ହକି ବିଶ୍ୱକପ ମ୍ୟାଚ ସୂଚୀ: ଉଦ୍ଘାଟନୀରେ ସ୍ପେନ-ଭାରତ ମୁକାବିଲା
ନୂଆଦିଲ୍ଲୀ : ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ ସୂଚୀ ପ୍ରକାଶ ପାଇଛି । ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ । ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍ ମ୍ୟାଚ୍ ରାଉରକେଲାରେ ନୂଆ କରି ତିଆରି ହୋଇଥିବା […]
ନୂଆଦିଲ୍ଲୀ : ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ ସୂଚୀ ପ୍ରକାଶ ପାଇଛି । ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ । ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍ ମ୍ୟାଚ୍ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓପନିଂ ମ୍ୟାଚ୍ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଦିନର ଦ୍ୱିତୀୟ ମ୍ୟାଚରେ ବିଶ୍ୱର ୧ନଂ ଟିମ୍ ଅଷ୍ଟ୍ରେଲିଆର ମୁକାବିଲା ଫ୍ରାନ୍ସ ସହ ହେବ । ୨୦୧୮ ବିଶ୍ୱକପ କ ୍ୱାର୍ଟର ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ତେଣୁ ପୁଣି ଦୁଇ ଦେଶ ମଧ୍ୟରେ ଲଢ଼େଇକୁ ଦର୍ଶକ ଦେଖିବେ ।

ଭାରତ ତା’ର ପ୍ରଥମ ମ୍ୟାଚ୍ ସ୍ପେନ ବିପକ୍ଷରେ ଖେଳିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାରେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ । ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ । ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଭାରତ ପ୍ରତିପକ୍ଷ େୱଲ୍ସକୁ ଭେଟିବ । ଭାରତ ହକି ବିଶ୍ୱକପର ଗ୍ରୁପ ଡି’ରେ ରହିଛି । ଏହି ଗ୍ରୁପରେ ଭାରତ ବ୍ୟତୀତ ସ୍ପେନ, ଇଂଲଣ୍ଡ ଓ େୱଲ୍ସ ରହିଛନ୍ତି ।

୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ । ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ । ୧୬ଟି ଦଳକୁ ୪ଟି ପୁଲ୍ ବା ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଲେଖାଏ ଦେଶ ରହିଛନ୍ତି । ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ ।
ଲିଗ୍ ପର୍ଯ୍ୟାୟ ମ୍ୟାଚ ପରେ ଗ୍ରୁପର ୧ନଂ ସ୍ଥାନରେ ରହୁଥିବା ଦଳ ସିଧାସଳଖ କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । କି;ୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ କ୍ରସ ଓଭର ମ୍ୟାଚ୍ ଖେଳିବେ । ଏହାର ବିଜେତା ଟପ୍ ୮ ବା କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । କ୍ରସ ଓଭର ମ୍ୟାଚ୍ଗୁଡ଼ିକ ୨୨ ତାରିଖରୁ ଆରମ୍ଭ ହେବ । ସମସ୍ତ କ୍ରସ ଓଭର ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେହିପରି ୪ଟି ଯାକ କ ୍ୱାର୍ଟରଫାଇନାଲ, ୨ଟି ସେମି ଫାଇନାଲ ଓ ଫାଇନାଲ ମଧ୍ୟ ଭୁବନେଶ୍ୱରରେ ଆୟୋଜନ ହେବ । ଫାଇନାଲ ମ୍ୟାଚ୍ ଜାନୁଆରୀ ୨୯ ତାରିଖ ସନ୍ଧ୍ୟା ୭ଟାରେ ଖେଳାଯିବ ।

ଭାରତ ପୁଲ୍ ଡି’ରେ ଥିବା ବେଳେ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟ ପୁଲ୍ ବି’ରେ ରହିଛି । ବେଲଜିୟମ ବ୍ୟତୀତ ପୁଲ୍ ବି’ରେ ଜର୍ମାନୀ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି । ପୁଲ୍ ଏ’ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଷ୍ଟ୍ରେଲିଆ ସହ ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ୍ ସି’ରେ ନେଦରଲ୍ୟାଣ୍ଡସ୍, ନ୍ୟୁଜିଲ୍ୟାଣ୍ଡ, ମାଲେସିୟା ଓ ଚିଲି ସ୍ଥାନ ପାଇଛନ୍ତି । ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୧୬ଟି ଦେଶ ମଧ୍ୟରେ ଏସିଆ ମହାଦେଶରୁ ଭାରତ, ମାଲେସିୟା, ଜାପାନ ଓ ଦକ୍ଷିଣ କୋରିଆ ରହିଛନ୍ତି ।
ଆଫ୍ରିକା ମହାଦେଶର ପ୍ରତିନିଧିତ୍ୱ ଦକ୍ଷିଣ ଆଫ୍ରିକା କରିବ । ବିଶ୍ୱକପରେ ୟୁରୋପରୁ ୭ଟି ଦଳ ରହିଛନ୍ତି । ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲ୍ୟାଣ୍ଡସ, ସ୍ପେନ, ଫ୍ରାନ୍ସ ଓ େୱଲ୍ସ ହେଉଛନ୍ତି ୭ ୟୁରୋପୀୟ ଦେଶ । ପାନ ଆମେରିକା କପ ୨୦୨୨ର ବିଜେତା ଆର୍ଜେଣ୍ଟିନା ଓ ରନର୍ସଅପ ଚିଲି ମଧ୍ୟ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଓସେନିଆରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଖେଳିବେ । ଭୁବନେଶ୍ୱରେ ଅନୁଷ୍ଠିତ ୨୦୧୮ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିଅନ ହୋଇଥିବା ବେଳେ ୩ଥରର ବିଜେତା ନେଦରଲ୍ୟାଣ୍ଡସ ରନର୍ସ ଅପରେ ସ;ୁଷ୍ଟ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହି ନିଜର ବିଶ୍ୱକପ ଅଭିଯାନ ଶେଷ କରିଥିଲା ।




