ଭାରତ ପାଇଁ ରୈାପ୍ୟ ଆଣିଲେ ସୈାରଭ ଚୈାଧୁରୀ

ସମୟଲାଇଭ,୧୧/୧୧:ଦୋହାରେ ଚାଲିଥିବା ୧୪ ତମ ଏସିଆନ ଚାମ୍ପିଆନସିପର ଫାଇନାଲ ରାଉଣ୍ଡରେ ନିରାଶ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ଭାରତୀୟ ସାର୍ପ ସୁଟର ସୈାରଭ ଚୈାଧୁରୀଙ୍କୁ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୭ ବର୍ଷୀୟ ସୌରଭ ଫାଇନାଲରେ ୨୪୪.୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଉତ୍ତର କୋରିଆର କିମ ସଙ୍ଗ […]

Samaya Live Picture
Published On

ସମୟଲାଇଭ,୧୧/୧୧:ଦୋହାରେ ଚାଲିଥିବା ୧୪ ତମ ଏସିଆନ ଚାମ୍ପିଆନସିପର ଫାଇନାଲ ରାଉଣ୍ଡରେ ନିରାଶ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ଭାରତୀୟ ସାର୍ପ ସୁଟର ସୈାରଭ ଚୈାଧୁରୀଙ୍କୁ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୭ ବର୍ଷୀୟ ସୌରଭ ଫାଇନାଲରେ ୨୪୪.୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଉତ୍ତର କୋରିଆର କିମ ସଙ୍ଗ ଗୁକ୍‌ ରେକର୍ଡ ୨୪୬.୫ ପଏଣ୍ଟ ସ୍କୋର କରିଛନ୍ତି। ବ୍ରୋଞ୍ଜ ପଦକ ପାଇଥିବା ଇରାନ୍‌ର ଏଫ୍‌ ଜାଭେଦ ୨୨୧.୮ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟତମ ଭାରତୀୟ ଅଭିଷେକ ବର୍ମା ସ୍ଥାନ ପାଇଥିଲେ ହେଁ ସେ ୧୮୧.୫ ପଏଣ୍ଟ ସହ ତାଙ୍କୁ ୫ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥିସହ ଆସନ୍ତାବର୍ଷ ଟୋକିଓରେ ଭାରତୀୟ ଶୁଟରଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।

Tags: