ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ,୪୬ ରେ ଭାରତ ଅଲଆଉଟ

ବେଙ୍ଗାଲୁରୁ : ଟିମ ଇଣ୍ଡିଆର ନୈରାଶ୍ୟ ଜନକ ପ୍ରଦର୍ଶନ । ବେଙ୍ଗାଲୁରୁରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୪୬ ରନ କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଛି । କୌଣସି ରନ୍‌ ନକରି ୫ ଖେଳାଳି ଆଉଟ୍‌ ହୋଇଛନ୍ତି । ଟିମ ଇଣ୍ଡିଆର ୫ଜଣ ବ୍ୟାଟ୍ସମ୍ୟାନ ଏହି ମ୍ୟାଚରେ ଖେଳିପାରିନାହାନ୍ତି। ଟିମ […]

Samaya Live Picture
Published On

ବେଙ୍ଗାଲୁରୁ : ଟିମ ଇଣ୍ଡିଆର ନୈରାଶ୍ୟ ଜନକ ପ୍ରଦର୍ଶନ । ବେଙ୍ଗାଲୁରୁରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୪୬ ରନ କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଛି । କୌଣସି ରନ୍‌ ନକରି ୫ ଖେଳାଳି ଆଉଟ୍‌ ହୋଇଛନ୍ତି ।

ଟିମ ଇଣ୍ଡିଆର ୫ଜଣ ବ୍ୟାଟ୍ସମ୍ୟାନ ଏହି ମ୍ୟାଚରେ ଖେଳିପାରିନାହାନ୍ତି। ଟିମ ଇଣ୍ଡିଆ ପାଇଁ ସବୁଠାରୁ ଅଧିକ ରନ ଋଷଭ ପନ୍ତ କରିଛନ୍ତି। ସେ ୨୦ ରନର ଇଂନିସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ ୧୩ ,ରୋହିତ ଶର୍ମା -୨ ରନ୍‌ରେ ଆଉଟ୍‌ ହୋଇଛନ୍ତି । ସେହିପରି ବିରାଟ କୋହଲି,ସରଫରାଜ୍‌ ,କେ ଏଲ ରାହୁଲ, ଜାଡେଜା, ଅଶ୍ୱିନୀ ଖାତା ଖୋଲି ନାହାଁନ୍ତି । ନ୍ୟୁଜିଲାଣ୍ଡର ହେନରୀଙ୍କୁ ୫, ରାଉର୍‌କେଙ୍କୁ ୪ଟି ୱିକେଟ୍‌ ମିଳିଛି । ଟେଷ୍ଟ କ୍ରିକେଟ୍‌ ଇତିହାସରେ ଭାରତର ଏହା ୩ୟ ସର୍ବନିମ୍ନ ସ୍କୋର୍‌।

ଭାରତର ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚର ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି, ଯେଉଁଥିରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମୁକାବିଲାରେ ପ୍ରଥମ ଦିନ ଖେଳରେ ଲଗାତାର ବର୍ଷା ହେବା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା।

Tags: