ଉଦ୍‌ଘାଟନୀ ମ୍ୟାଚରେ ଇକେ୍ୱଡର ଆଧିପଦ୍ୟ

ଦୋହା: ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡା ଫୁଟବଲ ବିଶ୍ୱମହାକୁମ୍ଭ ବିଗୁଲ ବାଜିଛି । ଏଥର କାତାର ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ଦଳ କାତାର ଓ ଇକେ୍ୱଡର ପରସ୍ପରକୁ ଭେଟିଛନ୍ତି । ଅପେକ୍ଷାକୃତ ଦୁର୍ବଳ କାତାର ଉପରେ ଆଧିପତ୍ୟ ବିସ୍ତାର କରିଥିଲା ଇକେ୍ୱଡର । ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନ ସତ୍ତେ୍ୱ ଇକେ୍ୱଡର ବାଜି ମାରିଛି । ଗ୍ରୁପ୍‌ ଏ’ର ଉଦ୍‌ଘାଟନୀ ମ୍ୟାଚରେ ଇକେ୍ୱଡର ୨-୦ ଗୋଲ୍‌ରେ କାତାରକୁ ଧରାଶାୟୀ କରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି […]

Samaya Live Picture
Published On

ଦୋହା: ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡା ଫୁଟବଲ ବିଶ୍ୱମହାକୁମ୍ଭ ବିଗୁଲ ବାଜିଛି । ଏଥର କାତାର ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ଦଳ କାତାର ଓ ଇକେ୍ୱଡର ପରସ୍ପରକୁ ଭେଟିଛନ୍ତି । ଅପେକ୍ଷାକୃତ ଦୁର୍ବଳ କାତାର ଉପରେ ଆଧିପତ୍ୟ ବିସ୍ତାର କରିଥିଲା ଇକେ୍ୱଡର । ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନ ସତ୍ତେ୍ୱ ଇକେ୍ୱଡର ବାଜି ମାରିଛି ।

Hosts Qatar overwhelmed by Ecuador in opening World Cup match

ଗ୍ରୁପ୍‌ ଏ’ର ଉଦ୍‌ଘାଟନୀ ମ୍ୟାଚରେ ଇକେ୍ୱଡର ୨-୦ ଗୋଲ୍‌ରେ କାତାରକୁ ଧରାଶାୟୀ କରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି । ବିଜୟ ସହ ଇକେ୍ୱଡର ୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି ।

ପ୍ରଥମାର୍ଦ୍ଧ ୨-୦ : ପ୍ରଥମ ଗୋଲ୍‌ ଦେଲେ ଭାଲେନସିଆ

Hosts Qatar overwhelmed by Ecuador in opening World Cup match

ଅଲ୍‌ ବାଏତ ଷ୍ଟାଡିୟମରେ ଇକେ୍ୱଡର ଆରମ୍ଭରୁ ବାଧିପଦ୍ୟ ବିସ୍ତାର କରିଥିଲା । ମ୍ୟାଚର ତୃତୀୟ ମିନିଟରେ ଦଳ ଜମାଣିଆ ଗୋଲ୍‌ କରି ଆଗୁଆ ହେବାର ସୁଯୋଗ ପାଇଥିଲା । କି;ୁ ରେଫରୀଙ୍କ ନାକଚ ଯୋଗୁଁ ଗୋଲ୍‌ ହୋଇପାରନଥିଲା । କାତାର ମିଡ଼ଫିଲïରଙ୍କୁ ଜମାଣାଦେଇ ଇକେ୍ୱଡର କେଳାଳି ଘନଘନ ଆକ୍ରମଣ କରିଥିଲେ । ୧୪ତମ ମିନିଟ୍‌ରେ ଇକେ୍ୱଡରକୁ ପେନାଲଫି ମିଳିଥିଲା । କି;ୁ ଗୋଲ୍‌ ହୋଇନଥିଲା । ୧୬ତମ ମିନିଟ୍‌ରେ ଚଳିତ ବିଶ୍ୱକପ୍‌ର ପ୍ରଥମ ଗୋଲ୍‌ ଭାଲେନସିଆଙ୍କ ଖାତାକୁ ଯାଇଥିଲା । ୧୫ତମ ମିନିଟ୍‌ରେ କାତାରର ସାଦ ଅଲ୍‌ସିବଙ୍କୁ ହଳଦିଆ କାର୍ଡ, ୨୨ତମ ମିନିଟ୍‌ରେ ଅଲମୋଏଜ୍‌ ଅଲ୍ଲୀଙ୍କୁ ହଳଦିଆ କାର୍ଡ ଏବଂ ୨୯ତମ ମିନିଟରେ ଇକେ୍ୱଡରର ମୋଇସେସ କାଇସିଡୋଙ୍କୁ ରେଫରୀ ଚେତାବନୀ ଦେଇଥିଲେ । ପୁଣି ୩୨ତମ ମିନିଟ୍‌ରେ ଇନର ଭାଲେନସିଆ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ କରି ଇକେ୍ୱଡର ଶିବିରରେ ଖୁସି ଖେଳାଇଦେଇଥିଲେ । ତେଣୁ ପ୍ରଥମାର୍ଦ୍ଧରେ ଇକେ୍ୱଡର ୨-୦ ଗୋଲ୍‌ରେ ଅଗ୍ରଣୀ ସହ ଜୟଯାତ୍ରା ଜାରି ରଖିଥିଲେ ।

ଦ୍ୱିତୀୟାର୍ଦ୍ଧ
ପାଶ୍ୱର୍ ପରିବର୍ତ୍ତନ ସହ କାତାର ଗୋଲ୍‌ ପରିଷଦ ପାଇଁ ଲଢ଼ିଥିଲା । କି;ୁ ଇକେ୍ୱଡରର ଆକ୍ରମଣ ତୀବ୍ର ଥିଲା । ୫୩ତମ ମିନିଟ୍‌ରେ କ୍ରିସିଆଡୋ ବକ୍ସ ଅଞ୍ଚଳ ବାହାରୁ ଏକ ତୀବ୍ର ସଟ ମାରିଥିଲେ । ଏହାକୁ କାତାର ଗୋଲ୍‌କିପର ଚତୁରତାର ସହ ଅଟକାଇଥିଲେ ।

Hosts Qatar overwhelmed by Ecuador in opening World Cup match

ନିର୍ଦ୍ଧାରିତ ସମୟ ମଧ୍ୟରେ କାତାର ଆଉ ଗୋଲ୍‌ ପରିଷଦ କରିବାକୁ ସକ୍ଷମ ହୋଇନଥିଲା । ମ୍ୟାଚର ଶେଷ ମିନିଟ୍‌ରେ କାତାରକୁ କର୍ଣ୍ଣର ମିଳିଥିଲା । ଏହା ସତ୍ତେ୍ୱ ଇକେ୍ୱଡରର ସୁରକ୍ଷାବଳୟକୁ ଭେଦ କରିବାରେ କାତାର ଖେଳାଳି ସକ୍ଷମ ହୋଇନଥିଲେ । ଦ୍ୱିତୀୟାର୍ଦ୍ଧର ୪୫ ମିନିଟ୍‌ରେ ଖେଳରେ ଉଭୟ ପକ୍ଷରେ ଗୋଲ୍‌ସ୍କୋର ହୋଇନଥିଲା ।