ଚଳିତ ସଂସ୍କରଣର ଆୟୋଜକ ଦେଶ

ଚଳିତ ସଂସ୍କରଣର ଆୟୋଜକ ଦେଶ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଟି-୨୦ ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ ଇଟାଲୀ ଦ୍ୱାରା ଆୟୋଜିତ ହେବ, ଇଟାଲି ଚତୁର୍ଥ ଥର ପାଇଁ ଏହାକୁ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଉତ୍ତର ଇଟାଲୀର ଦୁଇଟି ସହର ମିଲାନ୍ ଏବଂ କୋର୍ଟିନା ଡି' ଆମ୍ପେଜୋରେ ଅନୁଷ୍ଠିତ ହେବ, ଯାହା ଶୀତକାଳୀନ କ୍ରୀଡ଼ା ପାଇଁ ବିଶ୍ୱପ୍ରସିଦ୍ଧ। ଏହି ଖେଳର ଲକ୍ଷ୍ୟ ହେଉଛି ବିଶ୍ୱ ଦରବାରରେ ଇଟାଲୀର କ୍ରୀଡ଼ା ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା । ଏଥିପାଇଁ ସମଗ୍ର ଦେଶବାସୀ ଖୁବ ଉତ୍ସାହିତ ଅଛନ୍ତି । ବିଶ୍ବର ସମସ୍ତ ଦେଶର ଖେଳାଳୀଙ୍କୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ପୂର୍ବ ଥର ଅର୍ଥାତ ୨୦୨୪ରେ ଏହା ଫ୍ରାନ୍ସରେ ଆୟୋଜନ ହୋଇଥିଲା ।

ସମ୍ବନ୍ଧିତ ଖବର ସଞ୍ଜୁଙ୍କ ଦମଦାର ଇଂନିସ , ଭାରତର ଶାନଦାର ବିଜୟ

ଲୋଗୋ

ମିଲାନୋ କୋର୍ଟିନା ୨୦୨୬ ଅଲିମ୍ପିକ୍ସର ଆଧିକାରିକ ଲୋଗୋ ଆଧୁନିକ ଡିଜାଇନ୍, ସୃଜନଶୀଳତା ଏବଂ ଦୁଇ ଆୟୋଜକ ସହର ମିଲାନ୍ ଓ କୋର୍ଟିନା ଡି' ଆମ୍ପେଜୋ ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଛି । ଏହା ଇଟାଲୀର  ସମୃଦ୍ଧ କଳାତ୍ମକ ସଂସ୍କୃତିକୁ ସାରା ବିଶ୍ବ ଆଗରେ ପଦର୍ଶିତ କରୁଛି। ସେହିଭଳଇ ଚଳିତ ବର୍ଷର ମୋଟୋ ରହିଛି ଇଟସ୍ ୟୁର ଭାଇବ୍ । ଏଠାରେ ଆଇଟି ଶବ୍ଦଟି ଆୟୋଜକ ଦେଶ ଇଟାଲୀକୁ ସୂଚାଉଛି ଏବଂ ସାରା ବିଶ୍ୱର ଲୋକଙ୍କୁ ଅଲିମ୍ପିକ୍ ଭାବନା ସହିତ ଯୋଡ଼ି ହେବାକୁ ଏବଂ ଏକାଠି କ୍ରୀଡ଼ା ଉତ୍ସବ ପାଳନ କରିବାକୁ ଉତ୍ସାହିତ କରୁଛି ।

Related Posts