ଥାଇଲାଣ୍ଡ ଗଲେ ଭାରତୀୟ ମହିଳା ଭଲିବଲ ଟିମ୍‌

ଦିଲ୍ଲୀ :ଜୁନ୍‌ ୨୩: ପ୍ରିନସେସ୍‌ ତୃତୀୟ ଏଭିସି ମହିଳା ଚାଲେଞ୍ଜ କପ୍‌ ଭଲିବଲ ଚାମ୍ପିଅନସିପ୍‌ ଆଗାମୀ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ନାଖୁନ୍‌ ପାଥୋମ୍‌ଠାରେ ଆୟୋଜିତ ହେବାକୁ ଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଭାରତୀ ସିନିୟର ଦଳ ଅଂଶଗ୍ରହଣ କରିବ । କିଟ୍‌ ବିଶ୍ୱବିଦ୍ୟାଳ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଗତ ମେ ୨ ତାରିଖରୁ ଥାଇଲାଣ୍ଡ ଗସ୍ତ ପର୍ଯ୍ୟନ୍ତ ଭାରତୀୟ ମହିଳା ଖେଳାଳିଙ୍କ ଚୟନ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ […]

Samaya Live Picture
Published On

ଦିଲ୍ଲୀ :ଜୁନ୍‌ ୨୩: ପ୍ରିନସେସ୍‌ ତୃତୀୟ ଏଭିସି ମହିଳା ଚାଲେଞ୍ଜ କପ୍‌ ଭଲିବଲ ଚାମ୍ପିଅନସିପ୍‌ ଆଗାମୀ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ନାଖୁନ୍‌ ପାଥୋମ୍‌ଠାରେ ଆୟୋଜିତ ହେବାକୁ ଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଭାରତୀ ସିନିୟର ଦଳ ଅଂଶଗ୍ରହଣ କରିବ । କିଟ୍‌ ବିଶ୍ୱବିଦ୍ୟାଳ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଗତ ମେ ୨ ତାରିଖରୁ ଥାଇଲାଣ୍ଡ ଗସ୍ତ ପର୍ଯ୍ୟନ୍ତ ଭାରତୀୟ ମହିଳା ଖେଳାଳିଙ୍କ ଚୟନ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ଥାଇଲାଣ୍ଡ ଗଲେ ଭାରତୀୟ ମହିଳା ଭଲିବଲ ଟିମ୍‌

ଏହି ଶିବିରରେ ଦେଶର ବଛା ବଛା ୪୫ଜଣ ସାମିଲ ଥିଲେ । ଏମାନଙ୍କ ମଧ୍ୟରୁ ୧୪ଜଣ ଖେଳାଳି ଓ ୩ଜଣ ଅଫିସିଆଲ ଏଭିସି ମହିଳା ଚାଲେଞ୍ଜ କପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
ଭାରତୀୟ ଦଳରେ କେରଳର ସର୍ବାଧିକ ୬ଜଣ, ଭାରତୀୟ ରେଳବାଇର ୫ଜଣ ତଥା ଓଡ଼ିଶା, ରାଜସ୍ଥାନ ଓ ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ଦଳରେ ସ୍ଥାନ ପାଇଛନ୍ତି ।

ଥାଇଲାଣ୍ଡ ଗଲେ ଭାରତୀୟ ମହିଳା ଭଲିବଲ ଟିମ୍‌

ଭାରତୀୟ ଦଳ: ନିର୍ମଳା(ଅଧିନାୟିକା), ଦେବିକା ଦେବରାଜନ, ଅନୁଶ୍ରୀ ଘୋଷ, ଜିନସୀ ଜନସନ୍‌, ଆଞ୍ଜେଲ ଜୋଶେଫ୍‌, ସରଣ୍ୟା, ଅନୁଶ୍ରୀ କେପି, ଏସ୍‌ ସୂର୍ଯ୍ୟା, କେଏସ୍‌ ଜିନି, ଏସ୍‌ ଶ୍ରୀଥୀ, ଗୁଞ୍ଜନ, ଅମ୍ବିକା, ଆଶ୍ୱସ୍ଥୀ, ଅନନ୍ୟା ଦାସ । ବିଜୟ ପାଲ ସିଂ-ମ୍ୟାନେଜର, ପ୍ରୀତମ ସିଂ ଚୌହାନ୍‌-ମୁଖ୍ୟ କୋଚ ଓ ବୈଶାଳୀ ଫଟାରେ-ସହକାରୀ କୋଚ୍‌ ।