ୟାଚ୍‌ ପରେ ପଡ଼ିଆରେ ଉଭୟ ଦଳର ଖେଳାଳି ହାତ ମିଳାଇଥାଆନ୍ତି। ହେଲେ ରବିବାର ଏହାର ବ୍ୟତିକ୍ରମ ଦେଖା ଯାଇଥିଲା। ଏସିଆ କପ୍‌ରେ ରବିବାର ପାକିସ୍ତାନକୁ ଭାରତ ସହଜରେ ପରାସ୍ତ କରିବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ମିଳାଇବାକୁ ମନା କରି ଦେଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟସୂଚକ ଛକାମାରିବା ପରେ ସେ ଓ ଶିବମ୍ ଦୁବେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ଡଗ୍‌ଆଉଟ୍‌କୁ ଚାଲି ଯାଇଥିଲେ। ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବା ପାଇଁ ଆସିନଥିଲେ। ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗା ଓ ପ୍ରଶିକ୍ଷକ ମାଇକ୍‌ ହେସନ୍ ଭାରତୀୟ ଡଗ୍‌ଆଉଟ୍‌ ପାଖକୁ ଆସି ହାତ ମିଳାଇବାକୁ ଚାହିଁଥିଲେ ମଧ୍ୟ ଭାରତୀୟ ଖେଳାଳି ସେମାନଙ୍କ ଆଡ଼ ଆଖିରେ ମଧ୍ୟ ଚାହିନଥିଲେ। ଟସ୍‌ ପଡ଼ିବା ବେଳେ ମଧ୍ୟ ସୂର୍ଯ୍ୟକୁମାର ପାକ୍‌ ଅଧିନାୟକ ସଲ୍‌ମାନଙ୍କ ସହ ହାତ ମିଳାଇ ନଥିଲେ। ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାର ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ କହି ଦେଇଥିଲେ ଯେ ସଲ୍‌ମାନଙ୍କ ସହ ହାତ ମିଳାଇବେ ନାହିଁ।

Tags: