ଭାରତ- ଦ.ଆଫ୍ରିକା ଟି-୨୦ ଶୃଙ୍ଖଳା: ନଜରରେ ୫ କ୍ରିକେଟର
ନୂଆଦିଲ୍ଲୀ : ଦିନ କେଇଟା ଆଗରୁ ଲୋକପ୍ରିୟ କ୍ରିକେଟ୍ ପ୍ରତିଯୋଗିତା ଆଇପିଏଲ ଶେଷ ହୋଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ୧ ଲକ୍ଷ ୫ ହଜାର ଦର୍ଶକ ଆଇପିଏଲ୍ ଡେବୁ୍ୟଟାଣ୍ଟ ଗୁଜରାଟ ଟାଇଟନ୍ସର ଟାଣୁଆ ଲଢ଼େଇ ଦେଖିଥିଲେ । ଚଳିତ ଆଇପିଏଲ୍ରେ ଜମାଣିଆ ପ୍ରଦର୍ଶନ ସହ ଏକାଧିକ ଅଭିଜ୍ଞ ଓ ନବାଗତ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଅକେଫାବର-ନଭେମ୍ବରରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବାକୁଯାଉଛି । ବିଶ୍ୱକପ୍ ପୂର୍ବରୁ ଆଇପିଏଲ୍ […]
ନୂଆଦିଲ୍ଲୀ : ଦିନ କେଇଟା ଆଗରୁ ଲୋକପ୍ରିୟ କ୍ରିକେଟ୍ ପ୍ରତିଯୋଗିତା ଆଇପିଏଲ ଶେଷ ହୋଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ୧ ଲକ୍ଷ ୫ ହଜାର ଦର୍ଶକ ଆଇପିଏଲ୍ ଡେବୁ୍ୟଟାଣ୍ଟ ଗୁଜରାଟ ଟାଇଟନ୍ସର ଟାଣୁଆ ଲଢ଼େଇ ଦେଖିଥିଲେ । ଚଳିତ ଆଇପିଏଲ୍ରେ ଜମାଣିଆ ପ୍ରଦର୍ଶନ ସହ ଏକାଧିକ ଅଭିଜ୍ଞ ଓ ନବାଗତ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଅକେଫାବର-ନଭେମ୍ବରରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବାକୁଯାଉଛି ।
ବିଶ୍ୱକପ୍ ପୂର୍ବରୁ ଆଇପିଏଲ୍ ଓ ଦ.ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ଭାରତୀୟଙ୍କ ଦକ୍ଷତା ପରଖିବାର ଭଲ ମାଧ୍ୟମ ସାଜିଛି । ଦ.ଆଫ୍ରିକା ଦଳ ଗତ ୨ ତାରିଖରେ ଭାରତ ପହଞ୍ଚିଥିଲା । ଆଗାମୀ ୯ ତାରିଖରୁ ଘରୋଇ ଦଳ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ ଦ.ଆଫ୍ରିକା । ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ । ଏହି ଶୃଙ୍ଖଳାରେ ଭାରତର ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ନାହାନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ୱ ତୁଳାଇବେ । ନବାଗତ ଓ ଭେଟେରାନ୍ଙ୍କ ମିଶ୍ରିତ ଦଳ ଘରୋଇ ମାଟିରେ ଦ.ଆଫ୍ରିକାକୁ ଧରାଶାୟୀ କରିବେ ବୋଲି ଆଶା କରାଯାଉଛି । ଏହି ଶୃଙ୍ଖଳାରେ ଭାରତର କିଛି ପ୍ରମୁଖ ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ । ଆସ;ୁ ସେମାନଙ୍କ ସମ୍ପର୍କରେ ଜାଣିବ ।
ହାର୍ଦ୍ଦିକ ପାଣ୍ଡ୍ୟା:-

ସର୍ବଦା ଫିଟନେସ କାରଣରୁ ଜାତୀୟ ଦଳଠୁ ଦୂରରେ ରହୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏଥର ଆଇପିଏଲ୍-୧୫ତମ ସଂସ୍କରଣରେ ଗୁଜରାଟ ଦଳର ନେତୃତ୍ୱ ନେଇ ଚାମ୍ପିଅନ୍ କରାଇବା ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ପାଣ୍ଡ୍ୟା ଲୟକୁ ଫେରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ପାଣ୍ଡ୍ୟା ୧୭ ରନ୍ ଦେଇ ୩ ୱିକେଟ୍ ସାଙ୍ଗକୁ ୩୪ ରନ୍ର ବିସ୍ପୋରକ ଇନିଂସ ଖେଳିଥିଲେ । ଏଥର ଆଇପିଏଲ୍ରେ ପାଣ୍ଡ୍ୟା ୧୫ଟି ମ୍ୟାଚ୍ ଖେଳି ୪୮୭ ରନ୍ ସାଙ୍ଗକୁ ୮ ୱିକେଟ୍ ନେଇଥିଲେ । ତେଣୁ ଘରୋଇ ଶୃଙ୍ଖଳାରେ ପାଣ୍ଡ୍ୟାଙ୍କ ଉପରେ ସଭିଙ୍କ ନଜର ରହିବ ।
ଲୋକେଶ ରାହୁଲ:-

ଲୋକେଶ ରାହୁଲଙ୍କ ନେତୃତ୍ୱରେ ଭାରତ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳା ଖେଳିବ । ଆଇପିଏଲ୍ରେ ରାହୁଲ ନୂଆ ଦଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ଅଧିନାୟକ ଦାୟିତ୍ୱ ତୁଳାଇଥିଲେ । ତାଙ୍କ ନେତୃତ୍ୱରେ ଦଳ ପ୍ଲେଅଫ୍ସ ଯୋଗ୍ୟତା ଅର୍ଜନ କରିଥିଲା । ରାହୁଲ ଚଳିତ ସିଜନ୍ରେ ୬୧୬ ରନ୍ କରିଥିଲେ । ଭଲ ଲୟରେ ଥିବାରୁ ଦ.ଆଫ୍ରିକା ଶୃଙ୍ଖଳାରେ ରାହୁଲ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିପାରେ ।
ଦିନେଶ କାର୍ତ୍ତିକ:-

ଦୀର୍ଘ ଦିନରୁ ଦଳ ପାଇଁ ଅଲୋଡା ସାଜିଥିବା ଦିନେଶ କାର୍ତ୍ତିକ ପୁଣି ଚୟନକର୍ତ୍ତାଙ୍କ ଆସ୍ଥା ଭାଜନ ହୋଇଛନ୍ତି । ଆଇପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବା କାର୍ତ୍ତିକ ଜଣେ ଫିନିସର ସ୍ପେଶାଲିଷ୍ଟ ହୋଇପାରିଛନ୍ତି । ଏପରିକି ୧୮୩ ଷ୍ଟ୍ରାଇକରେଟରେ ସେ ୨୪୨ ରନ୍ ସହ ପାଖାପାଖି ୮ଟି ମ୍ୟାଚ୍ରେ ସେ ଅପରାଜେୟ ଥିଲେ । ତେଣୁ ବିଶ୍ୱକପ୍ ପୂର୍ବରୁ କାର୍ତ୍ତିକଙ୍କ ଭଳି ଜଣେ ବିଚକ୍ଷଣ ୱିକେଟ୍କିପରଙ୍କୁ ଦଳରେ ସାମିଲ କରାଯାଇପାରିଲେ ଟିମ୍ ଇଣ୍ଡିଆ ପୂର୍ଣ୍ଣାଙ୍ଗ ହୋଇପାରିବ । ତେଣୁ ଘରୋଇ ଶୃଙ୍ଖଳା କାର୍ତ୍ତିକଙ୍କ ପାଇଁ ଅସଲ ପରୀକ୍ଷା ହେବ ।
ଉମ୍ରାନ ମଲ୍ଲିକ:-

ଜାମ୍ମୁ-କାଶ୍ମୀରର ସ୍ପିଡ ଷ୍ଟାର ଏଥର ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ ଖେଳିଥିଲେ । ଭଲ ସ୍ପିଡ ସାଙ୍ଗକୁ ଜମାଣିଆ ଲାଇନ୍ ଲେନ୍ଥ ଯୋଗୁଁ ଉମ୍ରାନଙ୍କୁ ଭାରତୀୟ ଦଳ ପାଇଁ ପ୍ରଥମଥର ଡାକରା ମିଳିଛି । ଚଳିତ ଆଇପିଏଲ୍ରେ ସେ ୧୫୭.୩ ସ୍ପିଡରେ ବଲ ଫିଙ୍ଗି ଥିଲେ । ଉମ୍ରାନ ଆଇପିଏଲ୍ରେ ୨୨ ୱିକେଟ୍ ଅକ୍ତିଆର କରିଥିଲେ । ଚାମ୍ପିଅନ୍ ଦଳ ଗୁଜରାଟ ଟାଇଟନ୍ସ ବିପକ୍ଷରେ ସେ ୨୫ ରନ୍ ଦେଇ ୫ ୱିକେ୍ଟ ଅକ୍ତିଆର କରିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।
ଅର୍ଶଦୀପ ସିଂ:-

ଅନ୍ୟତମ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏଥର ଆଇପିଏଲ୍ରେ ଚର୍ଚ୍ଚିତ ଥିଲେ । ୨୩ ବର୍ଷୀୟ ଅର୍ଶଦୀପ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିଲେ । ଡେଥ ଓଭର ଗୁଡିକରେ ଜମାଣିଆ ବୋଲିଂ କରି ଅର୍ଶଦୀପ ସ୍ପେଶାଲିଷ୍ଟ ହୋଇପାରିଛନ୍ତି । ତେଣୁ ପ୍ରଥମଥର ପାଇଁ ଅର୍ଶଦୀପଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି । ସେ ୨୦୧୮ ଜୁନିୟର ବିଶ୍ୱକପ୍ ବିଜୟୀ ଭାରତୀୟ ଦଳରେ ସଦସ୍ୟ ଥିଲେ ।




