ଏସିଆନ୍‌ ମହିଳା ଭଲିବଲ ଚାମ୍ପିଅନ୍‌ସିପ୍‌: ଫିଲିପାଇନ୍ସକୁ ହରାଇଲା ଭାରତ

ଭୁବନେଶ୍ୱର : ଥାଇଲାଣ୍ଡର ନାଖୋନ୍‌ ପାଥୋମରେ ଆୟୋଜିତ ୧୪ତମ ଏସିଆନ୍‌ ମହିଳା ୧୪ ବର୍ଷରୁ କମ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ମହିଳା ଦଳ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୩-୧ରେ ଫିଲିପାଇନ୍ସକୁ ଧରାଶାୟୀ କରିଛି । ପ୍ରଥମ ଗେମ୍‌ରେ ଭାରତ ୧୪-୨୫ରେ ପଛୁଆ ରହିଯାଇଥିଲା । ପରବର୍ତ୍ତୀ ୩ଟି ଗେମ୍‌କୁ ୨୫-୨୧, ୨୫-୨୩, ୨୫-୧୯ରେ ଜିତି ଫିଲିପାଇନ୍ସର ସବୁ ଆଶାକୁ ଧୂଳିସାତ କରିଥିଲା ଭାରତ । ଭାରତୀୟ ଅଧିନାୟିକା କବିତା, ରାଜନନ୍ଦିନୀ ଓ […]

Samaya Live Picture
Published On

ଭୁବନେଶ୍ୱର : ଥାଇଲାଣ୍ଡର ନାଖୋନ୍‌ ପାଥୋମରେ ଆୟୋଜିତ ୧୪ତମ ଏସିଆନ୍‌ ମହିଳା ୧୪ ବର୍ଷରୁ କମ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ମହିଳା ଦଳ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୩-୧ରେ ଫିଲିପାଇନ୍ସକୁ ଧରାଶାୟୀ କରିଛି । ପ୍ରଥମ ଗେମ୍‌ରେ ଭାରତ ୧୪-୨୫ରେ ପଛୁଆ ରହିଯାଇଥିଲା । ପରବର୍ତ୍ତୀ ୩ଟି ଗେମ୍‌କୁ ୨୫-୨୧, ୨୫-୨୩, ୨୫-୧୯ରେ ଜିତି ଫିଲିପାଇନ୍ସର ସବୁ ଆଶାକୁ ଧୂଳିସାତ କରିଥିଲା ଭାରତ ।

ଏସିଆନ୍‌ ମହିଳା ଭଲିବଲ ଚାମ୍ପିଅନ୍‌ସିପ୍‌: ଫିଲିପାଇନ୍ସକୁ ହରାଇଲା ଭାରତ

ଭାରତୀୟ ଅଧିନାୟିକା କବିତା, ରାଜନନ୍ଦିନୀ ଓ ରକ୍ଷା ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଥିଲେ । ଭଲିବଲ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସଭାପତି ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ଭାରତୀୟ ମହିଳା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମଙ୍ଗଳବାର ପରବର୍ତ୍ତୀ ମ୍ୟାଚ୍‌ରେ ଭାରତୀୟ ଦଳ ଜାପାନକୁ ଭେଟିବ ।