ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତକୁ ଝଟ୍କା: ଆହତ ଦ୍ରୁତ ବୋଲର ବୁମରା ଦଳରୁ ବାଦ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ବିଗୁଲ ବାଜିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ ହୋଇଛନ୍ତି । ତେଣୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି-୨୦ ବିଶ୍ୱକପ ସେ ଖେଳିବେ ନାହିଁ । ସେ ଭାରତୀୟ ଦଳରୁ ବାଦ ପଡ଼ିଥିବା ନେଇ ଗୁରୁବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂଚନା ଦିଆଯାଇଛି । ବୁମରାଙ୍କ ବ୍ୟାକ୍ ଷ୍ଟ୍ରେସ ଫ୍ରାକcର ହୋଇଛି । ତେଣୁ ବୁମରା ଅତିକମ୍ରେ ୬ ମାସ […]
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ବିଗୁଲ ବାଜିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ ହୋଇଛନ୍ତି । ତେଣୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି-୨୦ ବିଶ୍ୱକପ ସେ ଖେଳିବେ ନାହିଁ । ସେ ଭାରତୀୟ ଦଳରୁ ବାଦ ପଡ଼ିଥିବା ନେଇ ଗୁରୁବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂଚନା ଦିଆଯାଇଛି । ବୁମରାଙ୍କ ବ୍ୟାକ୍ ଷ୍ଟ୍ରେସ ଫ୍ରାକcର ହୋଇଛି । ତେଣୁ ବୁମରା ଅତିକମ୍ରେ ୬ ମାସ ବ୍ୟାକ୍ ଇଞ୍ଜୁରୀ ପାଇଁ ବିଶ୍ରାମ ନେବେ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବୁମରା ଟି-୨୦ ବିଶ୍ୱକପ୍ ଖେଳିବେ ନାହିଁ । ସେ ଆହତ ହୋଇଛନ୍ତି ତାଙ୍କୁ ୬ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ବୁମରାଙ୍କ ଅନୁପସ୍ଥିତିରେ ବିଶ୍ୱକପ୍ ନିମନ୍ତେ ଘୋଷଣା ହୋଇଥିବା ଭାରତୀୟ ଦଳର ଷ୍ଟାଣ୍ଡବାଏରେ ଥିବା ମହମ୍ମଦ ସାମି କିମ୍ବା ଦୀପକ ଚହରଙ୍କୁ ମୁଖ୍ୟ ଦଳରେ ସ୍ଥାନ ମିଳିବ । ଦ୍ରୁତ ବୋଲର ବୁମରା ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଖେଳିଥିଲେ । ତେବେ ଥିରୁବନନ୍ତପୁରମରେ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳିନଥିଲେ ବୁମରା । ୨୮ ବର୍ଷୀୟ ବୁମରା ଦ୍ୱିତୀୟ ସିନିୟର ଖେଳାଳି ଭାବେ ବିଶ୍ୱକପ୍ରୁ ବାଦ ପଡ଼ିଛନ୍ତି । ପୂର୍ବରୁ ଆଣ୍ଠୁରେ ଅସ୍ତ୍ରୋପଚାର କାରଣରୁ ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳରେ ନାହାନ୍ତି ।

ବୁମରା ଓ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଦଳର ସ;ୁଳନକୁ ବିଗାଡି ଦେଇଛି । ତେଣୁ ବିଶ୍ୱକପ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ସ;ୁଳିତ ଦଳ ଗଠନ ସମସ୍ୟା ସୃଷ୍ଟି କରିଛି । ବିଶ୍ୱକପ୍ ପୂର୍ବରୁ ଉଭୟ ଖେଳାଳି ଆହତ ହେବେ ବୋଲି ଆମେ କଳ୍ପନା କରିନଥିଲୁ । ଇଞ୍ଜୁରୀକୁ ଭୟ କରି ମର୍ଯ୍ୟାଦାଜନକ ଏସିଆ କପ୍ ପ୍ରତିଯୋଗିତାରେ ମଧ୍ୟ ଦଳର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା । ଏହା ସତ୍ତେ୍ୱ ଇଞ୍ଜୁରୀ ସମସ୍ୟା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ବୋଲି ଦ୍ରାବିଡ କହିଛନ୍ତି । ଚଳିତ ୨୦୨୨ରେ ବୁମରା ଟିମ ଇଣ୍ଡିଆ ପାଇଁ ମାତ୍ର ୫ଟି ଟେଷ୍ଟ, ୫ଟି ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିଛନ୍ତି ।

ଏହାବାଦ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଖେଳିଥିଲେ । ତେଣୁତାଙ୍କ ଉପରେ ବ୍ୟସ୍ତବହୁଳ ସୂଚୀର ପ୍ରଭାବ ନଥିଲା । ତାଙ୍କୁ ଏସିଆ କପ୍ ପୂର୍ବରୁ ବିଶ୍ରାମ ଦିଆଯାଇଥିଲା । ଏହାବାଦ ଭାରତରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଶୃଙ୍ଖଳା ଓ େୱଷ୍ଟଇଣ୍ଡିଜଗସ୍ତରେ ମଧ୍ୟ ବୁମରା ଖେଳିନଥିଲେ । ତାଙ୍କୁ ଆଶାଠୁ ଅଧିକ ବିଶ୍ରାମ ଦିଆଯାଇଥିଲା । ଏହା ସତ୍ତେ୍ୱ ସେ ଆହତ ହୋଇଛନ୍ତି । ତେଣୁ ଆହତ ସମସ୍ୟାରୁ ମୁକୁଳିବା ପାଇଁ ସେ ବେଙ୍ଗାଲୁରୁ ସ୍ଥିତି ଜାତୀୟ କ୍ରିକେଟ୍ ଏକାଡେମୀରେ ରହିବେ ।
ବ୍ୟାକ ଷ୍ଟ୍ରେସ୍ ଫ୍ରାକcର ନିମନ୍ତେ ଅସ୍ତ୍ରୋପଚାରର ଆବଶ୍ୟକତା ହୋଇନଥାଏ । ଭଲ ହେବା ପାଇଁ ଅଧିକ ସମୟ ବିଶ୍ରାମ ଦରକାର ହୋଇଥାଏ ।




