ଆଇସିସି କ୍ରିକେଟ୍‌ ଖେଳର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ: ଟେ୍ୱଣ୍ଟି-୨୦ ବିଶ୍ୱକପରୁ ନୂଆ ନିୟମ ଆରମ୍ଭ

ଦୁବାଇ : ଆଇସିସି କ୍ରିକେଟ୍‌ ଖେଳର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ କରିଛି । ସେଥିମଧ୍ୟରେ ପ୍ରମୁଖ ରହିଛି କ୍ରିକେଟ୍‌ ବଲର ଚମକ ବଢ଼ାଇବା ପାଇଁ ଲାଳ ଲଗାଇବା ଉପରେ ସ୍ଥାୟୀ ବାସନ୍ଦାଦେଶ ଏବଂ ନନ୍‌ଷଫ୍ରାଇକରଙ୍କୁ ମଙ୍କଡିଂ (ବଲ୍‌ ରିଲିଜ୍‌ କରିବା ପୂର୍ବରୁ ନନ୍‌ଷଫ୍ରାଇକର କ୍ରିଜ୍‌ ବାହାରକୁ ଗଲେ ବୋଲର ତାଙ୍କୁ ରନ୍‌ ଆଉଟ୍‌ କରିବା)କରିବାକୁ ନୈତିକତା ବିରୋଧୀ ଧାରାରୁ ବାଦ୍‌ ଦେବା । ସେହିଭଳି କ୍ଷେତ୍ରରକ୍ଷଣ କରୁଥିବା ଦଳ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିନପାରିଲେ […]

Samaya Live Picture
Published On

ଦୁବାଇ : ଆଇସିସି କ୍ରିକେଟ୍‌ ଖେଳର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ କରିଛି । ସେଥିମଧ୍ୟରେ ପ୍ରମୁଖ ରହିଛି କ୍ରିକେଟ୍‌ ବଲର ଚମକ ବଢ଼ାଇବା ପାଇଁ ଲାଳ ଲଗାଇବା ଉପରେ ସ୍ଥାୟୀ ବାସନ୍ଦାଦେଶ ଏବଂ ନନ୍‌ଷଫ୍ରାଇକରଙ୍କୁ ମଙ୍କଡିଂ (ବଲ୍‌ ରିଲିଜ୍‌ କରିବା ପୂର୍ବରୁ ନନ୍‌ଷଫ୍ରାଇକର କ୍ରିଜ୍‌ ବାହାରକୁ ଗଲେ ବୋଲର ତାଙ୍କୁ ରନ୍‌ ଆଉଟ୍‌ କରିବା)କରିବାକୁ ନୈତିକତା ବିରୋଧୀ ଧାରାରୁ ବାଦ୍‌ ଦେବା ।

 ଆଇସିସି କ୍ରିକେଟ୍‌ ଖେଳର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ: ଟେ୍ୱଣ୍ଟି-୨୦ ବିଶ୍ୱକପରୁ ନୂଆ ନିୟମ ଆରମ୍ଭ

ସେହିଭଳି କ୍ଷେତ୍ରରକ୍ଷଣ କରୁଥିବା ଦଳ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିନପାରିଲେ ଅବଶିଷ୍ଟ ଓଭରରେ ଜଣେ ଅତିରିକ୍ତ ଖେଳାଳିଙ୍କୁ ସର୍କଲ ଭିତରକୁ ଆଣିବା ନିୟମକୁ ଏକଦିବସୀୟ କ୍ରିକେଟକୁ ମଧ୍ୟ ପରିବର୍ଦ୍ଧିତ କରାଯିବ । ୨୦୨୩ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ୱକପ୍‌ ସୁପର ଲିଗ୍‌ ଶେଷ ହେବା ପରେ ଏକଦିବସୀୟ କ୍ରିକେଟରେ ଏହି ନିୟମକୁ ଆନୁଷ୍ଠାନିକ ଭାବେ ଲାଗୁ କରାଯିବ । ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍‌ ସମିତିର ସୁପାରିସକୁ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସମିତି ଗ୍ରହଣ କରିବା ପରେ କ୍ରିକେଟରେ ଅନୁ୍ୟନ ୯ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଅକେଫାବର ପହିଲାରୁ ହିଁ ସବୁ ଫର୍ମାଟରେ ନୂଆ ନିୟମକୁ କାର୍ଯ୍ୟକାରୀ କରାଯିବ ।

 ଆଇସିସି କ୍ରିକେଟ୍‌ ଖେଳର ନୀତି ନିୟମରେ ବ୍ୟାପକ ପରିବର୍ତ୍ତନ: ଟେ୍ୱଣ୍ଟି-୨୦ ବିଶ୍ୱକପରୁ ନୂଆ ନିୟମ ଆରମ୍ଭ

ନୂଆ ବ୍ୟବସ୍ଥାରେ କ’ଣ ରହିଛି ?
* ନୂଆ ବ୍ୟାଟର୍‌ ନେବେ ଷ୍ଟ୍ରାଇକ୍‌: କ୍ୟାଚ୍‌ ନେବା ପୂର୍ବରୁ ବ୍ୟାଟର୍‌ ପରସ୍ପରକୁ ଅତିକ୍ରମ କରିଥା’;ୁ କି ନକରିଥା’;ୁ, ନୂଆ ବ୍ୟାଟର୍‌ ଷ୍ଟ୍ରାଇକର ପଟେ ହିଁ ଷ୍ଟ୍ରାଇକ୍‌ ନେବେ ।

* ଲାଳ ଲଗାଇବା ଉପରେ ସ୍ଥାୟୀ ବାସନ୍ଦାଦେଶ: ବଲର ଚମକ ବାଇବା ଲାଗି ଲାଳ ଲଗାଇବା ଉପରେ ଜାରି କରାଯାଇଥିବା ୨ ବର୍ଷୀୟା ବାସନ୍ଦାଦେଶ ସ୍ଥାୟୀ ଭାବେ ଲାଗୁହେବ । ଅର୍ଥାତ୍‌ ଏଣିକି ବୋଲରମାନେ ବଲର ଗୋଟିଏ ପଟ ଚିକ୍‌ଣ କରିବା ଲାଗି ଆଉ ଲାଳ ଲଗାଇ ପାରିବେ ନାହିଁ ।

* ନନ୍‌ଷ୍ଟ୍ରାଇକରଙ୍କୁ ରନ୍‌ଆଉଟ୍‌ କରିବା ଖେଳ ବିରୋଧୀ ନୁହେଁ: ବୋଲର ନନ୍‌ଷଫ୍ରାଇକରଙ୍କୁ ରନ୍‌ଆଉଟ୍‌ କରିବା ବା ମଙ୍କଡିଂ କରିବା ଆଉ ଅଣଖେଳୁଆଡ଼ ପ୍ରବୃତ୍ତି ଭାବେ ବିବେଚନା କରାଯିବନି ।

* ଦିନିକିଆ ଓ ଟେଷ୍ଟରେ ଟାଇମ୍‌ ଆଉଟ୍‌: ପୁରୁଣା ନିୟମ ଅନୁସାରେ ଉଭୟ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ୱିକେଟ୍‌ ପତନର ୩ ମିନିଟ୍‌ ଭିତରେ ନୂଆ ବ୍ୟାଟର୍‌ କ୍ରିଜ୍‌ରେ ପହଞ୍ଚି ଷ୍ଟ୍ରାଇକ୍‌ ନେବାକୁ ପଡ଼ୁଥିଲା । ଅନ୍ୟଥା ସେ ଟାଇମ୍‌ ଆଉଟ୍‌ ଘୋଷିତ ହେଉଥିଲେ । ଏବେ ଏହି ସମୟକୁ ୨ ମିନିଟକୁ କମାଇ ଦିଆଯାଇଛି ।

ଅର୍ଥାତ୍‌ ଟେଷ୍ଟ ଓ ଦିନିକିଆରେ ୨ ମିନିଟ୍‌ ଭିତରେ ନୂଆ ବ୍ୟାଟର୍‌ ଷ୍ଟ୍ରାଇକ୍‌ ନେଇ ନପାରିଲେ ତାଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯିବ । ଟେ୍ୱଣ୍ଟି-୨୦ରେ ଏହି ସମୟକୁ ଦେ ମିନିଟରେ ଅପରିବର୍ତ୍ତିତ ରଖାଯାଇଛି ।

