ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌: ଇଣ୍ଡିଜ୍‌ର ଟାର୍ଗେଟ ୩୦୯

ପୋଟ୍‌ ଅଫ୍‌ ସ୍ପେନ୍‌ : େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଘରୋଇ ଦଳ ସମ୍ମୁଖରେ ୩୦୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନର ବଡ଼ ସ୍କୋର କରିଥିଲା । ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟର ଜମାଣିଆ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଟସ ଜିତି େୱଷ୍ଟଇଣ୍ଡିଜ୍‌ ଅଧିନାୟକ ନିକୋଲାସ ପୁରନ୍‌ […]

Samaya Live Picture
Published On

ପୋଟ୍‌ ଅଫ୍‌ ସ୍ପେନ୍‌ : େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଘରୋଇ ଦଳ ସମ୍ମୁଖରେ ୩୦୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନର ବଡ଼ ସ୍କୋର କରିଥିଲା । ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟର ଜମାଣିଆ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌: ଇଣ୍ଡିଜ୍‌ର ଟାର୍ଗେଟ ୩୦୯

ଟସ ଜିତି େୱଷ୍ଟଇଣ୍ଡିଜ୍‌ ଅଧିନାୟକ ନିକୋଲାସ ପୁରନ୍‌ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମଥର ଶିଖର ଧାୱନ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳାରେ ଭାରତର ନେତୃତ୍ୱ ନେଇଛନ୍ତି । ନିୟମିତ ଓପନର ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଧାୱନ ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ କରିଥିଲେ । ଜଗି ରଖି ଖେଳ ଆରମ୍ଭ କରିଥିବା ଏହି ଯୋଡି ପ୍ରଥମ ୱିକେଟ୍‌ ପାଇଁ ୧୭.୪ ଓଭରରେ ୧୧୯ ସଂଗ୍ରହ କରିଥିଲା । ପ୍ରଥମ ୱିକେଟ ଭାବେ ଶୁଭମନ ୫୩ ବଲ୍‌ର ୬୪ ରନ୍‌ କରି ରନ୍‌ଆଉଟ୍‌ ହୋଇଥିଲେ । ଏହି ଯୋଡି ଭାଙ୍ଗିବା ପରେ ସ୍ଥିତି ସମ୍ଭାଳିଥିଲେ ଶ୍ରେୟାସ ଆୟର । ଧାୱନ ଓ ଆୟର ଦ୍ୱିତୀୟ ୱିକେଟ୍‌ ପାଇଁ ୧୦୬ ରନ୍‌ ସଂଗ୍ରହ କରିଥିଲେ ।

ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌: ଇଣ୍ଡିଜ୍‌ର ଟାର୍ଗେଟ ୩୦୯

ତେଣୁ ୩୫.୫ ଓଭରରେ ଭାରତର ଦଳୀୟ ସ୍କୋର ୨୩୦ରେ ପହଞ୍ଚିଥିଲା । ଆୟର ୫୭ ବଲ୍‌ରୁ ୫୪ ରନ୍‌ କରି ପାଭିଲିୟନ୍‌ ଫେରିଥିବା ବେଳେ ଅଧିନାୟକ ଧାୱନ ମାତ୍ର ୩ ରନ୍‌ ପାଇଁ ଶତକ ବଞ୍ଚିତ ହୋଇଥିଲେ । ଧାୱନ ୯୯ ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୯୭ ରନ୍‌ କରିଥିଲେ । ପ୍ରମୁଖ ୩ ବ୍ୟାଟ୍ସମ୍ୟାନ୍‌ ଧାୱନ, ଶୁଭମନ ଓ ଆୟରଙ୍କ ୱିକେଟ୍‌ ପତନ ପରେ ମଧ୍ୟମକ୍ରମର ବିପର୍ଯ୍ୟୟ ଦେଖାଦେଇଥିଲା । ସୂର୍ଯ୍ୟ କୁମାର ୨୩ ରନ୍‌, ୱିକେଟ୍‌ କିପର ସଞ୍ଜୁ ସାମସନ୍‌ ୧୨ ରନ୍‌, ଦୀପକ ହୁଦା ୨୭, ଅକ୍ଷର ପଟେଲ ୨୧ ରନ୍‌ କରି ୱିକେଟ୍‌ ହୋଇଥିଲେ । ତେଣୁ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନ୍‌ ସଂଗ୍ରହ କରିଥିଲା । ବୋଲିଂରେ ଅଲଜାରୀ ଜୋସେଫ ଓ ଗୁଡକେଶ ମୋତି ଦୁଇଟି ଲେଖାଏଁ, ରୋମାରିଓ ସେଫର୍ଡ ଓ ଅକେଲା ହୁସେନ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।