ଓଡ଼ିଆ ଝିଅ ଲିପୀକା ଋଷିଆର ସର୍ବୋଚ୍ଚ ଗିରିସୃଙ୍ଗ ‘ମାଉଣ୍ଟ ଏଲବୃସ’ ଚଢି ରାଜ୍ୟ ପାଇଁ ଆଣିଲେ ଗୈାରବ

ସମୟ ଲାଇଭ,୬/୧୧: ୟୁରୋପ ମହାଦେଶର ଋଷିଆଦେ ଅବସ୍ଥିତ ସର୍ବୋଚ୍ଚ ଗିରିସୃଙ୍ଗ ମାଉଣ୍ଟ ଏଲବୃସ’(୧୮,୫୧୦ ଫୁଟ)) କୁ ସଫଳତାର ସହ ଚଢି ଶୀର୍ଷରେ ପହଞ୍ଚିଛନ୍ତି ବରଗଡର ଝିଅ ଲିପିକା ସେଟ। ଏଲବ୍ରସ୍ ଶିଖରରେ ଜାତୀୟ ପତାକା ଉଡ଼ାଇବା ସହ ଜାତୀୟ ସଂଗୀତ ଗାଇବାର ଗୌରବ ପାଇଥିଲେ। ମନ୍ଥର ଚାଲିବା କାରଣରୁ ଲିପିକାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଅଭିଯାନରୁ ଓହରିଯିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଦୃଢ଼ମନା ଏହି ବରଗଡ଼ ଝିଅ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ମାଉଣ୍ଟ୍ ଏଲବ୍ରସ ହେଉଛି ୟୁରୋପ […]

Samaya Live Picture
Published On

ସମୟ ଲାଇଭ,୬/୧୧: ୟୁରୋପ ମହାଦେଶର ଋଷିଆଦେ ଅବସ୍ଥିତ ସର୍ବୋଚ୍ଚ ଗିରିସୃଙ୍ଗ ମାଉଣ୍ଟ ଏଲବୃସ’(୧୮,୫୧୦ ଫୁଟ)) କୁ ସଫଳତାର ସହ ଚଢି ଶୀର୍ଷରେ ପହଞ୍ଚିଛନ୍ତି ବରଗଡର ଝିଅ ଲିପିକା ସେଟ। ଏଲବ୍ରସ୍ ଶିଖରରେ ଜାତୀୟ ପତାକା ଉଡ଼ାଇବା ସହ ଜାତୀୟ ସଂଗୀତ ଗାଇବାର ଗୌରବ ପାଇଥିଲେ। ମନ୍ଥର ଚାଲିବା କାରଣରୁ ଲିପିକାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଅଭିଯାନରୁ ଓହରିଯିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଦୃଢ଼ମନା ଏହି ବରଗଡ଼ ଝିଅ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ମାଉଣ୍ଟ୍ ଏଲବ୍ରସ ହେଉଛି ୟୁରୋପ ମହାଦେଶର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ। ଏହି କୃତିତ୍ୱ ହାସଲ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଆଗାମୀ ଦିନରେ ଲିପୀକା ଆହୁରି କୀର୍ତ୍ତୀମାନ ସ୍ଥାପନ କରିବେ ବୋଲି କହିଛନ୍ତି ଏହା ସହ ରାଜ୍ୟ ପାଇଁ ଗୈାରବ ଆଣିବେ

Tags: