ପୁରୁଷ ହକି ବିଶ୍ୱକପ: ନେଦରଲାଣ୍ଡସ୍ ଖେଳିଛି ସର୍ବାଧିକ ମ୍ୟାଚ୍
ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପକୁ ଆଉ ମାତ୍ର ୧୨ ଦିନ ବାକି ରହିଲା । ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଥିଲା ବେଳେ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆୟୋଜକ ରହିଛି । ଏଥର ଭୁବନେଶ୍ୱର (କଳିଙ୍ଗ ଷ୍ଟାଡିୟମ୍) ଏବଂ ରାଉରକେଲା (ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍) ମିଳିତ ଭାବେ ଏହି ବିଶ୍ୱକପକୁ ଆୟୋଜନ କରୁଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମ ଦ୍ୱିତୀୟ ଥର ପାଇଁ […]
ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପକୁ ଆଉ ମାତ୍ର ୧୨ ଦିନ ବାକି ରହିଲା । ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଥିଲା ବେଳେ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆୟୋଜକ ରହିଛି । ଏଥର ଭୁବନେଶ୍ୱର (କଳିଙ୍ଗ ଷ୍ଟାଡିୟମ୍) ଏବଂ ରାଉରକେଲା (ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍) ମିଳିତ ଭାବେ ଏହି ବିଶ୍ୱକପକୁ ଆୟୋଜନ କରୁଛନ୍ତି ।
ତେବେ କଳିଙ୍ଗ ଷ୍ଟାଡିୟମ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନର ସୁଯୋଗ ପାଇଥିଲା ବେଳେ ପ୍ରଥମ ଥର ପାଇଁ ରାଉରକେଲା ଏଥିରେ ଯୋଡ଼ି ହୋଇଛି । ଏଥର ଓଡ଼ିଶାରେ ଆୟୋଜିତ ବିଶ୍ୱକପ୍ ପଞ୍ଚଦଶ ସଂସ୍କରଣ ହେବ । ଏହି ବିଶ୍ୱକପ୍ ଚଳିତ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ଶେଷ ହୋଇଥିବା ୧୪ ସଂସ୍କରଣରେ ୬ ଭିନ୍ନ ଭିନ୍ନ ରାଷ୍ଟ୍ର ବିଶ୍ୱକପ୍ ଟ୍ରଫି ତୋଳିଧରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପାକିସ୍ତାନ ସର୍ବାଧିକ ୪ ଥର ବିଜେତା ହୋଇଥିଲା ବେଳେ ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ, ଜର୍ମାନୀ ୨ ଥର ଏବଂ ଭାରତ ଓ ବେଲଜିୟମ୍ ଥରେ ଲେଖାଏଁ ବିଶ୍ୱ ବିଜେତା ହୋଇଛନ୍ତି ।
ବେଲଜିୟମ୍ ଗତ ବିଶ୍ୱକପ୍ (୨୦୧୮, ଓଡ଼ିଶା)ରେ ବିଜେତା ହୋଇଥିଲା । ଅନ୍ୟପକ୍ଷରେ ପାକିସ୍ତାନ (୧୯୭୮, ୧୯୮୨), ଜର୍ମାନୀ (୨୦୦୬,୨୦୨୦) ଏବଂ ଅଷ୍ଟ୍ରେଲିଆ (୨୦୧୦, ୨୦୧୪) ଲଗାତାର ଦୁଇ ଥର ଲେଖାଏଁ ବିଶ୍ୱକପ୍ ନିଜ ପାଖରେ ରଖିବାର ସୌଭାଗ୍ୟ ଲାଭ କରିଛନ୍ତି । ୧୯୭୧ ମସିହାରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପର ୫୨ ବର୍ଷ ଇତିହାସରେ ୨୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଜର୍ମାନୀ, ଭାରତ, ନେଦରଲାଣ୍ଡ୍ସ ଏବଂ ସ୍ପେନ୍ ସମସ୍ତ ୧୫ଟି ଯାକ ସଂସ୍କରଣରେ ଅଂଶଗ୍ରହଣ କରିଥିଲା ବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆର୍ଜେଣ୍ଟିନା ୧୪ ଥର, ନ୍ୟୁଜିଲାଣ୍ଡ ୧୧ ଥର, ମାଲେସିଆ ୯ ଥର, ବେଲଜିୟମ୍, ଦ.କୋରିଆ ଓ ଦ.ଆଫ୍ରିକା ୭ ଥର ଲେଖାଏଁ, ଜାପାନ ୫ ଥର, ଫ୍ରାନ୍ସ ୩ ଥର, େୱଲ୍ସ ଓ ଚିଲି ମାତ୍ର ଥରେ ଲେଖାଏଁ ବିଶ୍ୱକପ୍ ଖେଳିଛନ୍ତି ।
ତେବେ ଓଡ଼ିଶାରେ ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ବିଶ୍ୱକପରେ ସବୁଠୁ ଅଧିକ ମ୍ୟାଚ୍ ଖେଳିଥିବା ଶ୍ରେଷ୍ଠ ୫ ଦଳ ଉପରେ ଆସ;ୁ ନଜର ପକାଇବା । ପରିସଂଖ୍ୟାନ ଅନୁଯାୟୀ ନେଦରଲାଣ୍ଡ୍ସ ଏକ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।




