ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ

ହରାରେ : ଜିମ୍ବାେୱ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି । ହରାରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଜିମ୍ବାେୱ ୪୦.୩ ଓଭରରେ ୧୮୯ ରନ୍‌ କରି ଅଲଆଉଟ ହୋଇଥିଲା । ଜବାବରେ ଭାରତ ୩୦.୫ ଓଭରରେ ବିନା କୌଣସି ୱିକେଟ ହରାଇ ୧୯୨ ରନ୍‌ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିଲା । ୧୦ ୱିକେଟରେ ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ […]

Samaya Live Picture
Published On

ହରାରେ : ଜିମ୍ବାେୱ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି । ହରାରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଜିମ୍ବାେୱ ୪୦.୩ ଓଭରରେ ୧୮୯ ରନ୍‌ କରି ଅଲଆଉଟ ହୋଇଥିଲା । ଜବାବରେ ଭାରତ ୩୦.୫ ଓଭରରେ ବିନା କୌଣସି ୱିକେଟ ହରାଇ ୧୯୨ ରନ୍‌ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିଲା । ୧୦ ୱିକେଟରେ ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ୨୭ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଥିବା ଦ୍ରୁତବୋଲର ଦୀପକ ଚହରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

 ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ

ଟସ୍‌ ଜିତି ଭାରତୀୟ ଅଧିନାୟକ ଲୋକେଶ ରାହୁଲ ଜିମ୍ବାେୱକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷୟ ପଟେଲଙ୍କ ଅଗ୍ନିବର୍ଷୀ ବୋଲିଂର ସମ୍ମୁଖୀନ ହୋଇପାରି ନଥିଲେ ଜିମ୍ବାେୱ ବ୍ୟାଟର । ଏପରିକି ଦଳୀୟ ସ୍କୋର ୩୧ ରନ୍‌ ବେଳେ ୪ ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବ୍ୟାକ୍‌ଫୁଟକୁ ଜିମ୍ବାେୱ ଚାଲିଯାଇଥିଲା । ଖାସ୍‌ କରି ଦୀପକ ଚହର ଜିମ୍ବାେୱର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଇନୋସେଣ୍ଟ କାୟା ୪, ତଡ଼ିୱାନସ ମାରୁମାମି ୮, ୱିସ୍‌ଲି ମାଧେବିରେ ୫ ରନ୍‌ କରି ଚହରଙ୍କ ଶିକାର ହୋଇଥିଲେ ।

 ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ

ମଧ୍ୟମକ୍ରମରେ ସିକନ୍ଦର ରାଜା ୧୨, ଅଧିନାୟକ ରେଗିସ ଚକାଭା ୩୫, ରିଆନ୍‌ ବ୍ରୁଲ ୧୧, ଲୁକେ ଜୋଙ୍ଗୱି ୧୩, ବ୍ରାଡ୍‌ ଇଭାନ୍ସ ଅପରାଜିତ ୩୩, ରିଚାର୍ଡ଼ ନାଗର୍ଭା ୩୪ ରନ କରିବାରୁ ଜିମ୍ବାେୱ ୪୦.୩ ଓଭରରେ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜଙ୍କୁ ଗୋଟିଏ ୱିକେଟ ସଫଳତା ମିଳିଥିଲା । ଏକମାତ୍ର ବୋଲର ଭାବେ କୁଲଦୀପ ଯାଦବ ନିର୍ଦ୍ଧାରିତ କୋଟା ୧୦ ଓଭର ବୋଲିଂ କରିଥିଲେ ।

 ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ

୧୯୦ ରନ୍‌ର ବିଜୟଲକ୍ଷ୍ୟ ଭାରତ ପାଇଁ ସହଜସାଧ୍ୟ ଥିଲା । ତାରକା ଖେଳାଳିଙ୍କ ବିନା ଭାରତ ଏହି ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଛି । ଅଭିଜ୍ଞ ଶିଖର ଧାୱନଙ୍କ ସହ ଶୁଭମନ ଗିଲ୍‌ ୩୦.୫ ଓଭରରେ ୧୯୨ ରନ୍‌ ସଂଗ୍ରହ କରି ବିଜୟମୁଣ୍ଡି ମାରିଥିଲେ । ଧାୱନ ୧୧୩ ବଲରୁ ୯ ଚୌକା ସହାୟତାରେ ୮୧ ରନ କରିଥିବାବେଳେ ଗିଲ୍‌ ୭୨ ବଲରୁ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୮୨ ରନ୍‌ କରି ମ୍ୟାଚ୍‌ ଫିନିସ୍‌ କରିଥିଲେ । ଜିମ୍ବାେୱର ୮ ଜଣ ବୋଲର ନିୟୋଜିତ ହୋଇଥିଲେ ମଧ୍ୟ ଗୋଟିଏ ବି ୱିକେଟ ଝଡ଼ାଇବାକୁ ସକ୍ଷମ ହୋଇ ନଥିଲେ ।

ଶନିବାର ଉଭୟ ଦଳ ମଧ୍ୟରେ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ହରାରେ ଷ୍ଟାଡିୟମରେ ଖେଳାଯିବ ।