ଭାରତୀୟ ମହିଳା କ୍ରିକେଟ ଦଳର ବିଶାଳ ବିଜୟ
ରାଜକୋଟ:ଭାରତୀୟ ମହିଳା କ୍ରିକେଟ ଦଳର ବିଶାଳ ବିଜୟ।ଆୟର୍ଲାଣ୍ଡ ତୃତୀୟ ଦିନିକିଆରେ ଭାରତୀୟ ମହିଳା ଦଳ ଏକ ବୃହତ୍ ବିଜୟ ହାସଲ କରିଛି। ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚରେ ଜବରଦସ୍ତ ଖେଳ ଦେଖାଇ ଦେଇଥିଲେ ମହିଳା ଦଳ।ବିଶାଳ ୩୦୪ ରନରେ ବିଜୟୀ ହୋଇଛି ଭାରତୀୟ କ୍ରିକେଟ ଟିମ। ରୋମାଞ୍ଚକର ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ କୁ ୩-୦ରେ ଜିତି ନେଇଛି। ଅଧିନାୟିକା ସ୍ମୃତି ମନ୍ଧାନା ୭୦ ବଲ୍ ରେ ଶତକ ହାସଲ କରିଥିଲେ। ଦିନିକିଆରେ ଶତକ […]
ରାଜକୋଟ:ଭାରତୀୟ ମହିଳା କ୍ରିକେଟ ଦଳର ବିଶାଳ ବିଜୟ।ଆୟର୍ଲାଣ୍ଡ ତୃତୀୟ ଦିନିକିଆରେ ଭାରତୀୟ ମହିଳା ଦଳ ଏକ ବୃହତ୍ ବିଜୟ ହାସଲ କରିଛି। ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚରେ ଜବରଦସ୍ତ ଖେଳ ଦେଖାଇ ଦେଇଥିଲେ ମହିଳା ଦଳ।ବିଶାଳ ୩୦୪ ରନରେ ବିଜୟୀ ହୋଇଛି ଭାରତୀୟ କ୍ରିକେଟ ଟିମ। ରୋମାଞ୍ଚକର ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ କୁ ୩-୦ରେ ଜିତି ନେଇଛି।
ଅଧିନାୟିକା ସ୍ମୃତି ମନ୍ଧାନା ୭୦ ବଲ୍ ରେ ଶତକ ହାସଲ କରିଥିଲେ। ଦିନିକିଆରେ ଶତକ ହାସଲ କରିବାରେ ଦ୍ରୁତତମ ମହିଳା କ୍ରିକେଟର ହୋଇଛନ୍ତି ସ୍ମୃତି ମନ୍ଧାନା। ସ୍ମୃତି ଧୂଆଁଧାର ୮୦ ବଲ୍ ରେ ୧୩୫ ରନ୍ କରିଥିଲେ। ପ୍ରତୀକା ରୱାଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ।
ମ୍ୟାଚରେ ଭାରତୀୟ ଦଳ ନିଜର ସବୁଠାରୁ ବଡ ସ୍କୋର କରିଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ରେକର୍ଡ ୪୩୫ ରନ୍ କରିଥିଲା। ଦିନିକିଆରେ ଅଧିକ ରନ କରିବାରେ ପୁରୁଷ ଦଳକୁ ଟପି ଯାଇଛି ମହିଳା ଦଳ। ପୁରୁଷ ଦଳ ସର୍ବାଧିକ ୪୧୮ ରନ କରିଥିବା ବେଳେ ମହିଳା ଦଳ ୪୩୫ ରନ୍ କରି ନୂଆ ରେକର୍ଡ କରିଛି।




