କୌରଙ୍କ କରିସ୍ମା

କୌରଙ୍କ କରିସ୍ମା

ନିକଟରେ ଭାରତ ପାଇଁ ଗର୍ବ ଆଣିଛନ୍ତି ଭାରତୀୟ ମହିଳା କ୍ରିକେଟଦଳ । ଦୀର୍ଘ ୨୫ ବର୍ଷପରେ ଭାରତୀୟ ମହିଳା କ୍ରେକଟ ଦଳର କ୍ୟାପେଟନ ଭାବେ ହରମନପ୍ରିତ କୌର ଏହି ଭେଟି ଦେଶକୁ ଦେଇଛନ୍ତି, ଯାହାକୁ ନେଇ ସବୁଠାରେ ବର୍ତ୍ତମାନ ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଯାଇଛନ୍ତି ।

Read More ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

ମହିଳା ଦିନିକିଆ ବିଶ୍ବକପରେ ଦୀର୍ଘ ୨୫ ବର୍ଷପରେ ମହିଳା ବିଶ୍ବ କପକୁ ମିଳିଛି ନୂଆ ବିଜେତା । ଦୁଇଦୁଇଥର ପୂର୍ବରୁ ଉପବିଜେତା ରହିଥିବା ଭାରତ ଚଳିତଥର ପାଲଟିଛି ବିଜେତା । ହରମନପ୍ରିତ କୌରଙ୍କ ନେତୃତ୍ବାଧୀନ ଦଳ ଭାରତକୁ ଏହି ବିଜୟର ସ୍ବାଦ ଚଖାଇଛନ୍ତି । ତେବେ ବର୍ତ୍ତମାନ ହରମନପ୍ରିତଙ୍କୁ ନେଇ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି । ୧୯୮୯ରେ ପଞ୍ଜାବରେ ଜନ୍ମିତ ହରମନପ୍ରିତ ନିଜ ନାଁରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିବାରେ ସଫଳ ହୋଇଛନ୍ତି । ୧୯୮୯ ମସିହା ମାର୍ଚ୍ଚ ୮ରେ ପଞ୍ଜାବରେ ଜନ୍ମ ହୋଇଥିଲେ ହରମନ୍ପ୍ରିତ । ବାପା ଜଣେ ପୂର୍ବତନ ଖେଳାଳୀ, ଯାହାର ପ୍ରଭାବ ହରମନ୍ପ୍ରିତଙ୍କ ଉପରେ ରହିଥିଲା । ପଞ୍ଜାବରେ ନିଜର ଶିକ୍ଷା ଗ୍ରହଣ କରିଛନ୍ତି ହରମନପ୍ରିତ । ତେବେ ଗିଆନ ଜ୍ୟୋତି ସ୍କୁଲ ଏକାଡୋମୀରେ ଆଡମିଶନ ନେବାପରେ ତାଙ୍କର କ୍ରିକେଟ କ୍ୟାରିୟରର ଆରମ୍ଭ ହୋଇଥିଲା । ସେ ପ୍ରଥମରୁ ନିଜର କ୍ରିକେଟ ଟ୍ରେନିଂ କମଲଦିପ ସିଂ ସୋଢିଙ୍କ ଅଧୀନରେ ଆରମ୍ଭ କରିଥିଲେ । ସେ ନିଜର ଓଡିଆଇ ଡେବ୍ୟୁ ମାତ୍ର ୨୦ ବର୍ଷ ବୟସରେ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ସେ ଏହି ବିଶ୍ବକପରେ ୬ଟି ମ୍ୟାଚରେ ଖେଳିଥିଲେ । ୨୦୦୯ରେ ସେ ନିଜର ଟି ଟ୍ବେଣ୍ଟି ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ୨୦୧୨ରେ ହରମନ୍ଙ୍କୁ ଏସିଆକପ ଫାଇନାଲରେ ଷ୍ଟାଣ୍ଡ ଇନ୍ କ୍ୟାପ୍ଟେନର ଭୂମିକା ମିଳିଥିଲା । ଯେଉଁଥିରେ ମିଥାଲି ରାଜ ଅଧିନାୟକ ଥିବାବେଳେ ଝୁଲନ ଗୋସ୍ବାମୀ ଉପ ଅଧିନାୟକ ରହିଥିଲେ । ୨୦୧୩ରେ ତାଙ୍କୁ ଡବ୍ଲୁଓଡିଆଇ ଟିମର କ୍ୟାପ୍ଟେନ ଦାୟିତ୍ବ ମିଳିଥିଲା । ସେତେବେଳେ ଦଳ ବାଙ୍ଗଲାଦେଶ ଟୁରରେ ଥିଲା । ୨୦୧୭ ମହିଳା କ୍ରିକେଟ ବିଶ୍ବ କପରେ ସେ ଭାରତୀୟ ଦଳର ଅଂଶଥିଲେ । ଏହାପରେ ଅନେକ ଟୁରରେ ତାଙ୍କୁ ଦଳର ଅଧିନାୟକର ଦାୟିତ୍ବ ଦିଆଯାଇଥିଲା । ସେହିଭଳି ଚଳିତ ୨୦୨୫ ବିଶ୍ବକପରେ ମଧ୍ୟ ସେ ଅଧିନାୟିକତ୍ବ କରୁଥିଲେ । ଯାହାଙ୍କ ଅଧିନରେ ଦଳ ଏହି ବିରାଟ ସଫଳତା ପ୍ରାପ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ।

Tags: