ଶୀତକାଳୀନ କ୍ରୀଡାର ଗୁରୁତ୍ବ

ଶୀତକାଳୀନ କ୍ରୀଡାର ଗୁରୁତ୍ବ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ

ଶୀତକାଳୀନ କ୍ରୀଡା ଅଲିମ୍ପିକ୍ସର ଆୟୋଜନ ପଛରେ କିଛି ମହାନ ଉଦ୍ଦେଶ୍ୟ ରହିଛି । ଏଥିରେ ଖେଳାଯାଉଥିବା କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଏକତା ଏବଂ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ ରହିଛି । ଏହାସହ ଇଟାଲୀର ମିଲାନ୍ ଏବଂ କୋର୍ଟିନା ଡିଆମ୍ପେଜୋ ଭଳି ସହରଗୁଡ଼ିକରେ ପର୍ଯ୍ୟଟନ ଓ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାର ଉଦ୍ଦେଶ୍ୟ ରହିଛି । ଏହାବ୍ୟତୀତ ଏହି ମହାକୁମ୍ଭ ଶୀତକାଳୀନ କ୍ରୀଡ଼ାର ବିକାଶ ଏବଂ ଯୁବ ଆଥଲେଟ୍ମାନଙ୍କୁ ଅନୁପ୍ରାଣିତ କରିବା ସହିତ 'ସ୍କି ମାଉଣ୍ଟେନିୟରିଂ' ବା  ସ୍କିମୋ ଭଳି ନୂତନ ଖେଳର ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଅଲିମ୍ପିକ୍ସରେ ନୂତନତା ପ୍ରଦର୍ଶନ କରିବ ।  ଏଥିସହ ସ୍ଥାୟୀ ତଥା ପରିବେଶ ଅନୁକୂଳ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ଏହା ପରିବେଶ ଦାୟିତ୍ୱବୋଧକୁ ପ୍ରତିପାଦିତ କରିବା ସହ ଇଟାଲୀର ସମୃଦ୍ଧ ସଂସ୍କୃତି ଓ ଆତିଥ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରି ସାଂସ୍କୃତିକ ବିନିମୟକୁ ସୁଦୃଢ଼ କରିବ ।

ସମ୍ବନ୍ଧିତ ଖବର ୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଭାରତ ଷଷ୍ଠଥର ବିଶ୍ବବିଜେତା

Tags: