ଆଜି ଅଲିମ୍ପିକ୍‍ କ୍ୱାଲିଫାୟାର୍ସ ହକି ସିରିଜର ଦ୍ୱିତୀୟ ମ୍ୟାଚ

ସମୟ ଲାଇଭ୍‍,୨/୧୦: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଦୁଇ ଦିନିଆ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ଆଜି ସିରିଜ ଦ୍ୱିତୀୟ ମ୍ୟାଚ୍‍ ଅନୁଷ୍ଠିତ ହେବ। ଗତକାଲି ଭାରତୀୟ ମହିଳା ଦଳ ଆମେରିକାକୁ ୫-୧ ଗୋଲରେ ହରାଇ ଟୋକିଓ ଅଲିମ୍ପିକ୍ ଆଡ଼କୁ ଅଗ୍ରସର ହୋଇଛି। ସେହିପରି ଭାରତୀୟପୁରୁଷ ଦଳ ରୁଷିଆ ବିପକ୍ଷରେ ଖେଳି ୪-୨ ଗୋଲରେ ପ୍ରଥମ ମ୍ୟାଚ୍‍ ଜିତିଛି। ତେବେ ଆଜି ଭାରତୀୟ ମହିଳା ବା ପୁରୁଷଦଳ ଯଦି ବିଜୟ ହାସଲ କରେ […]

Samaya Live Picture
Published On

ସମୟ ଲାଇଭ୍‍,୨/୧୦: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଦୁଇ ଦିନିଆ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ଆଜି ସିରିଜ ଦ୍ୱିତୀୟ ମ୍ୟାଚ୍‍ ଅନୁଷ୍ଠିତ ହେବ। ଗତକାଲି ଭାରତୀୟ ମହିଳା ଦଳ ଆମେରିକାକୁ ୫-୧ ଗୋଲରେ ହରାଇ ଟୋକିଓ ଅଲିମ୍ପିକ୍ ଆଡ଼କୁ ଅଗ୍ରସର ହୋଇଛି। ସେହିପରି ଭାରତୀୟପୁରୁଷ ଦଳ ରୁଷିଆ ବିପକ୍ଷରେ ଖେଳି ୪-୨ ଗୋଲରେ ପ୍ରଥମ ମ୍ୟାଚ୍‍ ଜିତିଛି। ତେବେ ଆଜି ଭାରତୀୟ ମହିଳା ବା ପୁରୁଷଦଳ ଯଦି ବିଜୟ ହାସଲ କରେ ବା ମ୍ୟାଚ୍‍ ଡ଼୍ର ହୁଏ ତେବେ ସେହି ଦଳ ଟୋକିଓ ଅଲମ୍ପିକରେ ଖେଳିବାକୁ ସୁଯୋଗ ପାଇବ। ଭାରତୀୟ ଦଳ ବିପକ୍ଷ ଦଳକୁ ମାତ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା ଚଳାଇଥିଲା ବେଳେ ଅଲିମ୍ପିକ୍ ଟିକେଟ ହାସଲ ପାଇଁ ବିପକ୍ଷ ଦଳ ମଧ୍ୟ ଆଶାୟୀ ଅଛନ୍ତି।

Tags: