ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ୍‌

ମୁମ୍ବାଇ: ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ପାଇଛନ୍ତି ଦ.ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଥିବା ଆଜି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧେନ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଥିଲେ । କି;ୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି […]

Samaya Live Picture
Published On

ମୁମ୍ବାଇ: ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍‌ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ପାଇଛନ୍ତି ଦ.ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଥିବା ଆଜି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧେନ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଥିଲେ । କି;ୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି । ଏହି କାରଣରୁ ୪୫ ବର୍ଷୀୟ ବାଉଚରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି ।

 

ବାଉଚର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ଦଳର କୋଚ୍‌ ପଦ ଛାଡ଼ିବେ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଆଜି ବାଉଚରଙ୍କୁ ନୂଆ ଦାୟିତ୍ୱ ମିଳିଛି । ବାଉଚର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ପଦ ପାଇ ବେଶ ଉତ୍ସାହିତ ହୋଇଛନ୍ତି । ମୁମ୍ବାଇ ଭଳି ଆଇପିଏଲର ସବୁଠାରୁ ସଫଳ ଟିମର କୋଚ ପଦ ପାଇବା ସୌଭାଗ୍ୟର ବିଷୟ । ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବାଉଚର ଦକ୍ଷିଣ ଆଫ୍ରିକାର ଘରୋଇ ଟିମ୍‌ ଟାଇଟନ୍ସର କୋଚ ହୋଇଥିଲେ । ତାଙ୍କ କୋଚିଂରେ ଦଳ ୫ଥର ଚାମ୍ପିଅନ ହୋଇଥିଲା । ୨୦୧୯ରେ ସେ ଦ.ଆଫ୍ରିକା ଜାତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ହୋଇଥିଲେ । ଏଯାଏ ତାଙ୍କ କୋଚିଂରେ ଦ.ଆଫ୍ରିକା ୧୧ଟି ଟେଷ୍ଟ, ୧୨ଟି ଦିନିକିଆ ଓ ୨୩ଟି ଟି-୨୦ ମ୍ୟାଚ୍‌ ଜିତିଛି ।