ଅର୍ଜୁନ ପୁରସ୍କାର ରେସ୍‍ରେ ବୁମରା !

ସମୟ ଲାଇଭ,୧୪/୫: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପେସ୍‍ ବୋଲର୍‍ ଯଶପ୍ରୀତ ବୁମରା ଚଳିତବର୍ଷ ଅର୍ଜୁନ ପୁରସ୍କାର ରେସ୍‍ରେ ସାମିଲ ହୋଇଛନ୍ତି। ସିନିୟର ଖେଳାଳି ଶିଖର ଧାୱନଙ୍କ ନାମ ସହ ଏହି ଯୁବ ଖେଳାଳିଙ୍କ ନାମ ସୁପାରିଶ କରାଯିବ ବୋଲି ଆଶା କରାଯାଉଛି। ବୁମରା ଏସିଆ ମହାଦେଶର ଏକମାତ୍ର ବୋଲର ଯିଏ କି, ଦକ୍ଷିଣ ଆଫ୍ରିକା,ଇଂଲଣ୍ଡ,ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜରେ ଗୋଟିଏ ଇନିଂସରେ ୫ ୱିକେଟ ସଫଳତା ହାସଲ କରିଛନ୍ତି। ୧୪ଟି ଟେଷ୍ଟରେ ୬୮ଟି,୬୪ଟି ୱାନ ଡ଼େ […]

Samaya Live Picture
Published On

ସମୟ ଲାଇଭ,୧୪/୫: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପେସ୍‍ ବୋଲର୍‍ ଯଶପ୍ରୀତ ବୁମରା ଚଳିତବର୍ଷ ଅର୍ଜୁନ ପୁରସ୍କାର ରେସ୍‍ରେ ସାମିଲ ହୋଇଛନ୍ତି। ସିନିୟର ଖେଳାଳି ଶିଖର ଧାୱନଙ୍କ ନାମ ସହ ଏହି ଯୁବ ଖେଳାଳିଙ୍କ ନାମ ସୁପାରିଶ କରାଯିବ ବୋଲି ଆଶା କରାଯାଉଛି। ବୁମରା ଏସିଆ ମହାଦେଶର ଏକମାତ୍ର ବୋଲର ଯିଏ କି, ଦକ୍ଷିଣ ଆଫ୍ରିକା,ଇଂଲଣ୍ଡ,ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜରେ ଗୋଟିଏ ଇନିଂସରେ ୫ ୱିକେଟ ସଫଳତା ହାସଲ କରିଛନ୍ତି।

୧୪ଟି ଟେଷ୍ଟରେ ୬୮ଟି,୬୪ଟି ୱାନ ଡ଼େ ମ୍ୟାଚରେ ୧୦୪ଟି, ୫୦ଟି ଟି-୨୦ରେ ୫୯ଟି ୱିକେଟ ହାସଲ କରିଛନ୍ତି।
ଗତବର୍ଷ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥଲା। ୩ବର୍ଷର ଟପ୍‍ ଲେଭେଲ ଖେଳରେ ସାମିଲ ନଥିବାରୁ ଏହି ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିଲେ ବୁମରା। ଅର୍ଜୁନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ପାଇଁ ୩ ବର୍ଷ ଖେଳିଥିବା ଆବଶ୍ୟକ। କିନ୍ତୁ ବୁମରା ଅର୍ନ୍ତଜାତୀୟ ସ୍ତରରେ ୨ ବର୍ଷ ଖେଳିଥିଲେ। ତେଣୁ ଅର୍ଜୁନ ପୁରସ୍କାର-୨୦୧୯ ବରିଷ୍ଠ କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଭାରତ ପାଇଁ କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ବୁମରା ଚଳିତ ବର୍ଷ ଏହି ପୁରସ୍କାର ପାଇପାରନ୍ତି।

Tags: