ଭାରତୀୟ ମହିଳା ଟିମ ଟି-୨୦ ସିରିଜ ଜିତିଲା
ସମୟ ଲାଇଭ,୧୫/୧୧:ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୩-୦ ରେ ଆଗୁଆ ଅଛି। ଭାରତୀୟ ବୋଲରମାନେ ୨୦ ଓଭରରେ ଘରୋଇ ୱେଷ୍ଟିଇଣ୍ଡିଜକୁ ମାତ୍ର ୫୯ ରନରେ ସିମିତ ରଖିଥିଲେ। ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ […]
ସମୟ ଲାଇଭ,୧୫/୧୧:ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୩-୦ ରେ ଆଗୁଆ ଅଛି। ଭାରତୀୟ ବୋଲରମାନେ ୨୦ ଓଭରରେ ଘରୋଇ ୱେଷ୍ଟିଇଣ୍ଡିଜକୁ ମାତ୍ର ୫୯ ରନରେ ସିମିତ ରଖିଥିଲେ। ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ ତିନି ୱିକେଟ୍ ହରାଇ ୨୦ ବଲ୍ ବାକି ଥାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା।

Tags:




