ଭାରତୀୟ କ୍ରିକେଟର ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ଉପଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି । ଦିନିକିଆରେ ଏକ କ୍ୟାଚ ଧରିବାବେଳେ ପଡିଆରେ ପଡିଯାଇ ହୋଇଥିଲେ ଗୁରୁତର । ସିଡନୀର ଏକ ହସ୍ପିଟାଲ୍ରେ ଚାଲିଛି ଆୟରଙ୍କ ଚିକିତ୍ସା । ତାଙ୍କ ପଞ୍ଜରାରେ ଆଘାତ ଲାଗି ଶରୀରର ଆଭ୍ୟନ୍ତରୀରଣରେ ପ୍ରବଳ ରକ୍ତସ୍ରାବ ହେବାରୁ ICU ରେ ଭର୍ତ୍ତି କରାଯାଇଛି । ସିଡନୀର ତୃତୀୟ ଦିନିକିଆ ମ୍ୟାଚରେ ହୋଇଛନ୍ତି ଆହତ । ସୂଚନାନୁସାରେ,ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଟବେଳେ ଆଲେକ୍ସ କ୍ୟାରୀଙ୍କ […]
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ଉପଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି । ଦିନିକିଆରେ ଏକ କ୍ୟାଚ ଧରିବାବେଳେ ପଡିଆରେ ପଡିଯାଇ ହୋଇଥିଲେ ଗୁରୁତର । ସିଡନୀର ଏକ ହସ୍ପିଟାଲ୍ରେ ଚାଲିଛି ଆୟରଙ୍କ ଚିକିତ୍ସା । ତାଙ୍କ ପଞ୍ଜରାରେ ଆଘାତ ଲାଗି ଶରୀରର ଆଭ୍ୟନ୍ତରୀରଣରେ ପ୍ରବଳ ରକ୍ତସ୍ରାବ ହେବାରୁ ICU ରେ ଭର୍ତ୍ତି କରାଯାଇଛି । ସିଡନୀର ତୃତୀୟ ଦିନିକିଆ ମ୍ୟାଚରେ ହୋଇଛନ୍ତି ଆହତ ।
ସୂଚନାନୁସାରେ,ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଟବେଳେ ଆଲେକ୍ସ କ୍ୟାରୀଙ୍କ କ୍ୟାଚ୍ ଧରିବା ବେଳେ ଆୟର ଆହତ ହୋଇଥିଲେ। ତାଙ୍କର ବାମ ପଞ୍ଜରା ହାଡ଼ରେ ଆଘାତ ଲାଗିଛି। ଫଳରେ ଅତିକମ୍ରେ ୩ ସପ୍ତାହ ଲାଗି ଆୟର କ୍ରିକେଟ୍ରୁ ବାଦ୍ପଡ଼ିବେ। ମ୍ୟାଚ୍ ପରେ ଆୟରଙ୍କୁ ସ୍କାନିଂ ପାଇଁ ନିଆ ଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ତାଙ୍କ ପଞ୍ଜରା ହାଡ଼ରେ ଝଟ୍କା ଲାଗିଛି। ତେଣୁ ଆୟରଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ଭାରତ ଫେରିବା ପରେ ଆୟର ବେଙ୍ଗାଲୁରୁର ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ରେ ଯାଇ ଅଭ୍ୟାସ କରିବେ। ସେଠାରୁ ଫିଟ୍ନେସ ପ୍ରମାଣପତ୍ର ପାଇଲେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିବ।


