ଶୀଘ୍ର ଫେରିବି
ଶୀଘ୍ର ଫେରିବି
ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଭାରତ ଗସ୍ତକୁ ସ୍ମରଣୀୟ କରିଛନ୍ତି. ତାଙ୍କୁ ଏତେ ଭଲ ଲାଗିଛି ଯେ,ସେ ବାରମ୍ବାର ଭାରତ ଗସ୍ତରେ ଆସିବେ ବୋଲି କହିଛନ୍ତି . ମେସି ବନ୍ତାରା ପରିଦର୍ଶନ କରିବା ପରେ ଭାରତ ଗସ୍ତ ଶେଷ କରିଥିଲେ। କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ସେ ଗୋଟ୍ ଟୁର କରିଥିବା ବେଳେ ଫୁଟବଲ୍ ତାରକାଙ୍କ ଏକ ଝଲକ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ସେଠାରେ ପହଞ୍ଚିଥିଲେ। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ବିଶୃଙ୍ଖଳା ବ୍ୟତୀତ, ମେସିଙ୍କ ଭାରତ ଗସ୍ତ ସ୍ମରଣୀୟ ଥିଲା। ଭାରତୀୟ ପ୍ରଶଂସକଙ୍କ ଭଲପାଇବା ଏବଂ ସମର୍ଥନକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ବେଶ୍ ଖୁସି ହୋଇଥିଲେ।
ଭାରତ ଗସ୍ତ ପରେ ସେ ଇନଷ୍ଟାଗ୍ରାମରେ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା ପ୍ରକଟ କରିଛନ୍ତି। ଭାରତ ଗସ୍ତ ସମୟର ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ନମସ୍ତେ ଇଣ୍ଡିଆ! ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଲକାତା ଗସ୍ତ ଅବିଶ୍ୱସନୀୟ ଥିଲା। ମୋତେ ଏତେ ଭଲ ଭାବରେ ସ୍ୱାଗତ କରିବା ସହ ଏତେ ଭଲ ଆତିଥ୍ୟ ଏବଂ ଭଲପାଇବା ଦେବା ପାଇଁ ଧନ୍ୟବାଦ। ମୁଁ ଆଶା କରୁଛି ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ହେବ।"
ଏହି ଗସ୍ତ ବହୁତ ଭଲ ଏବଂ ଛୋଟ ଥିଲା। କିନ୍ତୁ ଏତେ ଭଲପାଇବା ପାଇ ବହୁତ ଖୁସି ଲାଗିଲା। ମୁଁ ପୂର୍ବରୁ ଜାଣିଥିଲି ମୋତେ ଭଲପାଇବା ମିଳିବ। କିନ୍ତୁ ଏତେ ଶୀଘ୍ର ଏତେ ଅଧିକ ଭଲପାଇବା ମିଳିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଆମେ ସମସ୍ତ ଭଲପାଇବା ନେଇ ଯାଉଛୁ ଏବଂ ଶୀଘ୍ର ଫେରିବୁ। ଆଶା କରୁଛି, ଗୋଟିଏ ଦିନ ଆମେ ଏଠାରେ ଖେଳ ଖେଳିପାରିବୁ। କିନ୍ତୁ ଆମେ ଭାରତ ଗସ୍ତ କରିବାକୁ ଫେରିବୁ।"



