ଗୁଜରାଟକୁ ହରାଇଲା ଲକ୍ଷ୍ନୌ: ଷ୍ଟାଡିୟମରେ ବର୍ଷିଲା ଚଉକା ଛକା

ସମୟ ବ୍ୟୁରୋ: ଗୁଜରାଟକୁ ହରାଇଲା ଲକ୍ଷ୍ନୌ। ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ପୁରନ ୬୧ରନ କରିଥିବାବେଳେ ଆଉଡେନ ମାର୍କରାମ ୫୮ ରନ କରିଥିଲେ । ପ୍ରଥମେ ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।ଗୁଜରାଟ ପକ୍ଷରୁ ସାଇ […]

ଗୁଜରାଟକୁ ହରାଇଲା ଲକ୍ଷ୍ନୌ: ଷ୍ଟାଡିୟମରେ ବର୍ଷିଲା ଚଉକା ଛକା
Samaya Live Picture
Published On

ସମୟ ବ୍ୟୁରୋ: ଗୁଜରାଟକୁ ହରାଇଲା ଲକ୍ଷ୍ନୌ। ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ପୁରନ ୬୧ରନ କରିଥିବାବେଳେ ଆଉଡେନ ମାର୍କରାମ ୫୮ ରନ କରିଥିଲେ ।

ପ୍ରଥମେ ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୫୬ ରନ୍ କରିଥିବାବେଳେ ଶୁଭମନ୍ ଗିଲ୍ ୬୦ ରନ୍ କରିଥିଲେ। ସେହିପରି ଜୋସ୍ ବଟଲର ୧୬ ରନ୍, ଶ୍ରେଫେନ୍ ରଦରଫୋର୍ଡ ୨୨ ରନ୍ ଏବଂ ଶାହରୁଖ୍ ଖାନ୍ ୧୧ ରନ୍ କରିଥିଲେ।

Tags: