ଆଗାମୀ ୨୦୨୫ ମହିଳା ବିଶ୍ୱକପ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ: ଆଇସିସି ଆଗାମୀ ୫ ବର୍ଷ ପାଇଁ ଫୁ୍ୟଚର ଟୁର ପ୍ରୋଗ୍ରାମ୍ସ ପ୍ରସ୍ତୁତ କରିସାରିଛି । ଏହାକୁ ଏବେ ଜାରି କରାଯାଇନାହିଁ କି;ୁ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଖବର ମିଳିଛି । ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଲାଂଦେଶକୁ ମଧ୍ୟ ବଡ ଉପହାର ମିଳିଛି । ଏହି ନିଷ୍ପତ୍ତି ବର୍ମିଂହାମରେ ହୋଇଥିବା ଆଇସିସିର ବାର୍ଷିକ ବୈଠକରେ ନିଆଯାଇଛି । ଆଗାମୀ ଏଫ୍ଟିପିରେ ମହିଳାଙ୍କୁ ନେଇ ଅନେକ ଟୁର୍ଣ୍ଣାମେଣ୍ଟ କରିବ ଆଇସିସି । ଆଉ ଯେଉଁ ଦେଶ […]
ନୂଆଦିଲ୍ଲୀ: ଆଇସିସି ଆଗାମୀ ୫ ବର୍ଷ ପାଇଁ ଫୁ୍ୟଚର ଟୁର ପ୍ରୋଗ୍ରାମ୍ସ ପ୍ରସ୍ତୁତ କରିସାରିଛି । ଏହାକୁ ଏବେ ଜାରି କରାଯାଇନାହିଁ କି;ୁ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଖବର ମିଳିଛି । ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଲାଂଦେଶକୁ ମଧ୍ୟ ବଡ ଉପହାର ମିଳିଛି । ଏହି ନିଷ୍ପତ୍ତି ବର୍ମିଂହାମରେ ହୋଇଥିବା ଆଇସିସିର ବାର୍ଷିକ ବୈଠକରେ ନିଆଯାଇଛି ।

ଆଗାମୀ ଏଫ୍ଟିପିରେ ମହିଳାଙ୍କୁ ନେଇ ଅନେକ ଟୁର୍ଣ୍ଣାମେଣ୍ଟ କରିବ ଆଇସିସି । ଆଉ ଯେଉଁ ଦେଶ ପ୍ରାୟୋଜକ ରହିବ ତାହାର ନାମ ମଧ୍ୟ ଚୟନ ହୋଇସାରିଛି । ଏଥିରେ ଭାରତ ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ଆୟୋଜନ କରିବ । ଏହାପୂର୍ବରୁ ୨୦୧୩ରେ ଭାରତ ମହିଳା ବିଶ୍ୱକପର ଆୟୋଜନ କରିଥିଲା । ସେତେବେଳେ ଫାଇନାଲ ମ୍ୟାଚ୍ ମୁମ୍ବାଇର ବ୍ରିବୋନ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଟିମ୍ ବାଜି ମାରିନେଇଥିଲା । ଅଷ୍ଟ୍ରେଲିଆ ୧୧୪ ରନରେ େଓ୍ଷ୍ଟଇଣ୍ଡିଜ ମହିଳା ଟିମକୁ ହରାଇଥିଲା । ଏହାପରେ ପୁଣି ୧୨ ବର୍ଷ ପରେ ମହିଳା ବିଶ୍ୱକପର ଆୟୋଜନ କରିବ ଭାରତ ।

ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜନ ଦାୟିତ୍ୱ ବାଲାଂଦେଶକୁ ମିଳିଛି । ବାଲାଂଦେଶ ଦ୍ୱିତୀୟ ଥର ପାଇଁ ଇଭେଣ୍ଟର ଦାୟିତ୍ୱ ନେବ । ସେହିପରି ୨୦୧୬ରେ ଦ୍ୱିତୀୟ ବିଶ୍ୱକପର ଦାୟିତ୍ୱ ଇଂଲଣ୍ଡ ନେବ । ଇଂଲଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ୨୦୦୯ରେ ହୋଇଥିଲା । ସେହିପରି ମହିଳା ଟି-୨୦ ଚାମ୍ପିଅନ୍ସ ଟ୍ରଫି ୨୦୨୭ ଦାୟିତ୍ୱ ଶ୍ରୀଲଙ୍କାକୁ ମିଳିଛି । କି;ୁ ଶ୍ରୀଲଙ୍କା କ ୍ୱାଲିଫାଏ କରିବା ପରେ ଏହି ଦାୟିତ୍ୱ ମିଳିବ ।

ଏହାଛଡା ରେ ଓ୍ାଲର୍ଡ ଟେଷ୍ଟ ଚାମ୍ପିଅନସିପର ଦୁଇଟି ସିଜିନ ମଧ୍ୟ ରହିବ । ଏହାର ଫାଇନାଲ ପାଇଁ ଭେନ୍ୟୁ ଚୟନ ହୋଇନାହିଁ । ୱାଲïର୍ ଟେଷ୍ଟ ଚାମ୍ପିଅନସିପ ୨୦୨୩ ଏବଂ ୨୦୨୫ର ଫାଇନାଲ ଲଣ୍ଡନର ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବୋଲି ଆଇସିସି ଘୋଷଣା କରିଛି ।