୧-ଅନୁଚିତ କ୍ଷେତ୍ରରକ୍ଷକ ପରିବର୍ତ୍ତନ ଲାଗି ୫ ରନରେ ପେନାଲଫି: ବୋଲର ବୋଲିଂ କରିବାକୁ ଦୌଡ଼ୁଥିଲା ବେଳେ କ୍ଷେତ୍ରରକ୍ଷକଙ୍କ ସ୍ଥାନରେ ଯେକୌଣସି ଅନୁଚିତ ପରିବର୍ତ୍ତନ ଲାଗି ଏଣିକି ୫ ରନରେ ପେନାଲଫି ଲାଗିବ । ବ୍ୟାଟିଂ ଦଳକୁ ଏହି ରନ୍‌ ମିଳିବା ସହ ସଂପୃକ୍ତ ବଲକୁ ଡେଡ୍‌ ବଲ୍‌ ଘୋଷଣା କରାଯିବ ।

୨- ଓଭର ରେଟ୍‌ ପେନାଲଫି: ଜାନୁଆରି ୨୦୨୨ରେ ଲାଗୁ କରାଯାଇଥିବା ନିୟମ ଅନୁସାରେ ଟେ୍ୱଣ୍ଟି-୨୦ରେ ବୋଲିଂ ଦଳକୁ ନିର୍ଦ୍ଧାରିତ କିମ୍ବା ପୁନଃନିର୍ଦ୍ଧାରିତ ସମୟ ଭିତରେ ଗୋଟିଏ ପାଳିର ଶେଷ ଓଭରର ପ୍ରଥମ ବଲ୍‌ ପକାଇବାକୁ ପଡ଼ୁଥିଲା । ଯଦି ବୋଲିଂ ଦଳ ଏହା କରି ପାରୁନଥିଲା, ତା’ହେଲେ ଅବଶିଷ୍ଟ ଓଭର ଗୁଡ଼ିକରେ ୩୦ ଗଜ ବାହାରେ ଜଣେ ଖେଳାଳି କମ୍‌ ରହୁଥିଲେ । ଏହି ନିୟମ ଏବେ ଦିନିକିଆରେ ମଧ୍ୟ ଲାଗୁ ହେବ । ୨୦୨୩ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ୱକପ୍‌ ସୁପର ଲିଗ୍‌ ପରେ ଦିନିକିଆରେ ଏହି ନିୟମ କାର୍ଯ୍ୟକାରୀ ହେବ ।

* ପିଚ୍‌ ବାହାରକୁ ଗଲେ ନୋ’ ବଲ୍‌: ଜଣେ ବ୍ୟାଟର୍‌ ଯଦି ଏକ ବଲ୍‌ ଖେଳିବାକୁ ପିଚ୍‌ ବାହାରକୁ ଯିବାକୁ ବାଧ୍ୟ ହୁଏ, ତା’ହେଲେ ଏହି ବଲକୁ ନୋ’ ବଲ୍‌ ଡକାଯିବ । ବ୍ୟାଟର୍‌ କିମ୍ବା ବ୍ୟାଟର କିଛି ଅଂଶ ପିଚ୍‌ ଭିତରେ ରହିବା ନିହାତି ଦରକାର ।

* ବୋଲର ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ୍‌ ଉଦ୍ୟମ କଲେ: ଆଗରୁ ଜଣେ ବୋଲର ବଲ୍‌ ରିଲିଜ୍‌ କରିବା ପୂର୍ବରୁ ଷ୍ଟ୍ରାଇକରଙ୍କୁ କ୍ରିଜ୍‌ ବାହାରକୁ ଆସୁଥିବାର ଦେଖିଲେ ତାଙ୍କୁ ରନ୍‌ଆଉଟ୍‌ କରିବାକୁ ଚେଷ୍ଟା କରୁଥିଲେ । ବୋଲର ଏଭଳି କଲେ ଏଣିକି ଏହାକୁ ଡେଡ୍‌ ବଲ୍‌ ବିବେଚନା କରାଯିବ ।