ପ୍ୟାରିସ୍‌ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର,ଦ୍ଵିତୀୟ ବ୍ରୋଞ୍ଜ ପଦକ ହାସଲ

ପ୍ୟାରିସ:ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର । ଅଲିମ୍ପିକ୍ସର ଚତୁର୍ଥ ଦିନରେ ସୁଟିଂରେ ଭାରତକୁ ମିଳିଛି ଦ୍ଵିତୀୟ ବ୍ରୋଞ୍ଜ ପଦକ। ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ଉଭୟ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି ମନୁ ଭାକର। ଗତ ୨୮ ତାରିଖରେ ଭାରତୀୟ ଶୁଟର […]

Samaya Live Picture
Published On

ପ୍ୟାରିସ:ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର । ଅଲିମ୍ପିକ୍ସର ଚତୁର୍ଥ ଦିନରେ ସୁଟିଂରେ ଭାରତକୁ ମିଳିଛି ଦ୍ଵିତୀୟ ବ୍ରୋଞ୍ଜ ପଦକ। ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ଉଭୟ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି ମନୁ ଭାକର।

ଗତ ୨୮ ତାରିଖରେ ଭାରତୀୟ ଶୁଟର ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଆଜି ମନୁ ଭାକର ଓ ସରବଜୋତ ସିଂହ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡ଼ି ପ୍ରତିପକ୍ଷ ଦକ୍ଷିଣ କୋରିଆର ଯୋଡ଼ି ଓହ ୟେ ଜିନ ଓ ଲୀ ବୋନହୋଙ୍କୁ ୧୬-୧୦ ବ୍ୟବଧାନରେ ପରାସ୍ତ କରିଥିଲେ । ଏହା ଫଳରେ ମନୁ ଭାକଙ୍କର ନାମରେ ଚଳିତ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବାର ରେକର୍ଡ ସ୍ଥାପିତ ହୋଇଛି । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ମନୁ ଇତିହାସ ରଚିଛନ୍ତି । ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତକୁ ଦୁଇ ଦୁଇଟି ପଦକ ଭେଟି ଦେଇଛନ୍ତି ମନୁ ଭାକର। ଅପରପକ୍ଷେ, ସରବଜୋତ ସିଂହଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ ପଦକ।

Tags: