ବିରାଟ କୋହଲି ଓଡିଆଇର ଅଧିନାୟକତ୍ୱ ଗ୍ରହଣ କରିବେ କି?
ଦିଲ୍ଲୀ: ଡିସେମ୍ବର ୦୭: ଟି -୨୦ ବିଶ୍ୱକପ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ କମ୍ ଫର୍ମାଟ୍ର ଅଧିନାୟକତ୍ୱ ଛାଡିଛନ୍ତି । ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିବା ଓଡିଆଇ ବା ଦିନିକିଆ ସିରିଜ ଖେଳିବ ଭାରତ । ତେବେ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଉପରେ ମଧ୍ୟ ଏବେ ପ୍ରଶ୍ନ ଉଠିଛ । ବିରାଟଙ୍କ ବଦଳରେ ଦିନିକିଆ ଅଧିନାୟକ ପଦ ହିଟମ୍ୟାନ […]
ଦିଲ୍ଲୀ: ଡିସେମ୍ବର ୦୭: ଟି -୨୦ ବିଶ୍ୱକପ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ କମ୍ ଫର୍ମାଟ୍ର ଅଧିନାୟକତ୍ୱ ଛାଡିଛନ୍ତି । ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିବା ଓଡିଆଇ ବା ଦିନିକିଆ ସିରିଜ ଖେଳିବ ଭାରତ ।
ତେବେ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଉପରେ ମଧ୍ୟ ଏବେ ପ୍ରଶ୍ନ ଉଠିଛ ।
ବିରାଟଙ୍କ ବଦଳରେ ଦିନିକିଆ ଅଧିନାୟକ ପଦ ହିଟମ୍ୟାନ ରୋହିତ ଶର୍ମାଙ୍କୁ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । କୋହଲିଙ୍କ ଅଧିନତ୍ୱରେ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲା । ଆଫ୍ରିକା ଦିନିକିଆ ସିରିଜ୍ରେ କିଏ ଅଧିନାୟକ ହେବ ଏବେ ବୋର୍ଡ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ନୁ୍ୟଜିଲାଣ୍ଡ ବିପକ୍ଷରେ ରୋହିତ ଟି-୨୦ ସିରିଜ୍ର ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିପାରିବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ କେଉଁ ମୁର୍ହୂତ୍ତରେ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇପାରେ । ଓମିକ୍ରନ ଭାଇରସ୍ କାରଣରୁ ବୋର୍ଡ ମିଟିଂ କିଛି ସମୟ ପାଇଁ ସ୍ଥଗିତ କରାଯାଇଛି । ଅନ୍ୟପକ୍ଷରେ, ସମସ୍ତ ଖେଳାଳୀ ୫ ଦିନ କ ୍ୱାରେଣ୍ଟିନରେ ରହିବାର ନିୟମ ରହିଛି । ତେଣୁ ଭାରତୀୟ ଦଳ ଆସନ୍ତା ୧୫ ସୁଦ୍ଧା ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିପାରେ । ଆଉ ଏହା ପୂର୍ବରୁ ଟିମ୍ର ଅଧିନାୟକର ନାମ ଘୋଷଣା କରାଯିବ ।




