ମାଲେସିଆ ମାଷ୍ଟର୍ସ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ
କ୍ୱାଲାଲମ୍ପୁର: ମାଲେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟଙ୍କ ଅଭିଯାନ ଜାରି ରହିଛି । ଦୁଇଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ନିଜ ନିଜ ବର୍ଗର ସିଙ୍ଗଲ୍ସ ମୁକାବିଲାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସପ୍ତମ ସିଡେଡ ସିନ୍ଧୁ ୨୮ ମିନିଟ୍ ମଧ୍ୟରେ ଚୀନ୍ର ଝାଙ୍ଗ ୟି ମାନ’ଙ୍କୁ ୨୧-୧୨, ୨୧-୧୦ ସିଧାସଳଖ ଗେମ୍ରେ ଧରାଶାୟୀ କରିଥିଲେ । ସିନ୍ଧୁ କ୍ୱାର୍ଟରଫାଇନାଲରେ ଚାଇନିଜ ତାଇପେଇର ତାଇ ଝୁ ଇଙ୍ଗ’ଙ୍କୁ ଭେଯିବେ । ପୁରୁଷ […]
କ୍ୱାଲାଲମ୍ପୁର: ମାଲେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟଙ୍କ ଅଭିଯାନ ଜାରି ରହିଛି । ଦୁଇଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ନିଜ ନିଜ ବର୍ଗର ସିଙ୍ଗଲ୍ସ ମୁକାବିଲାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସପ୍ତମ ସିଡେଡ ସିନ୍ଧୁ ୨୮ ମିନିଟ୍ ମଧ୍ୟରେ ଚୀନ୍ର ଝାଙ୍ଗ ୟି ମାନ’ଙ୍କୁ ୨୧-୧୨, ୨୧-୧୦ ସିଧାସଳଖ ଗେମ୍ରେ ଧରାଶାୟୀ କରିଥିଲେ । ସିନ୍ଧୁ କ୍ୱାର୍ଟରଫାଇନାଲରେ ଚାଇନିଜ ତାଇପେଇର ତାଇ ଝୁ ଇଙ୍ଗ’ଙ୍କୁ ଭେଯିବେ ।

ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଏଚ୍ଏସ୍ ପ୍ରଣୟ ୨୧-୧୯, ୨୧-୧୬ ଗେମ୍ରେ ଚାଇନିଜ ତାଇପେଇର ୱାଙ୍ଗ ଝୁ ୱି’ଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୟ କ୍ୱାର୍ଟର ମୁକାବିଲାରେ ଜାପାନର କାଣ୍ଟା ସୁନେୟାମାଙ୍କୁ ଭେଟିବେ ।

ବି ସାଇ ପ୍ରଣୀତ ଏବଂ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନ୍ ପାରୁ ପଲ୍ଲୀ କାଶ୍ୟପ ଏହି ପ୍ରତିଯୋଗିତାରୁ ବିଦା ନେଇସାରିଛନ୍ତି । ପ୍ରଣୀତ ୧୪-୨୧, ୧୭-୨୧ ଗେମ୍ରେ ଚୀନ୍ର ଲି ସି ଫେଙ୍ଗ’ଙ୍କ ନିକଟରୁ ୪୨ ମିନିଟ୍ ମଧ୍ୟରେ ହାରିଯାଇଥିଲେ । ସେହିଭଳି କାଶ୍ୟପ ୧୦-୨୧, ୧୫-୨୧ ଗେମ୍ରେ ଷଷ୍ଠ ସିଡେଡ ଇଣ୍ଡୋନେସିଆର ଆଣ୍ଟୋନୀ ସିନିସୁକା ଜିନଟିଙ୍ଗ ଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି ।




