ବିଶ୍ୱ ଚାମ୍ପିଅନ୍‌ସିପ୍‌: ପ୍ରଥମ ପ୍ରୟାସରେ ନୀରଜଙ୍କୁ ଫାଇନାଲ ଯୋଗ୍ୟତା

ୟୁଗେନୀ : ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଜାଭେଲିନ୍‌ ଥ୍ରୋ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ନୀରଜ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ମାତ୍ର ୨ଥର ଜାଭେଲିନ୍‌ ଫିଙ୍ଗି ଥିଲେ । ଏହି ଦୁଇ ପ୍ରୟାସ ସହ ନୀରଜ ମେଡ଼ାଲ ରାଉଣ୍ଡରେ ସାମିଲ ହୋଇଛନ୍ତି । ୨୪ ବର୍ଷୀୟ ଭାରତୀୟ ସୁପର ଷ୍ଟାର ନୀରଜ ପଦକ ଦାବିଦାର ଅଛନ୍ତି […]

Samaya Live Picture
Published On

ୟୁଗେନୀ : ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଜାଭେଲିନ୍‌ ଥ୍ରୋ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ନୀରଜ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ମାତ୍ର ୨ଥର ଜାଭେଲିନ୍‌ ଫିଙ୍ଗି ଥିଲେ । ଏହି ଦୁଇ ପ୍ରୟାସ ସହ ନୀରଜ ମେଡ଼ାଲ ରାଉଣ୍ଡରେ ସାମିଲ ହୋଇଛନ୍ତି । ୨୪ ବର୍ଷୀୟ ଭାରତୀୟ ସୁପର ଷ୍ଟାର ନୀରଜ ପଦକ ଦାବିଦାର ଅଛନ୍ତି । ଗ୍ରୁପ୍‌ ଏ’ ପର୍ଯ୍ୟାୟର ଯୋଗ୍ୟତା ମୁକାବିଲାରେ ନୀରଜ ୮୮.୩୯ ମିଟର ଫିଙ୍ଗି ତୃତୀୟଥର ପାଇଁ କ୍ୟାରିୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ଏହି ପ୍ରତିଯୋଗିତାରେ ନୀରଜ ମୋଟ୍‌ ଉପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍‌ ଗ୍ରେନେଡାର ଆନ୍ଦ୍ରେସନ ପିଟର୍ସ ଗ୍ରୁପ୍‌ ବି’ରେ ୮୯.୯୧ ମିଟର ଜାଭେଲିନ୍‌ ଫିଙ୍ଗି ଶୀର୍ଷରେ ରହିଛନ୍ତି ।

ବିଶ୍ୱ ଚାମ୍ପିଅନ୍‌ସିପ୍‌: ପ୍ରଥମ ପ୍ରୟାସରେ ନୀରଜଙ୍କୁ ଫାଇନାଲ ଯୋଗ୍ୟତା

ନୀରଜଙ୍କ ପାଇଁ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଆରମ୍ଭ ଉଚ୍ଚକୋଟୀର ରହିଛି । ପ୍ରତିଦିନର ପ୍ରତିଯୋଗିତାରେ ଭିନ୍ନତା ଥାଏ । ମୁଁ କେବଳ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଛି । ଆଗକୁ ଭଲ କରିବାକୁ ଚେଷ୍ଟା କରିବି ବୋଲି ନୀରଜ କହିଛନ୍ତି ।

୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିଅନସିପରେ ନୀରଜ ଚୋପ୍ରା କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ସଫଳତା ହାସଲ କରିଥିଲେ । ୨୦୧୯ ଦୋହା ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ନୀରଜ ଅଂଶଗ୍ରହଣ କରିପାରିନଥିଲେ । ତାଙ୍କ କହୁଣୀରେ ଅସ୍ତ୍ରୋପଚାର ହୋଇଥିଲା ।

ଭାରତର ଅନ୍ୟତମ ପ୍ରତିଯୋଗୀ ଏଲ୍‌ଦୋସ ପଲ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟ୍ରିପଲ ଜମ୍ପ ଫାଇନାଲ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ୧୬.୬୯ ମିଟର ଡେଇଁ ଏସଫଳତା ପାଇଛନ୍ତି । ଗ୍ରୁପ୍‌ ଏ’ରେ ପଲ ଷଷ୍ଠ ତଥା ମୋଟ୍‌ ଉପରେ ୧୨ ନମ୍ବର ସ୍ଥାନରେ ରହିଛନ୍ତି । ରବିବାର ଫାଇନାଲ ମୁକାବିଲା ହେବ । ଭିସା ସମସ୍ୟା କାରଣରୁ ୨୫ ବର୍ଷୀୟ ପଲ୍‌ ବିଳମ୍ବରେ ପହଞ୍ଚିଥିଲେ । ଟ୍ରିପଲ ଜମ୍ପରେ ପଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୬.୯୯ ମିଟର ରହିଛି । ଗତ ଏପ୍ରିଲରେ ଫେଡେରେସନ୍‌ କପ୍‌ରେ ୧୬.୯୯ ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ପ୍ରବୀଣ ଚିତ୍ରଭେଲ ଓ ଅବଦ୍ଦୁଲ୍ଲା ଆବୋବାକେର ୧୬.୪୯ ମିଟର ଓ ୧୬.୪୫ ମିଟର ସହ ପଦକ ପର୍ଯ୍ୟାୟ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । ପ୍ରବୀଣ ଗ୍ରୁପ୍‌ ଏ’ରେ ଅଷ୍ଟମ ସ୍ଥାନ ଏବଂ ଆବୁବାକେର ଗ୍ରୁପ୍‌ ବି’ରେ ଦଶମ ସ୍ଥାନରେ ରହିଥିଲେ । ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୧୨ ଜଣ ଖେଳାଳି ପଦକ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି ।

ବିଶ୍ୱ ଚାମ୍ପିଅନ୍‌ସିପ୍‌: ପ୍ରଥମ ପ୍ରୟାସରେ ନୀରଜଙ୍କୁ ଫାଇନାଲ ଯୋଗ୍ୟତା
ଜାକୁବ ଭାଡଲେଚ

ଟୋକିଓ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟୀ ଜାଭେଲିନ୍‌ ଥ୍ରୋୟର ଚେକ୍‌ ଗଣରାଜ୍ୟର ଜାକୁବ ଭାଡଲେଚ ୮୫.୨୩ ମିଟର ସହ ପଦକ ମୁକାବିଲାରେ ସାମିଲ ହୋଇଛନ୍ତି । ପାକିସ୍ତାନର ଅର୍ସଦ ନଦିମ ଗ୍ରୁପ୍‌ ବି’ରେ ୮୧.୭୧ ମିଟର ସହ ଚତୁର୍ଥ ସ୍ଥାନ ତଥା ମୋଟ୍‌ ଉପରେ ନବମ ସ୍ଥାନରେ ରହି ପଦକ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି । ରବିବାର ନୀରଜ ଚୋପ୍ରା ପଦକ ମୁକାବିଲାକୁ ଓହ୍ଲାଇବେ । ସେ ତୃତୀୟ ପ୍ରତିଯୋଗୀ ଭାବେ ପ୍ରଥମେ ଅଲିମ୍ପିକ୍‌ରେ ପଦକ ଜିତିବା ପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପଦକ ହାତେଇବାକୁ ଯାଉଛନ୍ତି । ଭାରତର ପ୍ରଥମ ପ୍ରତିଯୋଗୀ ଭାବେ ନୀରଜ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।