ଶୃଙ୍ଖଳା କ୍ଲିନ୍ସୁଇପ ଲକ୍ଷ୍ୟରେ ଭାରତ
ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ସୋମବାର ହରାରେ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମ୍ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ । ଦର୍ଶକ ଏହି ମ୍ୟାଚର ସିଧାପ୍ରସାରଣ ସୋନୀ ନେଟ୍ୱର୍କରେ ଦେଖିବାକୁ ପାଇବେ । କ୍ରମାଗତ ଦୁଇଟି ମ୍ୟାଚ ଜିତି ଭାରତ ଆଗୁଆ ଶୃଙ୍ଖଳା ଜିତି ସାରିଛି । ତେବେ ସୋମବାର ମ୍ୟାଚରେ ଧମାକାଦାର ବିଜୟ ସହ ଭାରତ ଶୃଙ୍ଖଳା […]
ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ସୋମବାର ହରାରେ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମ୍ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ । ଦର୍ଶକ ଏହି ମ୍ୟାଚର ସିଧାପ୍ରସାରଣ ସୋନୀ ନେଟ୍ୱର୍କରେ ଦେଖିବାକୁ ପାଇବେ ।

କ୍ରମାଗତ ଦୁଇଟି ମ୍ୟାଚ ଜିତି ଭାରତ ଆଗୁଆ ଶୃଙ୍ଖଳା ଜିତି ସାରିଛି । ତେବେ ସୋମବାର ମ୍ୟାଚରେ ଧମାକାଦାର ବିଜୟ ସହ ଭାରତ ଶୃଙ୍ଖଳା କ୍ଲିନସୁଇପ କରିବା ଲକ୍ଷ୍ୟରେ ରହିଛି । ଜମାଣିଆ ବୋଲିଂ ଯୋଗୁଁ ଜିମ୍ବାେୱ ବ୍ୟାଟ୍ସମ୍ୟାନ୍ ୨୦୦ ରନ୍ ଛୁଇଁପାରିନାହାନ୍ତି । ଦୁଇଟିଯାକ ମ୍ୟାଚ ଲୋସ୍କୋରିଂ ହୋଇଛି । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ଉଭୟ ମ୍ୟାଚରେ ସାଂଘାତି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେଣୁ ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ଘରୋଇ ଦଳ ବିଜୟ ହାସଲ କରି ଶୃଙ୍ଖଳା କ୍ଲିନ୍ସୁଇପରୁ ବର୍ତ୍ତିବାକୁ ଚେଷ୍ଟା କରିବ । ପୂର୍ବ ଦୁଇଟିଯାକ ମ୍ୟାଚ ଭଳି ସୋମବାର ମଧ୍ୟ ନୂଆ ବଲରେ ବୋଲର ରାଜୁତି କରିବେ ।

ସମ୍ଭାବ୍ୟ ଜିମ୍ବାେୱ ଦଳ: ତାକୁଜ୍ୱାନସି କାଇଟାନୁ, ତାଡିୱାନ ସି, ମରୁମାମି, ଇନୋସେଣ୍ଟ କାୟା, ୱିସଲି ମାଦେଭେରେ, ରେଗିସ୍ ଚକାଭ (ଅଧିନାୟକ), ସିକନ୍ଦର ରାଜା, ଟୋନି ମୁନୟୋନଗା, ରିଆନ ବ୍ରୁଲ, ଲୁକେ ଜଙ୍ଗୱି ରିଚାର୍ଡ ଗାରାଭା, ଡୋନାଲï ତିରିପାନୋ ।
ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ, ଲୋକେଶ ରାହୁଲ (ଅଧିନାୟକ), ଶୁଭମନ ଗିଲ, ଇଶାନ କିଷାନ, ସଞ୍ଜୁ ସାମସନ, ଦୀପକ ହୁଦା, ଅକ୍ଷର ପଟେଲ, ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ।




