ପ୍ରଥମ ଟି-୨୦ : ମ୍ୟାଚ ଛଡାଇ ନେଲେ ସୂର୍ଯ୍ୟକୁମାର, ରାହୁଲ

ଥିରୁବନନ୍ତପୁରମ୍‌ : ଭାରତ ଓ ଦ.ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବିଗୁଲ ବାଜିଛି । କେରଳର ଥିରୁବନନ୍ତପୁରମ୍‌ରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦ.ଆଫ୍ରିକାକୁ ୧୦୬/୮ ରନ୍‌ରେ ଅଟକାଇ ୮ ୱିକେଟ୍‌ରେ ବିଜୟ ହାସଲ କରିଛି ଭାରତ । ଦ୍ରୁତ ବୋଲର ଦୀପକ ଚହର, ଅର୍ଶଦୀପ ସିଂ ଓ ହର୍ସାଲ ପଟେଲଙ୍କ ଜମାଣିଆ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ଭାରତ ନିର୍ଦ୍ଧାରିତ ବିଜୟଲକ୍ଷ୍ୟକୁ ୧୬.୪ ଓଭରରେ ୧୧୦/୨ […]

Samaya Live Picture
Published On

ଥିରୁବନନ୍ତପୁରମ୍‌ : ଭାରତ ଓ ଦ.ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବିଗୁଲ ବାଜିଛି । କେରଳର ଥିରୁବନନ୍ତପୁରମ୍‌ରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦ.ଆଫ୍ରିକାକୁ ୧୦୬/୮ ରନ୍‌ରେ ଅଟକାଇ ୮ ୱିକେଟ୍‌ରେ ବିଜୟ ହାସଲ କରିଛି ଭାରତ । ଦ୍ରୁତ ବୋଲର ଦୀପକ ଚହର, ଅର୍ଶଦୀପ ସିଂ ଓ ହର୍ସାଲ ପଟେଲଙ୍କ ଜମାଣିଆ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ଭାରତ ନିର୍ଦ୍ଧାରିତ ବିଜୟଲକ୍ଷ୍ୟକୁ ୧୬.୪ ଓଭରରେ ୧୧୦/୨ ରନ୍‌ କରି ହାସଲ କରିନେଇଛି । ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଦ.ଆଫ୍ରିକା୨୦ ଓଭରରେ ୮ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ୱିକେଟ୍‌ ହରାଇ ୧୦୬ ରନ୍‌ କରିପାରିଥିଲା ।

ପ୍ରଥମ ଟି-୨୦ : ମ୍ୟାଚ ଛଡାଇ ନେଲେ ସୂର୍ଯ୍ୟକୁମାର, ରାହୁଲ
ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ଆଉ ଏକ ଘରୋଇ ଶୃଙ୍ଖଳାରେ ଦ,ଆଫ୍ରିକାକୁ ଭେଟିଛି । ହାତ ଗଣତି ଖେଳାଳିଙ୍କ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ବିଶ୍ୱ କପର ସୂଡାନ୍ତ ପ୍ରସ୍ତୁତିରେ ଲାଗିପଡ଼ିଛି ।

ପ୍ରଥମ ଟି-୨୦ : ମ୍ୟାଚ ଛଡାଇ ନେଲେ ସୂର୍ଯ୍ୟକୁମାର, ରାହୁଲ
କେରଳରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ଅଧିନାୟକ ରୋହିତ ଶର୍ମା ଦ.ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦଳରେ ଆଗଧାଡିରେ ୩ ଜଣ ବୋଲର ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ସତ୍ତେ୍ୱ ନବାଗତ ବୋଲର ଦଳର ମଙ୍ଗ ଧରିଥିଲେ । ଆରମ୍ଭରୁ ଦୀପକ ଚହର ଓ ଅର୍ଶଦୀପ ସିଂଙ୍କ ଯୋଡି ଦ.ଆଫ୍ରିକା ବ୍ୟାଟରଙକୁ ଅଣ୍ଟାସଳଖିବାର ସୁଯୋଗ ଦେଇନଥିଲେ । ଏପରି ଦଳୀୟ ସ୍କୋର ୯ ରନ୍‌ ବେଳେ ୫ ୱିକେଟ୍‌ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିବା ଦ.ଆଫ୍ରିକା । କି;ୁ ଆଦିନ ମାକ୍ରାମ ୨୫, େୱନ ପର୍ଣ୍ଣେଲ ୨୪ ଏବଂ କେଶବ ମହାରାଜ ୪୧ ରନ୍‌ ସଂଗ୍ରହ କରିବାରୁ ଦ.ଆଫ୍ରିକା ୧୦୬/୮ ରନ୍‌ର ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଥିଲା । ଅଧିନାୟକ ତେମ୍ବା ବଭୁମାଙ୍କ ସମେତ ରିଲି ରୋସେ, ଡେଭିଡ ମିଲର ଓ ତ୍ରିଷ୍ଟାନ ଷ୍ଟୁବସ ରନ୍‌ ଖାତା ଖେଳିପାରିନଥିଲେ । ଅର୍ଶଦୀପ ସିଂ ୪ ଓଭରରେ ୩୨ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଥିବା ବେଳେ ଦୀପକ ଚହର ଓ ହର୍ସାଲ ପଟେଲ ଦୁଇଟି କରି ତଥା ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ସଫଳତା ହାସଲ କରିଥିଲେ ।

ପ୍ରଥମ ଟି-୨୦ : ମ୍ୟାଚ ଛଡାଇ ନେଲେ ସୂର୍ଯ୍ୟକୁମାର, ରାହୁଲ
୧୦୭ ରନ୍‌ର ବିଜୟଲକ୍ଷ୍ୟ ଭାରତ ପାଇଁ ଆରମ୍ଭରୁ ସହଜସାଧ୍ୟ ନଥିଲା । ଦ.ଆଫ୍ରିକାର ଶାଣୀତ ବୋଲିଂ ଯୋଗୁଁ ଭାରତ ୧୭ ରନ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୱିକେଟ୍‌ ହରାଇଥିଲା । କି;ୁ ଏହାପରେ ୱିକେଟ୍‌ ଝଡିବାକୁ ଦେଇନଥିଲେ ସୂର୍ଯ୍ୟକୁମାର ଓ ଲୋକେଶ ରାହୁଲ । ସୂର୍ଯ୍ୟକୁମାର ଆରମ୍ଭରୁ ଚୌକା ଓ ଛକା ବର୍ଷା କରି ଦ.ଆଫ୍ରିକା ବୋଲରଙ୍କ ମନୋବଳ ଭାଙ୍ଗି ଦେଇଥିଲେ । ସୂର୍ଯ୍ୟକୁମାର ୩୩ ବଲ୍‌ରୁ ୩ଟି ଛକା ଓ ୫ଟି ଛକା ସହାୟତାରେ ଅପରାଜିତ ୫୦ ଏବଂ ଲୋକଶ ରାହୁଲ ୫୬ ବଲ୍‌ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ୫୧ ରନ୍‌ କରି ବିଜୟମୁଣ୍ଡି ମାରିଥିଲେ । ଜମାଣିଆ ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଆଗାମୀ ୨ ତାରିଖରେ ଗୌହାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ ।