ଶୃଙ୍ଖଳା ବରାବର କଲା ଭାରତ : ରାଞ୍ଚିରେ ଶ୍ରେୟାସ, ଇଶାନଙ୍କ ଚମତ୍କାର ପ୍ରଦର୍ଶନ

ରାଞ୍ଚି : ଦ.ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୭ ୱିକେଟ୍‌ରେ ବିଜୟୀ ହୋଇ ୧-୧ରେ ଶୃଙ୍ଖଳା ବରାବର କରିଛି । ଇଶାନ କିଷାନ (୯୩)ଙ୍କ ଅର୍ଦ୍ଧଶତକ ଓ ଶ୍ରେୟାସ ଆୟରଙ୍କ ଶତକୀୟ ଇନିଂସ ବଳରେ ଭାରତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା । ପ୍ରଥମେ ବ୍ୟାଟିଂ କରି ଦ.ଆଫ୍ରିକା ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଭାରତ ୪୫.୫ ଓଭରରେ […]

Samaya Live Picture
Published On

ରାଞ୍ଚି : ଦ.ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୭ ୱିକେଟ୍‌ରେ ବିଜୟୀ ହୋଇ ୧-୧ରେ ଶୃଙ୍ଖଳା ବରାବର କରିଛି । ଇଶାନ କିଷାନ (୯୩)ଙ୍କ ଅର୍ଦ୍ଧଶତକ ଓ ଶ୍ରେୟାସ ଆୟରଙ୍କ ଶତକୀୟ ଇନିଂସ ବଳରେ ଭାରତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା । ପ୍ରଥମେ ବ୍ୟାଟିଂ କରି ଦ.ଆଫ୍ରିକା ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଭାରତ ୪୫.୫ ଓଭରରେ ୨୮୨/୩ ରନ୍‌ କରିଥିଲା ।
 ଶୃଙ୍ଖଳା ବରାବର କଲା ଭାରତ : ରାଞ୍ଚିରେ ଶ୍ରେୟାସ, ଇଶାନଙ୍କ ଚମତ୍କାର ପ୍ରଦର୍ଶନ

ରାଞ୍ଚିରେ ଦ.ଆଫ୍ରିକା ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କ୍ୱିଣ୍ଟନ ଡି କକଙ୍କ ସହ ଜାନେମନ ମାଲନ ପାଳି ଆରମ୍ଭ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବାକୁ ଯୋଜନା କରିଥିବା ଦ.ଆଫ୍ରିକା ୩୦୦ ରନ୍‌ ଅତିକ୍ରମ କରିପାରିନଥିଲା । ଡିକକ୍‌ ୫, ମାଲନ ୨୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ସଅଳ ଦୁଇ ୱିକେଟ୍‌ ପତନ ସତ୍ତେ୍ୱ ରେଜା ହେଣ୍ଡ୍ରିକ୍ସ ଓ ଆଦିନ ମାକ୍ରାମ୍‌ ସ୍ଥିତି ସୁଧାରି ଥିଲେ । ରେଜା ୭୪ ରନ୍‌ କରିଥିବା ବେଳେ ମାକ୍ରାମ ୭୯ ରନ୍‌ କରି ଦଳୀୟ ସ୍କୋରକୁ ୨୦୦ ରନ୍‌ ଅତିକ୍ରମ କରାଇଥିଲେ । ହେନରିକ୍ସ କ୍ଲାସେନ୍‌ ୩୦, ଡେଭିଡ ମିଲର ଅପରାଜିତ ୩୫, େୱନ ପର୍ଣ୍ଣେଲ ୧୬ ରନ୍‌ କରିଥିଲେ । ତେଣୁ ଦ.ଆଫ୍ରିକା ୫୦ ଓଭରରେ ୨୭୮/୭ ରନ୍‌ କରିଥିଲେ । ଭାରତର ମହମ୍ମଦ ସିରାଜ ସର୍ବାଧିକ ୩ ୱିକେଟ୍‌ ନେଇଥିଲେ । ୱାଶିଂଟନ ସୁନ୍ଦର, ସାହାବାଜ ଅହମ୍ମଦ ଓ କୁଳଦୀପ ଯାଦବ ଓ ସାର୍ଦ୍ଦୁଲ ଠାକୁର ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।
 ଶୃଙ୍ଖଳା ବରାବର କଲା ଭାରତ : ରାଞ୍ଚିରେ ଶ୍ରେୟାସ, ଇଶାନଙ୍କ ଚମତ୍କାର ପ୍ରଦର୍ଶନ

୨୭୯ ରନ୍‌ ବିଜୟଲକ୍ଷ୍ୟ ଭାରତ ପାଇଁ ଚାଲେଞ୍ଜ ଥିଲା । ଶୃଙ୍ଖଳାର ପ୍ରଥମ ମ୍ୟାଚ ହାରିଥିବାରୁ ଭାରତୀୟ ଖେଳାଳି ଚାପରେ ଥିଲେ । କି;ୁ ରାଞ୍ଚିର ବ୍ୟାଟିଂ ଟ୍ରାକ୍‌ରେ ଭାରତ ଧୂଆଁଧାର ପ୍ରଦର୍ଶନ ଦେଖାଇଥିଲା । ଅଧିନାୟକ ଶିକ୍ଷର ଧାୱନ ୧୩ ଓ ଶୁଭମନ ଗିଲ ୨୮ ରନ୍‌ କରି ପାଭିଲିୟନ୍‌ ଫେରିଯିବାରୁ ଦ.ଆଫ୍ରିକା କିଛି ସମୟ ପାଇଁ ମ୍ୟାଚକୁ ହାତମୁଠାକୁ ଆଣିପାରିଥିଲା । କି;ୁ ଇଶାନ କିଷାନ ଓ ଶ୍ରେୟାସ ଆୟରଙ୍କ ଚତୁର ବ୍ୟାଟିଂ ଦ.ଆଫ୍ରିକାର ଶୃଙ୍ଖଳା କବ୍‌ଜା ଲକ୍ଷ୍ୟକୁ ଫିMା କରିଦେଇଥିଲା । ଦୁହେଁ ଧିମ ଆରମ୍ଭ କରି ମଧ୍ୟଭାଗରେ ବୋଲରଙ୍କ ଧୁଲେଇ କରିଥିଲେ । ଇଶାନ ୪ଟି ଚୌକା ଓ ୭ଟି ଛକା ସହାୟତାରେ ୮୪ ବଲ୍‌ରୁ ୯୩ ରନ୍‌ କରିଥିଲେ । ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । କି;ୁ ଶ୍ରେୟାସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୫ଟି ଚୌକା ୧୧୧ ବଲରୁ ୧୧୩ ରନ୍‌ କରିଥିଲେ । ସଞ୍ଜୁ ସାମସନ୍‌ ୨୯ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ଏହି ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀରେ ଖେଳାଯିବ ।