ଆର୍ଜେଣ୍ଟିନାକୁ ଅନୁକମ୍ଫା

ଆର୍ଜେଣ୍ଟିନାକୁ ଅନୁକମ୍ଫା
Ipsita Picture
By: Ipsita
Published On


ଏଥର ଫିଫା ବିଶ୍ବକପର ଗ୍ରୁପ-ଜେ ପର୍ଯ୍ୟାୟରେ ସ୍ଥାନ ପାଇଥିଲା ଆର୍ଜେଣ୍ଟିନା। ଯେମିତି ଗ୍ରୁପରୁ ନକ୍ଆଉଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଆଗକୁ ବଢ଼ିବାରେ ଅସୁବିଧା ନ ହୁଏ ସେଥିପ୍ରତି ପିଫା ବେସ୍ ଯତ୍ନବାନ ଥିଲା। କନମେବୋନ୍ କନଫେଡେରେସନ ଅଧିନରେ ଥିବା ଆର୍ଜେଣ୍ଟିନା ସହ କାଫ୍‌ କନଫେଡେରେସନର ଆଲଜେରିଆ ୟୁଇଏଫଏ କନଫେଡେରେସନର ଅଷ୍ଟ୍ରିଆ ଏବଂ ଏଏଫସିର ଜୋଡାନ ଗୋଟିଏ ଗ୍ରୁପରେ ରହିଥିଲେ। ବିଶ୍ବବିଜେତା ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଆଗରେ ଆଲଜେରିଆ, ଅଷ୍ଟ୍ରିଆ ଓ ଜୋଡାନର ତୁଳନା କରାଯିବା ଅନୁଚିତ। କେବଳ ଏକମାତ୍ର ଦଳ ଅଷ୍ଟ୍ରିଆ ଆର୍ଜେଣ୍ଟିନାକୁ କିଛିମାତ୍ରାରେ ପ୍ରତିହତ କରିଥିଲା। ଫିଫା ବିଶ୍ବକପ ଇତିହାସ ଉପରେ ନଜର ପକାଇଲେ ଅଷ୍ଟ୍ରିଆ ୧୯୫୪ରେ ତୃତୀୟ ସ୍ଥାନ ଓ ୧୯୩୪ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏହା ପରଠୁ ଅଷ୍ଟ୍ରିଆ ପ୍ରଦର୍ଶନର ଆଉ ଚିହ୍ନବର୍ଣ୍ଣ ନାହିଁ। ସେହିଭଳି ଆଲଜେରିଆ ଓ ଜୋଡାନ ଭଳି ଦଳ ଯୋଗ୍ୟତା ପର୍ଯ୍ୟାୟରେ କଡ଼ା ସଘର୍ଷ କରି ବଡ଼ କଷ୍ଟରେ ଫିଫା ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଥିଲେ। ତେଣୁ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଗ୍ରୁପରେ ଅତି ଦୁର୍ବଳ ଦଳଗୁଡ଼ିକୁ ସ୍ଥାନ ଦେବାର ଅର୍ଥ ଆର୍ଜେଣ୍ଟିନାକୁ ଅନୁକମ୍ପା ଦେଖାଇବା। ଫିଫା ଚାହୁଁଥିଲା ଯେ ଲିଓନେଲ ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ପୁଣିଥରେ ବିଶ୍ବ ଚାମ୍ପିୟନ ହେଉ। କାରଣ ଏହି ସଂସ୍କରଣ ଲିଓନେଲ ମେସିଙ୍କ ପାଇଁ ଶେଷ ବିଶ୍ବକପ୍। ବୟସ ଚାପରେ ସେ ଆଉ ୪ ବର୍ଷ ପରେ ବିଶ୍ବକପ୍ ମଇଦାନକୁ ଓହ୍ଲାଇ ପାରିବେ ନାହିଁ। ଏ ଦୃଷ୍ଟିରୁ ସୁଖଦ ଅନୁଭୂତି ସହ ମେସି ବିଶ୍ବ ଫୁଟବଲରୁ ଅବସର ନିଅନ୍ତୁ ବୋଲି ଆର୍ଜେଣ୍ଟିନା ଫୁଟବଲ ସଂଘ ଏବଂ ଫିଫା ଚାହୁଁଥିଲେ। ଯାହାର ପ୍ରତିଫଳନ ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନା ଖେଳାଳିଙ୍କ ବିଶୃଙ୍ଖଳିତ ଆଚରଣ, ମ୍ୟାଚ୍ ସମୟରେ ପ୍ରତିପକ୍ଷ ଖେଳାଳିଙ୍କୁ ବାରମ୍ବାର ଫାଉଲ ମାରିବା ଓ ତିକ୍ତ ପରିବେଶ ସୃଷ୍ଟି କରିବା ସତ୍ତ୍ବେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନ ହେବା ଅନେକ କିଛି ଇଙ୍ଗିତ କରୁଛି।

Tags: