ରାଜକୋଟ ବିଜୟପରେ ଭାରତର ବିରଳ ରେକର୍ଡ

ସମୟ ଲାଇଭ,୮/୧୧:ରାଜକୋଟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି ପୁରା ମ୍ୟାଚର ହୀରୋ ଥିଲେ ବିଷ୍ପୋରକ ବ୍ୟାଟ୍ସମାନ ରୋହିତ କୁଶର୍ମା। ଏହି ମ୍ୟାଚ ପରେ ଭାରତ ଅନେକ ରେକର୍ଡ ନିଜ ନାଁରେ କରିପାରିଛି। ମ୍ୟାଚ ଚେଜିଙ୍ଗ୍‍ କ୍ଷେତ୍ରରେ ଭାରତ ସମସ୍ତଙ୍କୁ ପଛରେ ପକାଇ ଦେଇ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି। ଏସିଆ ମହାଦେଶର କ୍ରିକେଟ କିଙ୍ଗ ଟିମ୍‌ ଇଣ୍ଡିଆର ଚେଜ୍‌ ତୁଳନାରେ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ପଛରେ ପଡ଼ିଯାଇଛି। । […]

Samaya Live Picture
Published On

ସମୟ ଲାଇଭ,୮/୧୧:ରାଜକୋଟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି ପୁରା ମ୍ୟାଚର ହୀରୋ ଥିଲେ ବିଷ୍ପୋରକ ବ୍ୟାଟ୍ସମାନ ରୋହିତ କୁଶର୍ମା। ଏହି ମ୍ୟାଚ ପରେ ଭାରତ ଅନେକ ରେକର୍ଡ ନିଜ ନାଁରେ କରିପାରିଛି। ମ୍ୟାଚ ଚେଜିଙ୍ଗ୍‍ କ୍ଷେତ୍ରରେ ଭାରତ ସମସ୍ତଙ୍କୁ ପଛରେ ପକାଇ ଦେଇ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି। ଏସିଆ ମହାଦେଶର କ୍ରିକେଟ କିଙ୍ଗ ଟିମ୍‌ ଇଣ୍ଡିଆର ଚେଜ୍‌ ତୁଳନାରେ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ପଛରେ ପଡ଼ିଯାଇଛି। । ବାଂଲାଦେଶ ଦେଇଥିବା ୧୫୩ ରନର ବିଜୟଲକ୍ଷକୁ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ମାତ୍ର ୧୫.୪ ଓଭରରେ ଏହାକୁ ହାସଲ କରିନେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଦଳପକ୍ଷରୁ ସର୍ବାଧିକ ୮୫ ରନ କରି ଶତକୀୟ ପାରିରୁ ବଞ୍ଚିତ ହୋଇଥିଲେ ରୋହିତ। ଭାରତ ୬୧ଟି ଟି-୨୦ ମ୍ୟାଚ୍‌ରେ ଚେଜ୍‌ କରି ୪୧ଟି ମ୍ୟାଚ୍‌ରେ ବିଜୟ ହାସଲ କରିବାର ରେକର୍ଡ କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ଏହି ତାଲିକାର ୧ ନଂ ସ୍ଥାନରେ ରହିଥିଲା। ଅଷ୍ଟ୍ରେଲିଆ ତା’ର ୬୯ଟି ମ୍ୟାଚ୍‌ରେ ଚେଜ୍‌ କରି ୪୦ଟିରେ ବିଜୟୀ ହୋଇଥିଲା ।

Tags: