ଲଡ୍ର୍ସରେ ଇଂଲଣ୍ଡର ବିଜୟଧ୍ୱଜା: ୫ ୱିକେଟ୍ରେ ହାରିଲା ନୁ୍ୟଜିଲାଣ୍ଡ
ଲଡ୍ର୍ସ : ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ଦଳ ଲଡ୍ର୍ସରେ ବିଜୟଧ୍ୱଜା ଉଡାଇଛି । ରବିବାର ମ୍ୟାଚ୍ର ଚତୁର୍ଥ ଦିନ ଇଂଲଣ୍ଡ ଲକ୍ଷ୍ୟସ୍ଥଳରେ ପହଞ୍ଚି ୫ ୱିକେଟ୍ରେ ନୁ୍ୟଜିଲାଣ୍ଡକୁ ହରାଇଥିଲା । ନୁ୍ୟଜିଲାଣ୍ଡ ପ୍ରଥମ ଇନିଂସ୍ରେ ୧୩୨ ଓ ଦ୍ୱିତୀୟ ଇନିଂସରେ ୨୮୫ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୪୧ ଓ ଦ୍ୱିତୀୟ ଇନିଂସରେ ୨୭୯/୫ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । A hero's […]
ଲଡ୍ର୍ସ : ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ଦଳ ଲଡ୍ର୍ସରେ ବିଜୟଧ୍ୱଜା ଉଡାଇଛି । ରବିବାର ମ୍ୟାଚ୍ର ଚତୁର୍ଥ ଦିନ ଇଂଲଣ୍ଡ ଲକ୍ଷ୍ୟସ୍ଥଳରେ ପହଞ୍ଚି ୫ ୱିକେଟ୍ରେ ନୁ୍ୟଜିଲାଣ୍ଡକୁ ହରାଇଥିଲା । ନୁ୍ୟଜିଲାଣ୍ଡ ପ୍ରଥମ ଇନିଂସ୍ରେ ୧୩୨ ଓ ଦ୍ୱିତୀୟ ଇନିଂସରେ ୨୮୫ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୪୧ ଓ ଦ୍ୱିତୀୟ ଇନିଂସରେ ୨୭୯/୫ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା ।
A hero's welcome for @Root66! ?
??????? #ENGvNZ ?? pic.twitter.com/V7wa3aJt1a
— England Cricket (@englandcricket) June 5, 2022

ଜମାଣିଆ ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୧୫ ରନ୍ର ଅପରାଜିତ ଶତକୀୟ ଇନିଂସ ପାଇଁ ଇଂଲଣ୍ଡର ଜୋ ରୁଟ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ମ୍ୟାଚ୍ର ଚତୁର୍ଥ ଦିନ ୨୭୭ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଇଂଲଣ୍ଡ । ଅସମାପ୍ତ ଦ୍ୱିତୀୟ ଇନିଂସ ୨୧୬/୫ରୁ ପାଳି ଆରମ୍ଭ ହୋଇଥିଲା । ରୁଟ୍ ୭୭ ଓ ବେନ ଫୋକ୍ସ ୯ ରନ୍ରୁ ଖେଳ ଆଗେଇ ନେଇଥିଲେ ।

ଦୁହେଁ ଆଉ ୱିକେଟ୍ ଯୋଡିବାକୁ ଦେଇନଥିଲେ । ରୁଟ୍ ୧୭୦ ବଲ୍ରୁ ୧୨ଟି ଚୌକା ସହାୟତାରେ ଅପରାଜିତ ୧୧୫ ରନ୍ ଓ ବେନ୍ ଫୋକ୍ସ ୯୨ ବଲ୍ରୁ ୩୨ ରନ୍ କରି ବିଜୟମୁଣ୍ଡି ମାରିଥିଲେ । ତେଣୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୭୮.୫ ଓଭରରେ ୨୭୯/୫ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ଇଂଲଣ୍ଡର କାଏଲ ଜାମିସନ୍ ସର୍ବାଧିକ ୪ଟି ଓ ଟ୍ରେଣ୍ଡ ବୋଲ୍ଟ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।




