ଧୋନୀଙ୍କ ମା’ କହିଲେ, ‘ମୋ ପୁଅର ବୟସ ବେଶୀ ନୁହେଁ’

ସମୟ ଲାଇଭ,୧୨/୫: ଅନେକ ଦିନ ଧରି କ୍ରିକେଟ ଖେଳରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦୂରେଇ ଯାଇଛନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟ ଚର୍ଚ୍ଚାର୍ରେ ରହୁଛନ୍ତି। ତେବେ ନିକଟରେ ସେ ତାଙ୍କର ଏକ ଫୋଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଧଳା ଦାଢ଼ିରେ ଦେଖିବାକୁ ମିଳିଥିଲା। ତେବେ ଏହା ନେଇ ଉଭୟ ଫ୍ୟାନ୍ସ ଓ ଟ୍ରୋଲରର୍ସ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଧୋନୀଙ୍କ ବୟସ ଅଧିକ ହୋଇଯାଇଥିବା ସମସ୍ତେ କହିଛନ୍ତି। ତେବେ ଏହାର ଜବାବ ଦେଇଛନ୍ତି ଧୋନୀଙ୍କ […]

Samaya Live Picture
Published On

ସମୟ ଲାଇଭ,୧୨/୫: ଅନେକ ଦିନ ଧରି କ୍ରିକେଟ ଖେଳରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦୂରେଇ ଯାଇଛନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟ ଚର୍ଚ୍ଚାର୍ରେ ରହୁଛନ୍ତି। ତେବେ ନିକଟରେ ସେ ତାଙ୍କର ଏକ ଫୋଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଧଳା ଦାଢ଼ିରେ ଦେଖିବାକୁ ମିଳିଥିଲା। ତେବେ ଏହା ନେଇ ଉଭୟ ଫ୍ୟାନ୍ସ ଓ ଟ୍ରୋଲରର୍ସ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।
ଧୋନୀଙ୍କ ବୟସ ଅଧିକ ହୋଇଯାଇଥିବା ସମସ୍ତେ କହିଛନ୍ତି। ତେବେ ଏହାର ଜବାବ ଦେଇଛନ୍ତି ଧୋନୀଙ୍କ ମା’।
ସେ କହିଛନ୍ତି ‘ମୋ ପୁଅର ବୟସ ଅଧିକ ହୋଇନାହିଁ। ବରଂ ଏହା ତା’ର ନୂଆ ଲୁକ୍‍। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ସନ୍ତାନ ତା’ ପାଇଁ କେବେ ବଡ଼ ହୁଏ ନାହିଁ।’
ଧୋନୀ କେବେ ମଇଦାନକୁ ଓହ୍ଲାଇବ ଜଣାନାହିଁ। କିନ୍ତୁ ସେ ଠିକ୍‍ ସମୟରେ ଠିକ୍‍ ନିଷ୍ପତ୍ତି ନେବେ ବୋଲି ତାଙ୍କ ମା’ ସୂଚନା ଦେଇଛନ୍ତି।

Tags: