ଭାରତ-ଦ.ଆଫ୍ରିକା ଶୃଙ୍ଖଳା: ଚର୍ଚ୍ଚାରେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଟି-୨୦ ବିଶ୍ୱକପ୍‌ ବିଗୁଲ ବାଜିବ । କ୍ରିକେଟ୍‌ପ୍ରେମୀଙ୍କ ନଜର ବିଶ୍ୱକପ୍‌ ଉପରେ ରହିଛି । ଖାସ୍‌ କରି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ରେ କିଭଳି ହଟଚମଟ ଦେଖାଇବ ତାକୁ ନେଇ ମାନସମନ୍ଥନ ଆରମ୍ଭ ହେଲାଣି । ସଦ୍ୟସମାପ୍ତ ଭାରତ-ଦ.ଆଫ୍ରିକା ଟି-୨୦ ଶୃଙ୍ଖଳାରେ କିଛି ଭାରତୀୟଙ୍କ ପ୍ରଦର୍ଶନ ଚର୍ଚ୍ଚାର ସିରୋନାମାରେ ରହିଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏହି ଶୃଙ୍ଖଳା ଜରିଆରେ ବିଶ୍ୱକପ୍‌ ନିମନ୍ତେ କୋର ଟିମ୍‌ ସନ୍ଧାନରେ ଥିବା ସୂଚନା […]

Samaya Live Picture
Published On

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଟି-୨୦ ବିଶ୍ୱକପ୍‌ ବିଗୁଲ ବାଜିବ । କ୍ରିକେଟ୍‌ପ୍ରେମୀଙ୍କ ନଜର ବିଶ୍ୱକପ୍‌ ଉପରେ ରହିଛି । ଖାସ୍‌ କରି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ରେ କିଭଳି ହଟଚମଟ ଦେଖାଇବ ତାକୁ ନେଇ ମାନସମନ୍ଥନ ଆରମ୍ଭ ହେଲାଣି । ସଦ୍ୟସମାପ୍ତ ଭାରତ-ଦ.ଆଫ୍ରିକା ଟି-୨୦ ଶୃଙ୍ଖଳାରେ କିଛି ଭାରତୀୟଙ୍କ ପ୍ରଦର୍ଶନ ଚର୍ଚ୍ଚାର ସିରୋନାମାରେ ରହିଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏହି ଶୃଙ୍ଖଳା ଜରିଆରେ ବିଶ୍ୱକପ୍‌ ନିମନ୍ତେ କୋର ଟିମ୍‌ ସନ୍ଧାନରେ ଥିବା ସୂଚନା ଦେଇଛନ୍ତି ।

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ଆଗକୁ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଟିମ୍‌ ଇଣ୍ଡିଆ ଟି-୨୦ ଶୃଙ୍ଖଳା ଖେଳିବ । ଦ.ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାର ପ୍ରଦର୍ଶନ ଆଧାରରେ ୧୮ରୁ ୨୦ ଜଣିଆ ବିଶ୍ୱକପ୍‌ ଦଳ ଚୟନ ହେବ । ଘରୋଇ ଶୃଙ୍ଖଳାରେ ଭାରତର ପ୍ରମୁଖ ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ ପ୍ରମୁଖଙ୍କୁ ବିଶ୍ରାମ ଦିଆଯାଇଥିଲା । ତେଣୁ ଏକ ପୂର୍ଣ୍ଣକାଳୀନ ବିଶ୍ୱକପ ଦଳ ଚୟନ ପାଇଁ ଆଉ ଗୋଟିଏ ଦୁଇଟି ଶୃଙ୍ଖଳାରେ ସମସ୍ତ ଖେଳାଳିଙ୍କୁ ସୁଯୋଗ ଦିଆଯାଇ ଦକ୍ଷତା ପରଖା ଯିବ ବୋଲି କୋଚ ଦ୍ରାବିଡ କହିଛନ୍ତି । ତେବେ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ।

ଈଶାନ କିଷାନ:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ଚଳିତ ଆଇପିଏଲ୍‌ ସିଜନ୍‌ରେ ଈଶାନ କିଷାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ଈଶାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ଥିଲେ ବି ମୁମ୍ବାଇ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିବା ସହ ପ୍ରଥମ ଦଳ ଭାବେ ଆଇପିଏଲ୍‌ ଅଭିଯାନ ଶେଷ କରିଥିଲା । ଈଶାନଙ୍କୁ ଦ.ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଜାତୀୟ ଦଳରେ ସ୍ଥାନ ମିଳିଥିଲା । ସେ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଦୁଇଟି ଅର୍ଦ୍ଧଶତକ ସହ ୨୦୬ ରନ୍‌ ସଂଗ୍ରହ କରିଥିଲେ । ଅର୍ଦ୍ଧଶତକୀୟ ଇନିଂସ ମଧ୍ୟରୁ ୭୬ ରନ୍‌ ଈଶାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଜଣେ ଭଲ ଓପନର ସାଙ୍ଗକୁ ୱିକେଟ୍‌କିପର ଭାବେ ଈଶାନଙ୍କ ଖ୍ୟାତି ରହିଛି । ତେଣୁ ଚୟନକର୍ତ୍ତା ଆଗାମୀ ବିଶ୍ୱକପ ପାଇଁ ଈଶାନଙ୍କ ନାମ ବିଚାରକୁ ନେଇପାରନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ଟିମ୍‌ ଇଣ୍ଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ସ୍ୱତନ୍ତ୍ର । ଜଣେ ଦକ୍ଷ ଅଲ୍‌ରାଉଣ୍ଡର ଭାବେ ପାଣ୍ଡ୍ୟା ଉଭା ହୋଇଛନ୍ତି । ତାଙ୍କ ନେତୃତ୍ୱରେ ନୂଆ କରି ଆଇପିଏଲ୍‌ରେ ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‌ ହୋଇଥିଲା । ଦିନକୁ ଦିନ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ପରିପକ୍ୱତା ପରିଲକ୍ଷିତ ହେଉଛି । ଜଣେ ଫିନିସର ଭାବେ ପାଣ୍ଡ୍ୟାଙ୍କ ଉପରେ ଦଳ ନିର୍ବର କରୁଛି । ଦ୍ରୁତ ରନ୍‌ ସଂଗ୍ରହ ସାଙ୍ଗକୁ ବୋଲିଂରେ ପାଣ୍ଡ୍ୟାଙ୍କ ଭିନ୍ନତା ଯୋଗୁଁ ବିଶ୍ୱକପ୍‌ ପାଇଁ ଦଳ ଚୟନ ବେଳେ ପାଣ୍ଡ୍ୟାଙ୍କ ଅଗ୍ରାଧିକାର ମିଳିବ । ଦ.ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ପାଣ୍ଡ୍ୟା ମୋଟ୍‌ ୪ଟି ଇନିଂସରୁ ମୋଟ୍‌ ୧୧୭ ରନ୍‌ କରିଥିଲେ । ପାଣ୍ଡ୍ୟାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୫୩.୯୪ ଥିଲା । ତେଣୁ ତାଙ୍କୁ ଟିମ୍‌ ଇଣ୍ଡିଆର ମ୍ୟାଚ୍‌ ୱିନର ଭାବେ ବିବେଚନା କରାଯାଉଛି ।

ଭୁବନେଶ୍ୱର କୁମାର:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ୭ ୱିକେଟ୍‌ ଅକ୍ତିଆର କରି ହର୍ସାଲ ପଟେଲ ଶୀର୍ଷରେ ଥିଲେ । କି;ୁ ମାର୍ଜିତ ଓ ଶୃଙ୍ଖଳିତ ବୋଲି ପାଇଁ ଭୁବନେଶ୍ୱର କୁମାରଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ବାରବାଟୀରେ ସବୁ ବୋଲର ବିଫଳ ହୋଇଥିବା ବେଳେ ଭୁବନେଶ୍ୱର ୪ ୱିକେଟ୍‌ ଅକ୍ତିଆର କରି ସଭିଙ୍କ ମନ ଜିଣିଥିଲେ । ସେ ମୋଟ୍‌ ୪ ମ୍ୟାଚ୍‌ରୁ ୬ ୱିକେଟ୍‌ ନେଇଥିଲେ ।

ଋତୁରାଜ ଗାଏକ୍ୱାର୍ଡ:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ଟିମ୍‌ ଇଣ୍ଡିଆର ନୂଆ ଓପନର ଋତୁରାଜ ଗାଏକ୍ୱାର୍ଡ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ୯୬ ରନ୍‌ କରିଥିଲେ । ୫୭ ରନ୍‌ର ବିସ୍ପୋରକ ଇନିଂସ ସତ୍ତେ୍ୱ ଗାଏକ୍ୱାର୍ଡ ଆବଶ୍ୟକ ସ୍ଥଳେ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇନଥିଲେ । ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିଥିଲେ ଋତୁରାଜ । ତାଙ୍କର ଭଲ ଦକ୍ଷତା ଅଛି କି;ୁ ସେ ଏହାକୁ ଉପଯୋଗ କରିପାରିନାହାନ୍ତି । ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରୋହିତ ଶର୍ମା ଓ ଲୋକେଶ ରାହୁଲ ନଥିବାରୁ ଋତୁରାଜଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିଥିଲା ।

ରିଷଭ ପନ୍ତ:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ନିକଟରେ ଖରାପ କିପିଂ ପାଇଁ ରିଷଭ ପନ୍ତଙ୍କୁ ତୀବ୍ର ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା । କି;ୁ ଲୋକେଶ ରାହୁଲ ଆହତ ହେବାପରେ ରିଷଭଙ୍କୁ ଦଳର ନେତୃତ୍ୱ ମିଳିଥିଲା । ଏହିଠୁ ବଦଳିଛି ରିଷଭଙ୍କ ଭାଗ୍ୟ । ଦ.ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ପନ୍ତ ୫ଟି ଯାକ ମ୍ୟାଚ୍‌ରେ ଟସ୍‌ ହାରିଥିଲେ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦଳ ଶୋଚନୀୟ ଭାବେ ହାରିଥିବା ବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ରେ ଜମାଣିଆ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଥିଲା । ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ଟି ବର୍ଷା ଯୋଗୁଁ ଧୋଇଯାଇଥିଲା । ତେଣୁ ପନ୍ତଙ୍କ ପୂର୍ଣ୍ଣକାଳୀନ ଅଧିନାୟକତ୍ୱରେ ଭାରତ ଯୁଗ୍ମ ବିଜେତା ହୋଇଛି ।
୫ଟି ଯାକ ମ୍ୟାଚ୍‌ରେ ପନ୍ତ ମାତ୍ର ୫୮ ରନ୍‌ ସଂଗ୍ରହ କରିଥିଲେ । ୨୯ ରନ୍‌ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଅଧୁନା ପନ୍ତ ହେଉଛନ୍ତି ଭାରତର ପ୍ରଥମ ପସନ୍ଦ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ । କୋଚ ରାହୁଲ ଦ୍ରାବିଡ ମଧ୍ୟ ଏନେଇ ସ୍ପଷ୍ଟ କରିସାରିଛନ୍ତି ।

ଶ୍ରେୟାସ ଆୟର:

ଭାରତ-ଦ.ଆଫ୍ରିକା ଶୃଙ୍ଖଳା:  ଚର୍ଚ୍ଚାରେ ଭାରତୀୟ ଖେଳାଳି

ମଧ୍ୟମକ୍ରମରେ ଦଳର ମେରୁଦଣ୍ଡ ସାଜିଥାନ୍ତି ଶ୍ରେୟାସ ଆୟର । ତାଙ୍କ ଭଳି ଜଣେ ବିଚକ୍ଷଣ ପ୍ରତିଭା ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଲଗାତାର ସ୍ଥାନ ପାଇଆସୁଛନ୍ତି । ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ପନ୍ତ ୧୨୩.୬୮ ଷ୍ଟ୍ରାଇକ୍‌ରେଟରେ ୯୪ ରନ୍‌ ସଂଗ୍ରହ କରିଥିଲେ । ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ତାଙ୍କୁ ସାମିଲ କରାଯାଇନାହିଁ । ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ବେଳକୁ ଦଳକୁ ଫେରିଲେ । ଇଂଲଣ୍ଡ ଶୃଙ୍ଖଳାରେ ଭଲ ପ୍ରଦର୍ଶନ ଦେଖାଇ ପାରିଲେ ବିଶ୍ୱକପ୍‌ ପାଇଁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିପାରିବ ।